ଘର ଭଡ଼ା ନେଉଥିଲେ…

ମନଲାଖି ଘରଭଡା ଟିଏ ମିଳିବା ବହୁତ କଷ୍ଟାସାଧ୍ୟ ହୋଇଗଲାଣି। ଘର ମାଲିକ କିପରି ତାହା ମଧ୍ୟ ଭଲ ଭାବେ ବୁଝିସୁଝି ନେଲେ ଭଲ । କୌଣସି କର୍ମଜୀବୀ ହୁଅନ୍ତୁ ଅବା ଶିକ୍ଷା କିମ୍ବା କୌଣସି ବିଷୟରେ ଟ୍ରେନିଂ ନେବାକୁ ସହରକୁ ଆସି ଘର ଭଡ଼ା ନେଇ ରହୁଥିଲେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…

ଆଜିକାଲି ଅନେକ ମହିଳା କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାରକୁ ଚଳାଇବାକୁ ସେମାନେ ଆଗେଇ ଆସୁଛନ୍ତି। ବାହାରେ ଚାକିରିଟିଏ ପାଇବା ପରେ ସେଠାରେ ଘର ଭଡ଼ା ନେଇ ରହୁଛନ୍ତି। ଏହି ସମୟରେ ସେମାନଙ୍କୁ କେତୋଟି ଦିଗ ପ୍ରତି ନଜର ଦେବା ଦରକାର। କାରଣ କେବଳ ରହିବା ପାଇଁ ଘରଟିଏ ମିଳିଗଲେ ହେବ ନାହିଁ, ତା’ସହ ସେଠାକାର ପରିବେଶ ଭଲ ରହିବା ଦରକାର। ସାମାନ୍ୟ ଭୁଲ ଯୋଗୁ ଘର ଭଡ଼ା ପାଇଁ ଅନେକେ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତାହାର ମଧ୍ୟ ଅନେକ ଉଦାହରଣ ରହିଛି। ସ୍ମିତା ରାଜଧାନୀର ଏକ ଘରୋଇ ସଂସ୍ଥାରେ ଫ୍ରଣ୍ଟଲାଇନ୍‌ ଏକ୍‌ଜିକ୍ୟୁଟିଭ ଭାବରେ କାମ କରନ୍ତି। ପାଠ ଶେଷ ହେବା ପରେ ସେ ଏହି ଚାକିରି ପାଇଥିଲେ। ତେଣୁ ଗଁା ଛାଡ଼ି ସହରରେ ରହିବାକୁ ପଡ଼ିଥିଲା। ହଠାତ୍‌ ଘରଟିଏ ଖୋଜିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ସେ ଜଣେ ସାଙ୍ଗଙ୍କ ସହ ଶେୟାର କରି ରହୁଥିଲେ। ପରବର୍ତ୍ତୀ ସମୟରେ ନିଜେ ଏକ ଭଡ଼ାଘର ନେଇ ରହିଲେ। ହେଲେ ସେଠାକାର ପରିବେଶ ବିଷୟରେ ଠିକ୍‌ ଭାବରେ ତର୍ଜମା କରିପାରି ନ ଥିଲେ ସେ। ଏଥିପାଇଁ ମାତ୍ର ମାସ କେଇଟାରେ ପୁଣି ଥରେ ତାଙ୍କୁ ଘର ବଦଳାଇବାକୁ ପଡ଼ିଥିଲା। ତେଣୁ କୌଣସି କର୍ମଜୀବୀ ହୁଅନ୍ତୁ ଅବା ଶିକ୍ଷା କିମ୍ବା କୌଣସି ବିଷୟରେ ଟ୍ରେନିଂ ନେବାକୁ ସହରକୁ ଆସି ଘର ଭଡ଼ା ନେଇ ରହୁଥିଲେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସେ ସମ୍ପର୍କରେ କିଛି କଥା…
– ଯେଉଁଠି ଚାକିରି କରିଛନ୍ତି ତାହାର ପାଖ ଅଞ୍ଚଳରେ ଘରଭଡ଼ା ନେଲେ ଭଲ। ଯଦି କିଛି ଦୂରରେ ରହୁଛନ୍ତି, ତେବେ ସେଠାରୁ ଗମନାଗମନ ସୁବିଧା ଉପରେ ଦୃଷ୍ଟି ଦିଅନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ସେହି ଘରର ମାଲିକଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ଭଡ଼ା ବିଷୟରେ ସିଧାସଳଖ ମାଲିକଙ୍କ ସହ କଥା ହୁଅନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ସେଠାରେ କ’ଣ କ’ଣ ସୁବିଧା ରହିଛି ଯଥା -ପାର୍କିଂ ବ୍ୟବସ୍ଥା ଇଲେକ୍ଟ୍ରି ,ପାଣି ବିଲ୍‌ ବିଷୟରେ ମଧ୍ୟ ଭଲ ଭାବରେ ଜାଣନ୍ତୁ।
– ଭଡ଼ାଘର ଦେଖିବା ସମୟରେ ସେହି ଘରର ଅବସ୍ଥା, ତାହାର ଭିତର ଏବଂ ବାହାର ପରିବେଶକୁ ଭଲ ଭାବରେ ତର୍ଜମା କରନ୍ତୁ।
– ଘର ଭଡ଼ା ନେବା ପୂର୍ବରୁ ନିଜ ବିଷୟରେ ବିଶଦ ବିବରଣୀ ଘର ମାଲିକଙ୍କୁ ଜଣାଇବାକୁ ଭୁଲନ୍ତୁ ନାହିଁ।
– ସେଠାରେ ଆପଣ ଏକୁଟିଆ ରହିବେ ନା ଆଉ କିଏ ସାଙ୍ଗରେ ରହିବେ ସେ ନେଇ ସୂଚନା ଦିଅନ୍ତୁ।
– ସବୁଠାରୁ ବଡ଼ କଥା ହେଲା ରେଣ୍ଟ ବା ଭଡ଼ା। କେତେ ଭଡ଼ା ଦେବେ ସେ ନେଇ ପ୍ରାରମ୍ଭରୁ ଠିକ୍‌ କରି ନିଅନ୍ତୁ।
– ଘର ଭଡ଼ା ନେବା ସମୟରେ ସ୍ଥାନୀୟ କୋର୍ଟରେ ଏଗ୍ରିମେଣ୍ଟ କରାଇ ନିଅନ୍ତୁ। ଏହାର ଟର୍ମ-କଣ୍ଡିଶନଗୁଡ଼ିକୁ ଭଲ ଭାବରେ ପଢ଼ି ସେଥିରେ ଦସ୍ତଖତ କରନ୍ତୁ। ତାହାର ଏକ ନକଲ (କପି) ପାଖରେ ରଖନ୍ତୁ।
– ନିର୍ଦ୍ଧାରିତ ସମୟ ପୂର୍ବରୁ ଘରଭଡ଼ା ଦେଇ ଦିଅନ୍ତୁ। ଯଦି କୌଣସି ମାସରେ ଭଡ଼ା ଦେବାରେ କିଛି ଅସୁବିଧା ହୁଏ, ତେବେ ତାହା ପୂର୍ବରୁ ଘର ମାଲିକଙ୍କୁ ଜଣାଇ ଦିଅନ୍ତୁ।
– ଭଡ଼ା ନେଇଥିବା ଘରେ କିଛି ସମସ୍ୟା ହେଲେ ତୁରନ୍ତ ଘର ମାଲିକଙ୍କୁ ଜଣାନ୍ତୁ।
– ଯଦି ଆପଣ ଘର ଛାଡ଼ିବାକୁ ଚାହୁଁଥାନ୍ତି, ତେବେ ସେ ବିଷୟରେ ଘର ମାଲିକଙ୍କ ସହ ଏ ସମ୍ବନ୍ଧରେ କେବେ ସୂଚନା ଦେବାକୁ ହେବ ତାହା ପଚାରି ବୁଝି ନିଅନ୍ତୁ।
– ଆପଣ ଯେଉଁ ଘରେ ରହୁଛନ୍ତି, ସେଠାକାର ଠିକଣା ନୋଟ୍‌ କରି ଗ୍ୟାସ୍‌ କମ୍ପାନୀଙ୍କୁ ଏ ବିଷୟରେ ସୂଚନା ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଗ୍ୟାସ୍‌ ସିଲିଣ୍ଡର ପାଇବାରେ କୌଣସି ଅସୁବିଧା ହେବ ନାହିଁ।
– ଯଦି ଆପଣ ନେଇଥିବା ଭଡ଼ାଘରକୁ ନେଇ ବାହାରର କୌଣସି ବ୍ୟକ୍ତି କିଛି ଖରାପ ମନ୍ତବ୍ୟ ଦେଲେ, ତେବେ ସେ ନେଇ ତର୍ଜମା କରିବା ପରେ ସେ ବିଷୟରେ ଚିନ୍ତା କରନ୍ତୁ।
– ବେଳେବେଳେ ନୂଆ ଭଡ଼ାଘରେ ନିଜକୁ ଖାପ ଖୁଆଇ ଚଳିବାକୁ କିଛି ଦିନ ଲାଗିଥାଏ। କାରଣ ସବୁ ଜାଗାରେ ସବୁ ପ୍ରକାର ସୁବିଧା ସୁଯୋଗ ନ ଥାଏ। ପରିସ୍ଥିତିରେ ପଡ଼ି ଘର ଭଡ଼ା ନେବାକୁ ପଡ଼େ। ତେଣୁ ଏ ନେଇ ନିଜକୁ ପ୍ରସ୍ତୁତ କରିନିଅନ୍ତୁ।
– କେତେକ ଭଡ଼ାଘରେ ନିଜର ବାର୍ଥ ଡେ ହେଉ ଅବା କୌଣସି ପୂଜାପାର୍ବଣକୁ ସେଲିବ୍ରେଟ୍‌ କରିଥାଆନ୍ତି। ତେବେ ଏହା ପୂର୍ବରୁ ଘର ମାଲିକଙ୍କ ସହ କଥା ହୋଇ ଯାଆନ୍ତୁ।
– ଯେଉଁଠି ଘର ଭଡ଼ା ନେଇଛନ୍ତି, ସେହି ଘରକୁ ନିଜ ଘର ବୋଲି ଭାବନ୍ତୁ। ଘରର କୌଣସି ମରାମତି କରିବାକୁ ପଡିଲେ କିମ୍ବା କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଘର ମାଲିକଙ୍କୁ ଜଣାନ୍ତୁ।
-ଯାହାକୁ ଆପଣ ଭଡା ଦେଉଛନ୍ତି ତାଙ୍କର ଠିକଣା ଏବଂ ଆଉଡି ପ୍ରୁଫ୍‌ର ନକଲ ଆପଣ ମାଗି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri