ମରାମତି କାମ ଶେଷ: ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌

କଟକ,୩୧।୩: ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରବିବାର ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ବାହାରି ଯାଇଥିଲା। ଦୁର୍ଘଟଣାରେ ୧୬ଜଣ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ସେମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଉକ୍ତ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ଘଣ୍ଟା ପରେ ମରାମତି କାମ ଶେଷ ହେବା ପରେ ସୋମବାର ସମ୍ପୃକ୍ତ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି । ଟ୍ରାକ ମରାମତି କାମରେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ଏପରିକି ୪ଟି ଜେସିବି ମେଶିନ ନିୟୋଜିତ ହୋଇଥିଲା।

ଅନ୍ୟପକ୍ଷେ ବିଭାଗ ପପକ୍ଷରୁ ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜା ଚାଳିଛି। ନିଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳରେ କମିଶନର ଅଫ ରେଲୱେ ସେଫ୍ଟି ଅଧିକାରୀ ପହଞ୍ଚି ତଦନ୍ତ ଆମମ୍ଭ କରିଛନ୍ତି। କାହିଁକି ଟ୍ରନ୍‌ ଦୁର୍ଘଟଣା ଘଟିଲା?, ଦୁର୍ଘଟଣା ପଛର କାରଣ ଖୋଜିଛନ୍ତି ସିଆରଏସ ଅଧିକାରୀ। କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ ଡିଆରଏମ୍‌ ଅଫିସକୁ ଯାଇ ତଥ୍ୟ ରଖିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫ୍ଟିକୁ ଚିଠି ଲେଖି ଜଣାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri