ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏଥିସହ ୨୦୨୦ ଜାନୁୟାରୀ ୨୫ରେ ଏହି ଅଞ୍ଚଳବାସୀ ମାଓ କବଳରୁ ମୁକ୍ତ ପାଇଥିବା ଯୋଗୁ ଏହି ଦିନକୁ ବିଜୟ ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ଗ୍ରାମବାସୀଙ୍କ ଉପସ୍ଥିତିରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦେଶକ ଅପରେସନ ଅମିତାଭ ଠାକୁର, ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରଧ ସିଂ, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍‌ପି ନିତିଶ୍‌ ବାଧ୍ୱାନୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା।