ଥାନାରୁ ନ୍ୟାୟ ନ ପାଇ ଏସ୍‌ପିଙ୍କୁ ଭେଟିଲେ ପୀଡ଼ିତା

ପାଣିକୋଇଲି,୧୫ା୮(ବିକାଶ କୁମାର ମଲିକ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ ଓ ୩ ପୁଅ, ଝିଅ ମିଶି ପଡ଼ୋଶୀ ଦୁଇ ମହିଳାଙ୍କୁ ଅଶାଳୀନ ବ୍ୟବହାର ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ତରଫରୁ ଯାଜପୁର ଥାନାରେ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ ଅଭିଯୋଗକୁ ଗ୍ରହଣ କରି ଚୁପ ହୋଇ ବସିଛି। ଏହାର ପ୍ରତିବାଦରେ ପୀଡ଼ିତା ଏସ୍‌ପିଙ୍କୁ ଭେଟି ନ୍ୟାୟ ପ୍ରଦାନ ଲାଗି ଅନୁରୋଧ କରିଛନ୍ତି।
ଅଭିଯୋଗକାରିଣୀ ଯାଜପୁର ଥାନା ପଳସା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ରବିନ୍ଦ୍ର ଜେନାଙ୍କ ସ୍ତ୍ରୀ ମନୋରମା ଓ ତାଙ୍କ ସାନଭଉଣୀ ତିଳୋତ୍ତମାଙ୍କୁ ସେହି ଗ୍ରାମର ବିଷ୍ଣୁ ଜେନା ଓ ତାଙ୍କର ୨ ପୁଅ ପ୍ରଦୀପ ଓ ଜଗୁଙ୍କ ସମେତ ଝିଅ ଚିନ୍ମୟୀ ଗତ୧୧ ତାରିଖ ଦିନ ଆଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ। ମନୋରମାଙ୍କ ସାନ ଭଉଣୀ ତାଙ୍କ ପୁଅକୁ ପଡ଼ୋଶୀ ଘରକୁ ଆଣିବା ଲାଗି ଯାଇଥିବା ବେଳେ ପ୍ରଦୀପ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମନୋରମା ଉକ୍ତ ଆକ୍ରମଣ ଘଟଣାକୁ ନିଜ ମୋବାଇଲରେ ସୁଟିଂ କରୁଥିବା ବେଳେ ପ୍ରଦୀପ ତାଙ୍କ ସାନଭଉଣୀକୁ ଛାଡ଼ି ତାଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ମନୋରମା ଯାଜପୁର ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ଋୁଜୁ କରାଯାଇଥିଲା । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ। ଥାନାରୁ ନ୍ୟାୟ ନ ପାଇ ମନୋରମା ସୋମବାର ଏସ୍‌ପିଙ୍କୁ ଭେଟି ନ୍ୟାୟ ପ୍ରଦାନ ଲାଗି ନିବେଦନ କରିଛନ୍ତି।