ଉତ୍ତର ଓଡ଼ିଶାରେ ୭ ରେଳ ଷ୍ଟେଶନର ନବୀକରଣ

ଭୁବନେଶ୍ୱର,୭ା୪(ଅନୁରାଧା ମହାରଣା): ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପାହାଡ ଷ୍ଟେଶନ ରହିଛି। ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ, ଯାତ୍ରୀଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜି୍ୟକ ଅଭିବୃଦ୍ଧି ପାଇଁ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ଷ୍ଟେଶନଗୁଡ଼ିକରେ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରାଯିବ।
୧୦.୧୬ କୋଟି ବ୍ୟୟବରାଦରେ କେନ୍ଦୁଝରଗଡ଼ ଷ୍ଟେଶନର ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଆଧୁନିକ ସୁବିଧାଯୁକ୍ତ ଏକ ନୂଆ ଷ୍ଟେଶନ ଭବନ ନିର୍ମାଣ ସହିତ ସମ୍ମୁଖ ଭାଗର ଉନ୍ନତୀକରଣ କରାଯାଉଛି। ଏହାସହିତ ପ୍ଲାଟ୍‌ଫର୍ମ ପୃଷ୍ଠ ଉନ୍ନତୀକରଣ ସହ ଏଲ୍‌ଇଡି ସାଇନେଜ, କୋଚ୍‌ ଏବଂ ଟ୍ରେନ୍‌ ଇଣ୍ଡିକେଶନ ବୋର୍ଡ ସ୍ଥାପନ ଓ ୧୨ ମିଟର ଚଉଡ଼ାର ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଷ୍ଟେଶନରେ ଅତିରିକ୍ତ ୨୦ଟି ପ୍ଲାଟଫର୍ମ ଆଶ୍ରୟସ୍ଥଳ ମଧ୍ୟ ରହିବ। ସେହିପରି ୧୭.୭କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ବଡ଼ବିଲ ରେଳ ଷ୍ଟେଶନରେ ପ୍ରମୁଖ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧% ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ କେବଳ ଗୁଡସ୍‌ ଶେଡ୍‌ର ଉନ୍ନତି ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଅନ୍ୟପକ୍ଷରେ ୮.୬ କୋଟି ଅନୁମୋଦିତ ବଜେଟ ସହିତ ଜାରୋଲି ରେଳ ଷ୍ଟେଶନର ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୨୪% ଶେଷ ହୋଇଛି। ବାରିପଦା ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୧୫.୩୫୪ କୋଟି ଟଙ୍କା ଅନୁମୋଦିତ ବଜେଟ ରହିଥିବାବେଳେ ପ୍ରାୟ ୮୦% ନିର୍ମାଣ ସରିଛି। ସେହିପରି ରାଇରଙ୍ଗପୁର ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୭.୪ କୋଟି ବ୍ୟୟବରାଦ ରହିଥିବାବେଳେ ୩୨% କାମ ସରିଛି। ବେତନଟି ରେଳ ଷ୍ଟେଶନ ପାଇଁ ୧୪୪.୧୪୬ କୋଟି ଟଙ୍କାରେ ନବୀକରଣ କରାଯାଉଛି। ୨୦୨୫ ଜୁଲାଇ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦% କାମ ସମାପ୍ତ ହୋଇଛି। ବାଦାମପାହାଡ଼ ରେଳ ଷ୍ଟେଶନ ପାଇଁ ୧୨.୨୨ କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଇତିମଧ୍ୟରେ ପ୍ରାୟ ୩୪% କାମ ସରିଛି। ଉନ୍ନତ ଯାତ୍ରା ସୁବିଧା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ନବୀକରଣ ବେଶ୍‌ ସହାୟକ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri