ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର

ସୋର,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର କରାଯାଇଛି। ରବିବାର ସକାଳେ ସେ ଜମିରେ କାମ କରୁଥିବା ବେଳେ ଏପରି କଇଁଛକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାକୁ ଉଦ୍ଧାର କରି ଆଣି ନିଜ ଘରେ ରଖିଛନ୍ତି। ସାଧାରଣତଃ କଇଁଛ ଦେଖିବାକୁ ମାଟିଆ ରଙ୍ଗର ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ବୋଲି ଜଣାପଡ଼ିଛି। ଏହାକୁ ଦେଖିବା ପାଇଁ ଆଖପାଖ ଲୋକେ ଭିଡ ଜମାଇଥିଲେ।