ଉତ୍ତର ଓଡ଼ିଶାରେ ୭ ରେଳ ଷ୍ଟେଶନର ନବୀକରଣ

ଭୁବନେଶ୍ୱର,୭ା୪(ଅନୁରାଧା ମହାରଣା): ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପାହାଡ ଷ୍ଟେଶନ ରହିଛି। ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ, ଯାତ୍ରୀଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜି୍ୟକ ଅଭିବୃଦ୍ଧି ପାଇଁ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ଷ୍ଟେଶନଗୁଡ଼ିକରେ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରାଯିବ।
୧୦.୧୬ କୋଟି ବ୍ୟୟବରାଦରେ କେନ୍ଦୁଝରଗଡ଼ ଷ୍ଟେଶନର ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଆଧୁନିକ ସୁବିଧାଯୁକ୍ତ ଏକ ନୂଆ ଷ୍ଟେଶନ ଭବନ ନିର୍ମାଣ ସହିତ ସମ୍ମୁଖ ଭାଗର ଉନ୍ନତୀକରଣ କରାଯାଉଛି। ଏହାସହିତ ପ୍ଲାଟ୍‌ଫର୍ମ ପୃଷ୍ଠ ଉନ୍ନତୀକରଣ ସହ ଏଲ୍‌ଇଡି ସାଇନେଜ, କୋଚ୍‌ ଏବଂ ଟ୍ରେନ୍‌ ଇଣ୍ଡିକେଶନ ବୋର୍ଡ ସ୍ଥାପନ ଓ ୧୨ ମିଟର ଚଉଡ଼ାର ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଷ୍ଟେଶନରେ ଅତିରିକ୍ତ ୨୦ଟି ପ୍ଲାଟଫର୍ମ ଆଶ୍ରୟସ୍ଥଳ ମଧ୍ୟ ରହିବ। ସେହିପରି ୧୭.୭କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ବଡ଼ବିଲ ରେଳ ଷ୍ଟେଶନରେ ପ୍ରମୁଖ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧% ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ କେବଳ ଗୁଡସ୍‌ ଶେଡ୍‌ର ଉନ୍ନତି ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଅନ୍ୟପକ୍ଷରେ ୮.୬ କୋଟି ଅନୁମୋଦିତ ବଜେଟ ସହିତ ଜାରୋଲି ରେଳ ଷ୍ଟେଶନର ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୨୪% ଶେଷ ହୋଇଛି। ବାରିପଦା ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୧୫.୩୫୪ କୋଟି ଟଙ୍କା ଅନୁମୋଦିତ ବଜେଟ ରହିଥିବାବେଳେ ପ୍ରାୟ ୮୦% ନିର୍ମାଣ ସରିଛି। ସେହିପରି ରାଇରଙ୍ଗପୁର ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୭.୪ କୋଟି ବ୍ୟୟବରାଦ ରହିଥିବାବେଳେ ୩୨% କାମ ସରିଛି। ବେତନଟି ରେଳ ଷ୍ଟେଶନ ପାଇଁ ୧୪୪.୧୪୬ କୋଟି ଟଙ୍କାରେ ନବୀକରଣ କରାଯାଉଛି। ୨୦୨୫ ଜୁଲାଇ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦% କାମ ସମାପ୍ତ ହୋଇଛି। ବାଦାମପାହାଡ଼ ରେଳ ଷ୍ଟେଶନ ପାଇଁ ୧୨.୨୨ କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଇତିମଧ୍ୟରେ ପ୍ରାୟ ୩୪% କାମ ସରିଛି। ଉନ୍ନତ ଯାତ୍ରା ସୁବିଧା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ନବୀକରଣ ବେଶ୍‌ ସହାୟକ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?