ଘର ଭଡ଼ା ନେଉଥିଲେ…

ମନଲାଖି ଘରଭଡା ଟିଏ ମିଳିବା ବହୁତ କଷ୍ଟାସାଧ୍ୟ ହୋଇଗଲାଣି। ଘର ମାଲିକ କିପରି ତାହା ମଧ୍ୟ ଭଲ ଭାବେ ବୁଝିସୁଝି ନେଲେ ଭଲ । କୌଣସି କର୍ମଜୀବୀ ହୁଅନ୍ତୁ ଅବା ଶିକ୍ଷା କିମ୍ବା କୌଣସି ବିଷୟରେ ଟ୍ରେନିଂ ନେବାକୁ ସହରକୁ ଆସି ଘର ଭଡ଼ା ନେଇ ରହୁଥିଲେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…

ଆଜିକାଲି ଅନେକ ମହିଳା କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାରକୁ ଚଳାଇବାକୁ ସେମାନେ ଆଗେଇ ଆସୁଛନ୍ତି। ବାହାରେ ଚାକିରିଟିଏ ପାଇବା ପରେ ସେଠାରେ ଘର ଭଡ଼ା ନେଇ ରହୁଛନ୍ତି। ଏହି ସମୟରେ ସେମାନଙ୍କୁ କେତୋଟି ଦିଗ ପ୍ରତି ନଜର ଦେବା ଦରକାର। କାରଣ କେବଳ ରହିବା ପାଇଁ ଘରଟିଏ ମିଳିଗଲେ ହେବ ନାହିଁ, ତା’ସହ ସେଠାକାର ପରିବେଶ ଭଲ ରହିବା ଦରକାର। ସାମାନ୍ୟ ଭୁଲ ଯୋଗୁ ଘର ଭଡ଼ା ପାଇଁ ଅନେକେ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତାହାର ମଧ୍ୟ ଅନେକ ଉଦାହରଣ ରହିଛି। ସ୍ମିତା ରାଜଧାନୀର ଏକ ଘରୋଇ ସଂସ୍ଥାରେ ଫ୍ରଣ୍ଟଲାଇନ୍‌ ଏକ୍‌ଜିକ୍ୟୁଟିଭ ଭାବରେ କାମ କରନ୍ତି। ପାଠ ଶେଷ ହେବା ପରେ ସେ ଏହି ଚାକିରି ପାଇଥିଲେ। ତେଣୁ ଗଁା ଛାଡ଼ି ସହରରେ ରହିବାକୁ ପଡ଼ିଥିଲା। ହଠାତ୍‌ ଘରଟିଏ ଖୋଜିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ସେ ଜଣେ ସାଙ୍ଗଙ୍କ ସହ ଶେୟାର କରି ରହୁଥିଲେ। ପରବର୍ତ୍ତୀ ସମୟରେ ନିଜେ ଏକ ଭଡ଼ାଘର ନେଇ ରହିଲେ। ହେଲେ ସେଠାକାର ପରିବେଶ ବିଷୟରେ ଠିକ୍‌ ଭାବରେ ତର୍ଜମା କରିପାରି ନ ଥିଲେ ସେ। ଏଥିପାଇଁ ମାତ୍ର ମାସ କେଇଟାରେ ପୁଣି ଥରେ ତାଙ୍କୁ ଘର ବଦଳାଇବାକୁ ପଡ଼ିଥିଲା। ତେଣୁ କୌଣସି କର୍ମଜୀବୀ ହୁଅନ୍ତୁ ଅବା ଶିକ୍ଷା କିମ୍ବା କୌଣସି ବିଷୟରେ ଟ୍ରେନିଂ ନେବାକୁ ସହରକୁ ଆସି ଘର ଭଡ଼ା ନେଇ ରହୁଥିଲେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସେ ସମ୍ପର୍କରେ କିଛି କଥା…
– ଯେଉଁଠି ଚାକିରି କରିଛନ୍ତି ତାହାର ପାଖ ଅଞ୍ଚଳରେ ଘରଭଡ଼ା ନେଲେ ଭଲ। ଯଦି କିଛି ଦୂରରେ ରହୁଛନ୍ତି, ତେବେ ସେଠାରୁ ଗମନାଗମନ ସୁବିଧା ଉପରେ ଦୃଷ୍ଟି ଦିଅନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ସେହି ଘରର ମାଲିକଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ଭଡ଼ା ବିଷୟରେ ସିଧାସଳଖ ମାଲିକଙ୍କ ସହ କଥା ହୁଅନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ସେଠାରେ କ’ଣ କ’ଣ ସୁବିଧା ରହିଛି ଯଥା -ପାର୍କିଂ ବ୍ୟବସ୍ଥା ଇଲେକ୍ଟ୍ରି ,ପାଣି ବିଲ୍‌ ବିଷୟରେ ମଧ୍ୟ ଭଲ ଭାବରେ ଜାଣନ୍ତୁ।
– ଭଡ଼ାଘର ଦେଖିବା ସମୟରେ ସେହି ଘରର ଅବସ୍ଥା, ତାହାର ଭିତର ଏବଂ ବାହାର ପରିବେଶକୁ ଭଲ ଭାବରେ ତର୍ଜମା କରନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ନିଜ ବିଷୟରେ ବିଶଦ ବିବରଣୀ ଘର ମାଲିକଙ୍କୁ ଜଣାଇବାକୁ ଭୁଲନ୍ତୁ ନାହିଁ।
– ସେଠାରେ ଆପଣ ଏକୁଟିଆ ରହିବେ ନା ଆଉ କିଏ ସାଙ୍ଗରେ ରହିବେ ସେ ନେଇ ସୂଚନା ଦିଅନ୍ତୁ।
– ସବୁଠାରୁ ବଡ଼ କଥା ହେଲା ରେଣ୍ଟ ବା ଭଡ଼ା। କେତେ ଭଡ଼ା ଦେବେ ସେ ନେଇ ପ୍ରାରମ୍ଭରୁ ଠିକ୍‌ କରି ନିଅନ୍ତୁ।
– ଘର ଭଡ଼ା ନେବା ସମୟରେ ସ୍ଥାନୀୟ କୋର୍ଟରେ ଏଗ୍ରିମେଣ୍ଟ କରାଇ ନିଅନ୍ତୁ। ଏହାର ଟର୍ମ-କଣ୍ଡିଶନଗୁଡ଼ିକୁ ଭଲ ଭାବରେ ପଢ଼ି ସେଥିରେ ଦସ୍ତଖତ କରନ୍ତୁ। ତାହାର ଏକ ନକଲ (କପି) ପାଖରେ ରଖନ୍ତୁ।
– ନିର୍ଦ୍ଧାରିତ ସମୟ ପୂର୍ବରୁ ଘରଭଡ଼ା ଦେଇ ଦିଅନ୍ତୁ। ଯଦି କୌଣସି ମାସରେ ଭଡ଼ା ଦେବାରେ କିଛି ଅସୁବିଧା ହୁଏ, ତେବେ ତାହା ପୂର୍ବରୁ ଘର ମାଲିକଙ୍କୁ ଜଣାଇ ଦିଅନ୍ତୁ।
– ଭଡ଼ା ନେଇଥିବା ଘରେ କିଛି ସମସ୍ୟା ହେଲେ ତୁରନ୍ତ ଘର ମାଲିକଙ୍କୁ ଜଣାନ୍ତୁ।
– ଯଦି ଆପଣ ଘର ଛାଡ଼ିବାକୁ ଚାହୁଁଥାନ୍ତି, ତେବେ ସେ ବିଷୟରେ ଘର ମାଲିକଙ୍କ ସହ ଏ ସମ୍ବନ୍ଧରେ କେବେ ସୂଚନା ଦେବାକୁ ହେବ ତାହା ପଚାରି ବୁଝି ନିଅନ୍ତୁ।
– ଆପଣ ଯେଉଁ ଘରେ ରହୁଛନ୍ତି, ସେଠାକାର ଠିକଣା ନୋଟ୍‌ କରି ଗ୍ୟାସ୍‌ କମ୍ପାନୀଙ୍କୁ ଏ ବିଷୟରେ ସୂଚନା ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଗ୍ୟାସ୍‌ ସିଲିଣ୍ଡର ପାଇବାରେ କୌଣସି ଅସୁବିଧା ହେବ ନାହିଁ।
– ଯଦି ଆପଣ ନେଇଥିବା ଭଡ଼ାଘରକୁ ନେଇ ବାହାରର କୌଣସି ବ୍ୟକ୍ତି କିଛି ଖରାପ ମନ୍ତବ୍ୟ ଦେଲେ, ତେବେ ସେ ନେଇ ତର୍ଜମା କରିବା ପରେ ସେ ବିଷୟରେ ଚିନ୍ତା କରନ୍ତୁ।
– ବେଳେବେଳେ ନୂଆ ଭଡ଼ାଘରେ ନିଜକୁ ଖାପ ଖୁଆଇ ଚଳିବାକୁ କିଛି ଦିନ ଲାଗିଥାଏ। କାରଣ ସବୁ ଜାଗାରେ ସବୁ ପ୍ରକାର ସୁବିଧା ସୁଯୋଗ ନ ଥାଏ। ପରିସ୍ଥିତିରେ ପଡ଼ି ଘର ଭଡ଼ା ନେବାକୁ ପଡ଼େ। ତେଣୁ ଏ ନେଇ ନିଜକୁ ପ୍ରସ୍ତୁତ କରିନିଅନ୍ତୁ।
– କେତେକ ଭଡ଼ାଘରେ ନିଜର ବାର୍ଥ ଡେ ହେଉ ଅବା କୌଣସି ପୂଜାପାର୍ବଣକୁ ସେଲିବ୍ରେଟ୍‌ କରିଥାଆନ୍ତି। ତେବେ ଏହା ପୂର୍ବରୁ ଘର ମାଲିକଙ୍କ ସହ କଥା ହୋଇ ଯାଆନ୍ତୁ।
– ଯେଉଁଠି ଘର ଭଡ଼ା ନେଇଛନ୍ତି, ସେହି ଘରକୁ ନିଜ ଘର ବୋଲି ଭାବନ୍ତୁ। ଘରର କୌଣସି ମରାମତି କରିବାକୁ ପଡିଲେ କିମ୍ବା କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଘର ମାଲିକଙ୍କୁ ଜଣାନ୍ତୁ।
-ଯାହାକୁ ଆପଣ ଭଡା ଦେଉଛନ୍ତି ତାଙ୍କର ଠିକଣା ଏବଂ ଆଉଡି ପ୍ରୁଫ୍‌ର ନକଲ ଆପଣ ମାଗି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ସଙ୍କଟ

ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଜଳର ଭଣ୍ଡାର ସୀମିତ। ଏହାର ପ୍ରାୟ ୯୭.୫ ପ୍ରତିଶତ ଜଳ ସମୁଦ୍ର, ମହାସମୁଦ୍ରରେ ଗଚ୍ଛିତ, ଯାହା...

ସବୁ ଦୁଃଖର କାରଣ ହେଉଛି ପ୍ରେମ: ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ପ୍ରେମରେ ପଡ଼ିଛନ୍ତି? ଏହି ୪ଟି କଥା ମନେରଖିଲେ ହେବେ ସଫଳ ପ୍ରେମୀ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ...

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ? ପ୍ରେମଜୀବନକୁ ସଫଳ କରୁଥିବା ଏହି ୪ କଥା ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ...

ଗାଡ଼ିରେ ବାନ୍ତି ହେଉଥିଲେ…

ବାଇକ୍‌ ଭଳି ଖୋଲା ଗାଡ଼ିକୁ ବାଦ୍‌ ଦେଲେ କାର୍‌, ବସ୍‌ ଆଦିି ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କ ଠାରେ ହଠାତ୍‌ ଦେହ ଖରାପ ଲାଗିବା,...

Advertisement
Archives

Model This Week