ଖବର ପ୍ରକାଶ ପରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ, ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ଆରମ୍ଭ 

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍‌ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି। ବର୍ତ୍ତମାନ ମେଘନାଦ ପାଚେରି ବିପଦରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟିହୋଇ ପାଣି ଗଳି ଶିଉଳି ସୃଷ୍ଟି ହୋଇଥିଲା।
ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଜାଣି ମଧ୍ୟ କାର୍ଯ୍ୟ ନ କରି ଅଣଦେଖା କରିଆସୁଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଦେଢ଼ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପକ୍ଷରୁ ଆନନ୍ଦବଜାର ଡ୍ରେନେଜ୍‌ରେ ସୁଧାର ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା। ମଝିରେ ମଝିରେ ଡ୍ରେନ୍‌ ସଫା କରାଯାଇ କାର୍ଯ୍ୟ ଶେଷ କରୁଥିଲେ ମଧ୍ୟ ସ୍ଥାୟୀ ମରାମତି କରାଯାଉ ନ ଥିଲା। ଫଳରେ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ପାଚେରିର ଅନେକ ସ୍ଥାନରେ ଛୋଟ ଛୋଟ ଗର୍ତ୍ତ ସୃଷ୍ଟି ହୋଇ ପାଣି ଗଳୁଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର କାନ୍ଥରୁ ଶିଉଳି ଛଡ଼ାଯାଇଥିଲା। ସୋମବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ ଡିପାର୍ଟମେଣ୍ଟ ବାଉଁଶଭାରା ବାନ୍ଧି କାର୍ଯ୍ୟ ଆରମ୍ଭ କରିଛି। ପ୍ରାରମ୍ଭିକ ପ୍ରକ୍ରିୟା ଅନୁଯାୟୀ ଜଏଣ୍ଟ ସିଲିଂ କାମ କରାଯାଉଛି। ଆନନ୍ଦବଜାର ଡ୍ରେନେଜ୍‌କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସଫା କରାଯିବ। ଅତୀତର ଭୁଲ୍‌ ଯୋଗୁ ଏଭଳି ଘଟିଥିବା ଆଇନ ମନ୍ତ୍ରୀ କହିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ଓ ଖନନ ସମୟରେ ବ୍ୟବହୃତ ମେଶିନ ପ୍ରଭାବରୁ ମେଘନାଦ ପାଚେରି ଉପରେ ପ୍ରଭାବ ପଡ଼ିଛି ବୋଲି ବୁଦ୍ଧିଜୀବୀ, ସେବାୟତ ଓ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ଏଏସ୍‌ଆଇ ଆସିଷ୍ଟାଣ୍ଟ କଞ୍ଜରଭେଟର ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ଆନନ୍ଦବଜାରରେ ଥିବା ଡ୍ରେନ୍‌ରେ କୌଣସି କାରଣରୁ ଫାଟ ହୋଇଯାଇଥିବାରୁ  ପାଣି ସୋକ୍‌ କରି ପୋଚେରି ଦେଇ ବାହାରୁଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ  ଅଗଷ୍ଟରେ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା। ଡ୍ରେନ୍‌ କାର୍ଯ୍ୟ କରାଯିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ ଡିପାର୍ଟମେଣ୍ଟ ସହ ସହଯୋଗ ରଖାଯାଇ ପାଚେରି ସଫା କରାଯାଉଛି। ଆନନ୍ଦବଜାରରେ ଡ୍ରେନେଜ୍‌ ସିଷ୍ଟମରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଆନନ୍ଦବଜାରରେ ଗହଳିହେଲେ ପାଣି ବ୍ୟବହାର ବଢ଼ିବା ସହ ନିଷ୍କାସନ ଠିକ୍‌ ଭାବରେ ହୋଇପାରୁ ନ ଥିବାରୁ ଏହା କାନ୍ଥରେ ସୋକ୍‌ କରୁଛି। ଡ୍ରେନ୍‌ କାର୍ଯ୍ୟ ହୋଇଗଲେ ପାଣି ଗଳିବା ସମସ୍ୟା ହେବନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ଅତୀତରେ ହୋଇଥିବା ଡ୍ରେନ୍‌କୁ ପରିବର୍ତ୍ତନ କରି ପିଭିସି କିମ୍ବା କଂକ୍ରିଟ୍‌ର ଡ୍ରେନେଜ୍‌ ସିଷ୍ଟମ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri