ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି

ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍‌ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।
ହେଲେ ଥରେ ମାତ୍ର ସେହି ଆମ୍ବୁଲାନ୍ସ ବ୍ୟବହାର କରା ନ ଯାଇ ପଡି ରହିଥିଲା।
ରୋଗୀମାନଙ୍କୁ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ଗାଡ଼ି ଭଡାରେ ନିୟୋଜିତ କରିଛି। ଅଥଚ ହୋଇ ଗାଡ଼ିକୁ କାହିଁକି ବ୍ୟବହାର କରାଯାଉନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନୁଯାୟୀ, କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ ଓ ଏହାର ଆଖପାଖ ୭ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ନିର୍ଭର କରିଥାଆନ୍ତି। ଏହାଛଡା କଣ୍ଟିଲୋ ନୀଳମାଧବ ପୀଠ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରତ୍ୟେହ ଶତାଧିକ ପର୍ଯ୍ୟଟକ ଆସିଥାଆନ୍ତି। ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିଲେ କିମ୍ବା ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀମାନଙ୍କୁ ନୟାଗଡ଼ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ପଡିଥାଏ। ହେଲେ କୌଣସି ଯାନବାହାନ ମିଳୁ ନ ଥିବାରୁ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏପରିକି ରୋଗୀ ଉପଯୁକ୍ତ ସେବା ଅଭାବରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିଲା। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୨୦୧୩ ଅଗଷ୍ଟରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ବାସ୍ଥ୍ୟ ବିଭାଗ ସୁପାରିଶ କ୍ରମେ ଏକ ଆମ୍ବୁଲାନ୍ସ(ନଂ.ଓଡି୨୫ ୭୭୧୧) କିଣାଯାଇଥିଲାା ତାହା ସେଦିନରୁ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାହା ରଖାଯାଇଛି। ମାତ୍ର ସରକାରଙ୍କ ନିୟମ କ୍ରମେ ସେହି ଗାଡ଼ି ଚଳାଇବା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ଆମ୍ବୁଲାନ୍ସଟି ଆଜି ପର୍ଯ୍ୟନ୍ତ ସେଠାରେ ପଡି ରହି ଖତ ଖାଉଛି। ଦିନଥିଲା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ନେବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଘରୋଇ ଡ୍ରାଇଭର ବ୍ୟବସ୍ଥା କରାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସର ବ୍ୟବସ୍ଥା ହେବା ପରେ ଉକ୍ତ ଗାଡ଼ିଟି ପଡି ରହିଛି।
ସମ୍ପ୍ରତି ୧୦୨ ଆମ୍ବୁଲାନ୍ସ ପାଇଁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ବୋଲେରୋ ଗାଡ଼ି ଭଡା ସୁତ୍ରରେ ଦିଆଯାଇଛି।ଅନ୍ୟପକ୍ଷେ କଣ୍ଟିଲୋ ମେଡିକାଲ ରୋଗୀକଲ୍ୟାଣ ସମିତି ବୈଠକରେ ଖତ ଖାଉଥିବା ଗାଡ଼ିକୁ ନିଲାମ କରି ସେହି ଅର୍ଥ ରୋଗୀକଲ୍ୟାଣ ସମିତିରେ ଜମା କରାଯିବାକୁ ପ୍ରସ୍ତାବ ନିଆଯାଇଛି।
ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏ ସଂକ୍ରାନ୍ତରେ ନୟାଗଡ଼ ଜିଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସହ ଏ ଯୋଗାଯୋଗ କରାଯାଇଥିଲା।
ସରକାରୀ ଅନୁଦାନରେ କିଣାଯାଇଥିବା ଆମ୍ବୁଲାନ୍ସଟି ନଷ୍ଟ ହୋଇ ପଡି ରହିଛି। ସେହି ଗାଡ଼ିକୁ କ’ଣ କରି ହେବ ସେ ଦିଗରେ ବିଚାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri