ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ କରିବାକୁ ନିବେଦନ

ବାଲେଶ୍ୱର ଅଫିସ,  ୨୨।୧ ବାଲେଶ୍ୱର ଜିଲାର ସର୍ବପୁରାତନ ଏବଂ ବୃହତ କାରଖାନା ବିର୍ଲା ଟାୟାର୍ସ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଏହା ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ଭର କରୁଥିବା ୨୦ରୁ ୨୫ହଜାର ପରିବାର ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ କରିବା ପାଇଁ ଶୁକ୍ରବାର ମିଳିତ ସଙ୍ଗଠନ ପକ୍ଷରୁ ସହରସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପଠାରେ ଆବାହକ ଶ୍ରମିଳ ନେତା ଅରୁଣ ସାଇଁଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ କରାଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଛି।
ଧରି ବିର୍ଲା ଟାୟାର୍ସ କାର୍ଯ୍ୟକ୍ଷମ ନେଇ ବିଭିନ୍ନ ପର୍ଯ୍ୟାୟରେ ବାଲେଶ୍ୱର ଜିଲାପାଳଙ୍କଠାରୁ ଆରମ୍ଭ କରି ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବହୁବାର ବୈଠକ ଅନୁଷ୍ଠିତ ହୋଇଛି। ଏହାର ସୁଫଳ ଏପର୍ଯ୍ୟନ୍ତ ମିଳିପାରିନାହିଁ। ବିର୍ଲା ଟାୟାର୍ସ ମିଳିତ ସଙ୍ଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଗତ ନଭେମ୍ବର ୬ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଖବରଦାତା ସମ୍ମିଳନୀରେ ସତ୍ୟନାରାୟଣ ଆଚାର୍ଯ୍ୟ, ଉପେନ୍ଦ୍ର ବେହେରା, ଶିବ ପ୍ରସାଦ ଦାସ, ଶେଖ ମୈଦିନ, ଯଶୋଧାରା ଦାସ, ଅଶୋକ ରାଉତ, କ୍ଷୀରୋଦ ବାରିକ, ପଞ୍ଚୁଗୋପାଳ କୋଲକା, ବିରଞ୍ଚ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଆର୍ଯ୍ୟ ମଇରିଆ, ବିତ୍ତରଞ୍ଜନ ସାହୁ, ପ୍ରଦୀପ ନାୟକ, ଅଜୟ ବିଶ୍ବାଳ, ପ୍ରଭାତ ବାରିକ, ରବି ନାରାୟଣ ଦାସ, ଦାମୋଦର ମାସନ୍ତ, ଧୀରେନ ମିଶ୍ର, ଶ୍ରମିକ ନେତା ଓ ସାଧାରଣ ଶ୍ରମିକମାନେ ଯୋଗଦେଇଥିଲେ।