୬ ଫୁଟର ଅଜଗର ଉଦ୍ଧାର

ଉଦଳା,୨୫ା୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ନୟାରଙ୍ଗାମାଟିଆ ଗ୍ରାମରୁ ଏକ ୬ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଗ୍ରାମର ଆଶାରାମ ବିନ୍ଧାଣୀଙ୍କ ଘର ବାଡ଼ିରେ ଥିବା ଏକ ଜାଲରେ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ନେକ୍‌ ଲାଇଫ୍‌ ଲାଇନ୍‌ ସଦସ୍ୟ ଅଭିଜିତ ବେହେରା ଓ ଅଭିନନ୍ଦନ ଦଣ୍ଡପାଟ ପହଞ୍ଚତ୍ ସାପକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦେଇଥିବା ସୂଚନା ମିଳିଛି।