ଭୁଶୁଡ଼ିଲା କୋଇଲା ଖଣି, ଫସି ରହିଛନ୍ତି ଶ୍ରମିକ

ବେଜିଂ,୨୭।୨: ଦକ୍ଷିଣ-ପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଯୋଗ୍ୟ, ଗୁଇଝୋଉ ପ୍ରଦେଶର ସାନେ ଶୁନଜୁନ୍‌ କୋଇଲା ଖଣି ଭୁଶୁଡ଼ି ପଡ଼ିଥିଲା। ଏହା ମଧ୍ୟରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ଉଦ୍ଧାରକାରୀ ଓ ୮୦ ଜରୁରୀ ଯାନ ନିୟୋଜିତ ହୋଇଛି। ଖଣି ପ୍ରବେଶ ଦ୍ୱାରରୁ ୩ କିଲୋମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାରକାରୀମାନେ ମାତ୍ର ୭ ମିଟର ଭିତରକୁ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ।

Share