Categories: ବାଣିଜ୍ୟ

ରେନୋର ନେଶନ ଓ୍ବାଇଡ୍‌ ସମର କ୍ୟାମ୍ପ

ନୂଆଦିଲ୍ଲୀ,୨୬।୪: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୭ ଦିନିଆ ନେଶନ ଓ୍ବାଇଡ୍‌ ରେନୋ ସମର କ୍ୟାମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗାଡ଼ି ବିକ୍ରି ପରବର୍ତ୍ତୀ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି କ୍ୟାମ୍ପର ଆୟୋଜନ କରାଯାଇଛି। ଫଳରେ ଗ୍ରାହକଙ୍କ ଆବଶ୍ୟକତା ସହ କମ୍ପାନୀର ମୂଳ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇପାରିବ। ଏହି କ୍ୟାମ୍ପ ୨୦୨୩ ଏପ୍ରିଲ ୩୦ ପର୍ଯ୍ୟନ୍ତ ସାରା ଦେଶର ରେନୋ ଶୋ’ରୁମ୍‌ର ସର୍ଭିସ୍‌ ପଏଣ୍ଟରେ ଉପଲବ୍ଧ ହେଉଛି। ସେହିଭଳି ରେନୋର ଅଭିଜ୍ଞ ଓ ତାଲିମପ୍ରାପ୍ତ କୁଶଳୀ ଟେକ୍ନିସିଆନମାନେ ଆବଶ୍ୟକ ସହାୟତା ଯୋଗାଇବା ସହ ଗାଡ଼ିର ସମସ୍ତ ଦିଗ ଉପରେ ବିଶେଷଜ୍ଞମାନେ ସହାୟତା ପ୍ରଦାନ କରୁଛନ୍ତି। ଅପରପକ୍ଷରେ ଗ୍ରାହକଙ୍କ କାର୍‌ ଟପ୍‌ ଓ୍ବାଶ ସମେତ ଅଟୋମୋବାଇଲ ଚେକ୍‌ଅପ୍‌ ମଧ୍ୟ ମାଗଣାରେ ପାଇପାରିବେ। ସେହିଭଳି ଇଞ୍ଜିନ ଅଏଲ ଚେଞ୍ଜ ଉପରେ ୨୫% ରିହାତି ସହିତ କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରାଂଶ ଓ ଆନୁଷାଙ୍ଗିକ ସାମଗ୍ରୀ ଉପରେ ମଧ୍ୟ ୧୦%ର ରିହାତି ଦିଆଯାଉଛି। ଏପରିକି ଶ୍ରମ ଶକ୍ତି ଦେୟ ଉପରେ ୧୫% ରିହାତି ସହ ସଚେତନତା ଶିବିରଗୁଡ଼ିକ ଉପରେ ରେନୋ ଇଣ୍ଡିଆର ବିସ୍ତାରିତ ଓ୍ବାରେଣ୍ଟି ଓ ରୋଡ୍‌ ସାଇଡ୍‌ ସହାୟତା ଆଦି କାର୍ଯ୍ୟକ୍ରମ ଉପରେ ୧୦%ର ରିହାତି ଯୋଗାଇ ଦିଆଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share