କଂଗ୍ରେସ ଆନ୍ଦୋଳନର ପ୍ରଭାବ: ବଦଳିଲେ ନିର୍ବାହୀଯନ୍ତ୍ରୀ

ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ସୋମବାର କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେହି ଦାବି ମଧ୍ୟରେ ପଞ୍ଚାୟତ ସମିତିର ସହକାରୀ ନିର୍ବାହୀଯନ୍ତ୍ରୀ ବବୃବାହନ ବେହେରାଙ୍କ ବଦଳି ଦାବି ପ୍ରମୁଖ ଦାବି ରହିଥିଲା । ଏଥିରେ ରାଜ୍ୟ ସରକାର ବବୃବାହନଙ୍କ ବଦଳରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ସୋମବାର ନୂତନ ଭାବେ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିଯୁକ୍ତି ଦେଇଛନ୍ତି। ସେ ହେଲେ ଶିଶିର କୁମାର ପାତ୍ର । ସେ ଦିଗପହଣ୍ଡିରୁ ବଦଳି ହୋଇ ଏଠାକୁ ଆସିଛନ୍ତି। ସେପଟେ ସହକାରୀ ନିର୍ବାହୀଯନ୍ତ୍ରୀ ବେହେରା ଛୁଟିରେ ରହିଥିବା ଜଣାପଡ଼ିଛି।