୨୩ରେ ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ଚେତାବନୀ ପରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଗାଁ ଗଣ୍ଡାରେ ହିଂସାକାଣ୍ଡକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଏବଂ ବୁଥ୍‌ ଜବରଦଖଲ ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ନିଜ ସପକ୍ଷରେ ମତଦାନ ନ ଗଲେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏପରି କି ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ମଧ୍ୟ ବାଦ୍‌ ପଡୁନାହାନ୍ତି। ଗତ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରୁ ଏଭଳି ଚିତ୍ର ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ଦୁଇ ପର୍ଯ୍ୟାୟରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଏବଂ ହିଂସାକାଣ୍ଡ ଯୋଗୁ ୪୫ଟି ବୁଥ୍‌ରେ ପୁଣିଥରେ ଭୋଟଗ୍ରହଣ କରାଯିବ। ଆସନ୍ତା ୨୩ ତାରିଖରେ ଉକ୍ତ ବୁଥ୍‌ଗୁଡ଼ିକରେ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୁଥ୍‌ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିବା, ବୁଥ୍‌ ଜବରଦଖଲ, ଗାଡ଼ି ଭଙ୍ଗାରୁଜା, ମାରପିଟ ଭଳି ଘଟଣା ଘଟିଥିବା ବୁଥ୍‌ଗୁଡ଼ିକରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ପୁନଃ ମତଦାନ ହେବ। ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟରେ ବାତିଲ ହୋଇଥିବା ଭଦ୍ରକ ଜିଲାର ଭଦ୍ରକ ବ୍ଲକର ୪, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୪, ଯାଜପୁର ଜିଲା ଯାଜପୁର ବ୍ଲକର ୯, ଧର୍ମଶାଳା ବ୍ଲକର ୨, ପୁରୀ ଜିଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗଣ୍ଡଗୋଳ ଯୋଗୁ ବାତିଲ ହୋଇଥିବା ୨୦ଟି ବୁଥ୍‌ରେ ସାନି ମତଦାନ ହେବ।

ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲା ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତ୍‌ସିଂହପୁର ଜିଲା ଜଗତ୍‌ସିଂହପୁର ବ୍ଲକର ୩ଟି ଏବଂ ଯାଜପୁର ଜିଲାର ଦଶରଥପୁର ବ୍ଲକର ୧୦, କେନ୍ଦୁଝର ଜିଲା ତେଲକୋଇ ବ୍ଲକର ଗୋଟିଏ ଏବଂ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁନଃ ମତଦାନ କରାଯିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri