ପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାର

ବୌଦ୍ଧ,୧୭।୮(ସ୍ବ.ପ୍ର.): ବୌଦ୍ଧ ଜିଲା ଭେଜିଗୋରା ଗ୍ରାମର ଜଣେ ପ୍ରସୂତୀ ଏବଂ ଅସୁସ୍ଥ ମହିଳା ମହାନଦୀ ବନ୍ୟାଜଳରେ ୪ ଦିନ ହେଲା ଫସି ରହିଥିଲେ । ପାଣି ଘେରରେ ଥିବା ଗର୍ଭବତୀ ମହିଳା ଏବଂ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ଥିବା ମହିଳାଙ୍କୁ ବୁଧବାର ବୋଟ ଯୋଗେ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ପରେ ପୁରୁଣାକଟକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।