ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ ଭଦ୍ରକ ପରେ ସାଗରିକାଙ୍କ ଆଉ ପତ୍ତା ମିଳୁନାହିଁ। ଖବରପାଇ ଦୁଷ୍ମନ୍ତ ଶୁକ୍ରବାର ଅପରାହ୍ନରେ ଭଦ୍ରକ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ସେଠାକାର ପୋଲିସ ଦୁଷ୍ମନ୍ତଙ୍କୁ ଭଞ୍ଜନଗର ଥାନାକୁ ପଠାଇ ଦେଇଛି।
ଅପରପକ୍ଷେ ଏହି ଘଟଣା ଘଟିବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି କିନ୍ତୁ ସାଗରିକଙ୍କ କୌଣସି ପତ୍ତା ନ ପାଇ ଦୁଷ୍ମନ୍ତ ଚିନ୍ତିତ ଅବସ୍ଥାରେ ଅଛନ୍ତି। ଏଥିସହ ସେମାନଙ୍କ ପରିବାର ଲୋକେ ୍ଯଯଯ ନାନା ଆଶଙ୍କାରେ ଅଛନ୍ତି।
ଘଟଣାରୁ ପ୍ରକାଶ ଯେ. ଦୁଷ୍ମନ୍ତ ଙ୍କ ବଡ ଭାଇ ଦୀମାପୁରରେ ରହୁଛନ୍ତି। ତେଣୁ ଦୁଷ୍ମନ୍ତଙ୍କ ମା’ ଦିମାପୁର ଯିବାକୁ ବାହାରିଥିଲେ। ମା’ ଏକୁଟିଆ ଯାଉଥିବାବେଳେ ଦୁଷ୍ମନ୍ତ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଦିମାପୂର୍‌ ଯାଇ ନ ଥିଲେ। ସ୍ତ୍ରୀ ସାଗରିକାଙ୍କୁ ମା’ ସାଥିରେ ଛାଡିଥିଲେ। ତେଣୁ ଶାଶୁ ବୋହୁ ଗତକାଲି ସକାଳେ
ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିଥିଲେ। ଦୁଷ୍ମନ୍ତ ସେମାନଙ୍କୁ ଟ୍ରେନରେ ବସାଇ ଭଞ୍ଜନଗର ଚାଲିଆସିଥିଲେ। ଏହାର କିଛି ଘଣ୍ଟା ପରେ ସାଗରିକା ଶାଶୁଙ୍କୁ ଫୋନ ଦେଇ ବାଥ ରୁମରୁ ଆସୁଛି କହି ଯାଇଥିଲେ। କିଛି ସମୟ ପରେ ସାଗରିକା ଆଉ ଫେରି ନ ଥିଲେ। ଏହାର କିଛି ସମୟ ପରେ ଦୁଷ୍ମନ୍ତ ମା’ ସହ କଥା ହେବା ସମୟରେ ସାଗରିକା ନ ଥିବା ଜାଣିଥିଲେ। ଏହାପରେ ଦୁଷ୍ମନ୍ତ ଆଜି ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଯଦି କୌଣସି ସହୃଦୟ ବ୍ୟକ୍ତି ସାଗରିକାଙ୍କ ସମ୍ପର୍କରେ ସୂଚନା ପାଇବେ ତେବେ ଉକ୍ତ ଫୋନ୍ ନମ୍ବର +919124004826 ରେ ସୂଚନା ଦେବା ପାଇଁ ଦୁଷ୍ମନ୍ତ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share