ଆମେରିକାରେ ୧ ଅକ୍ଟୋବରରୁ ଶଟଡାଉନ ସଙ୍କଟ, ସରକାରୀ ଖର୍ଚ୍ଚର ମଞ୍ଜୁରୀ ପାଇଁ ଅଣାଯାଇଥିବା ବିଲ୍‌ ଖାରଜ

ଓ୍ବାଶିଂଟନ୍‌,୩୦।୯: ଆମେରିକାରେ ଶଟଡାଉନ ସଙ୍କଟ ବୃଦ୍ଧି ପାଇଛି। ସଂଘୀୟ ସରକାରଙ୍କ ପାଇଁ ଏକ ମାସର ଖର୍ଚ୍ଚର ରାଶି (ଷ୍ଟପଗାପ) ଜାରି କରିବା ପାଇଁ ଆଣାଯାଇଥିବା ଏକ ବିଲ୍‌ ଶୁକ୍ରବାର ଆମେରିକା ସଂସଦର ନିମ୍ନ ସଦନରେ ଖାରଜ କରାଯାଇଛି। ଏହି ବିଲ୍‌ ମାଧ୍ୟମରେ ରବିବାରଠାରୁ ଆଂଶିକ ଶଟଡାଉନକୁ ଏଡାଯାଇପାରିବ ବୋଲି ଏହି ବିଲ୍‌ ମାଧ୍ୟମରେ ନିଶ୍ଚିତ ହୋଇଥାନ୍ତା। କିନ୍ତୁ ରିପବ୍ଲିକାନ ବହୁମତ ଆମେରିକାର ସଂସଦର ପ୍ରତିନିଧି ସଭା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ଖର୍ଚ୍ଚ ଚଳାଇବା ପାଇଁ ଆଶିଂକ ଭାବେ କିଛି ରାଶି ଜାରି କରିବା ପ୍ରସ୍ତାବକୁ ୧୯୮ ବିରୋଧରେ ୨୩୨ ମତରେ ଖାରଜ କରିଦିଆଯାଇଛି। ବିଶେଷ କଥା ହେଉଛି ଏହି ବିଲ୍‌କୁ ରିପବ୍ଲିକାନ ସାଂସଦମାନେ ଆଣିଛନ୍ତି। ଏହି ପ୍ରସ୍ତାବରେ ବାଇଡେନ ପ୍ରଶାସନର ଖର୍ଚ୍ଚରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଏବଂ କେବଳ ୩୦ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ ଚଳାଇବା ପାଇଁ ଆଶିଂକ ଭାବେ କିଛି ରାଶି ଜାରି କରିବା ପ୍ରସ୍ତାବ ରଖାଯାଇଥିଲା।