ନଗଡ଼ାକୁ ପକ୍କାରାସ୍ତା ପାଇଁ ରିପୋର୍ଟ ବାଧକ

ଯାଜପୁର ଅଫିସ୍‌,୮ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାଜନିତ ଶିଶୁମୃତ୍ୟୁ ଘଟଣା ୨୦୧୬ ଜୁଲାଇରେ ସାରା ଦେଶରେ ଚହଳ ପକାଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସରକାର ନଗଡ଼ାକୁ ଆଦର୍ଶ ଗ୍ରାମ ଭାବେ ଗଢ଼ିତୋଳିବାକୁ ପଣ କରିଥିଲେ। ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଉପଯୁକ୍ତ ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଏହିକ୍ରମରେ ଅଶୋକଝର ପାହାଡ଼ ପାଦଦେଶରୁ ନାଳିଆଡବା, ବଡ଼ନଗଡ଼ା, ମଝିନଗଡ଼ା ହୋଇ ତଳନଗଡ଼ା ପର୍ଯ୍ୟନ୍ତ ୭.୬୬ କି.ମି. ମାଟି ରାସ୍ତା ନିର୍ମାଣ ହୋଇଥିଲା। ଏଥିରେ ଡିଏମ୍‌ଏଫ୍‌ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରୁ ୧୨.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମାଟି ରାସ୍ତା ଯୋଗୁ ମେଟାଲ ଉଠି ତାହା ଏବେ ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ତେଣୁ ନଗଡ଼ାକୁ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ଇ-ଅଭିଯୋଗ ଜରିଆରେ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା। କିନ୍ତୁ ନଗଡ଼ାକୁ ପକ୍କା ରାସ୍ତା ହୋଇପାରିବ ନାହିଁ ବୋଲି ବିଭାଗର ଜିଲାସ୍ତରୀୟ ରିପୋର୍ଟରୁ ଜଣାପଡ଼ିଛି। କାରଣ ରିପୋର୍ଟରେ ଜଙ୍ଗଲ ଅଞ୍ଚଳ ଏବଂ ୨୦୦୧ ଜନଗଣନା ଅନୁଯାୟୀ ନଗଡ଼ାର ଲୋକସଂଖ୍ୟାକୁ ଦ୍ୱାହି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ପକ୍କା ରାସ୍ତା ନିର୍ମାଣ ପାଇଁ ଅସହାୟତା ପ୍ରକାଶ କରାଯାଇଛି। ପ୍ରାୟ ୨୦ ବର୍ଷ ତଳର ଲୋକସଂଖ୍ୟାକୁ ଆଧାର କରି ଏଭଳି ରିପୋର୍ଟ ଦାଖଲ କରାଯିବା ଅବାସ୍ତବ ମନେହେଉଛି। ନଗଡ଼ାର ଅବହେଳିତ ଜୁଆଙ୍ଗ ଆଦିବାସୀଙ୍କ କଲ୍ୟାଣ ପାଇଁ ବର୍ତ୍ତମାନର ଲୋକସଂଖ୍ୟାକୁ କାହିଁକି ବିଚାରକୁ ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।
ସୂଚନାଥାଉ କି ତଳନଗଡ଼ା ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ୧୦ା୧୧ା୨୦୧୬ରେ ହାଇଗ୍ରୀଭା ଇନ୍‌ଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୮୦୪୭/୨୩ା୮ା୨୦୧୬ରେ ଆବଶ୍ୟକ ଗାଇଡ୍‌ଲାଇନ ଅନୁସାରେ ରାସ୍ତା ତିଆରି କରିବାକୁ ଅନୁମତି ଦିଆଯାଇଥିଲା। ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨ କୋଟି ଏବଂ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରୁ ୧୨.୮୧ କୋଟିକୁ ମିଶାଇ ମୋଟ ୧୪.୮୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ୧୨.୯୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା। ୩୧ା୭ା୨୦୧୭ରେ ରାସ୍ତାକାମ ସମ୍ପୂର୍ଣ୍ଣ ହୋଇଥିଲା। ଇତିମଧ୍ୟରେ ୩ଟି ବର୍ଷା ଋତୁ ଅତିକ୍ରାନ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଓ ମେଟାଲ ପରସ୍ତ ଉଠିବା ଯୋଗୁ ଏବେ ଏଥିରେ ଚାଲି ଚାଲିଯିବା କଷ୍ଟକର ହୋଇଛି। ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଲୋକାୟୁକ୍ତରେ ମାମଲା ବିଚାରାଧୀନ ଥିବାବେଳେ ନଗଡ଼ାକୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ ମାଧ୍ୟମରେ ଦାବି ହେବା ପରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ତଦନୁଯାୟୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଇ-ଅଭିଯୋଗ ନୋଡାଲ ଅଧିକାରୀଙ୍କୁ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ତଳନଗଡ଼ା, ମଝି ନଗଡ଼ା ଓ ଉପରନଗଡ଼ାକୁ ନେଇ ନଗଡ଼ା ଗ୍ରାମ ହୋଇଛି। ୨୦୦୧ ଜନଗଣନା ଅନୁଯାୟୀ ନଗଡ଼ାର ଲୋକସଂଖ୍ୟା ୨୩୧। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ପିଏମ୍‌ଜିଏସ୍‌ୱାଇରେ ସାମିଲ କରିବାକୁ ୨୫୦ରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା ଆବଶ୍ୟକ। ତେଣୁ ନଗଡ଼ାକୁ ପିଏମ୍‌ଜିଏସ୍‌ୱାଇରେ ସାମିଲ କରାଯାଇପାରିବ ନାହିଁ। ଏହାସହିତ ସମଗ୍ର ଅଞ୍ଚଳ ଦୈତାରୀ ଜଙ୍ଗଲ ବ୍ଲକ ରେଞ୍ଜରେ ରହିଥିବା ଦର୍ଶାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ନଗଡ଼ା ପାଇଁ ପକ୍କା ନୁହେଁ ମାଟି ରାସ୍ତା ହିଁ ଏକମାତ୍ର ଉପାୟ।
ଉଲ୍ଲେଖଯୋଗ୍ୟ ଯେ, ୧୩ା୭ା୨୦୧୬ରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତକତ୍ାଳୀନ ପ୍ରମୁଖ ସଚିବ ଆରତି ଆହୁଜା ନଗଡ଼ା ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ସେଥିରେ ନଗଡ଼ାର ଲୋକସଂଖ୍ୟା ୨୯୫ ରହିଥିବା ସେ ଦର୍ଶାଇଥିଲେ। ସେଥିମଧ୍ୟରୁ ଉପରନଗଡ଼ାରେ ୬୧, ମଝିନଗଡ଼ାରେ ୭୨ ଓ ତଳନଗଡ଼ାରେ ୧୬୨ ଜଣ ବସବାସ କରୁଥିବା ଦର୍ଶାଯାଇଥିଲା। ତେଣୁ ଏହି ରିପୋର୍ଟକୁ ଆଧାର କଲେ ନଗଡ଼ାକୁ ପିଏମ୍‌ଜିଏସ୍‌ୱାଇରେ ଏକ ପକ୍କା ରାସ୍ତା ନିର୍ମାଣ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri