ରେଙ୍ଗଳ ସରପଞ୍ଚ ପଦ ଅସିଦ୍ଧ ଘୋଷିତ

ପିପିଲି,୧୯ା୧(ଦୁର୍ଗାମାଧବ ମିଶ୍ର): ଡେଲାଙ୍ଗ ବ୍ଲକ ରେଙ୍ଗଳ ସରପଞ୍ଚ ପଦବୀକୁ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍‌ ଜୁନିୟର ଡିଭିଜନ ସଂଗ୍ରାମ କୁମାର ମିଶ୍ର ଗୁରୁବାର ଅସିଦ୍ଧ ଘୋଷଣା କରିଛନ୍ତି। ଉକ୍ତ ପଞ୍ଚାୟତର ନିର୍ବାଚନ ଅନିୟମିତତାକୁ ନେଇ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍‌ ଜୁନିୟରଙ୍କ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଗତ ଡିସେମ୍ବର ୮ରେ ସରପଞ୍ଚ ପଦବୀର ଭୋଟ ବାଲଟ ପେପର ଓ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପୁନଃ ତନଖି କରାଯାଇଥିଲା ଓ ରାୟ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ସରପଞ୍ଚ ସାଗରିକା ବଡ଼ଜେନାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ରେଙ୍ଗଳ ପଞ୍ଚାୟତର ସରପଞ୍ଚ ପଦବୀ ସାମୟିକ ଖାଲି ରହିଲା ବୋଲି କହିଛନ୍ତି। ସେହିପରି ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଡେଲାଙ୍ଗ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଏବଂ ପୁରୀ ଉପ ଜିଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୦୨୨ ଫେବୃଆରୀରେ ରେଙ୍ଗଳ ପଞ୍ଚାୟତରେ ସରପଞ୍ଚ ପଦ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା। ୨୬ ତାରିଖରେ ଭୋଟ ଗଣତି ହୋଇଥିଲା। ପଞ୍ଚାୟତର ୪୦୪୯ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୫୬ ଖଣ୍ଡ ଭୋଟ ନାକଚ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ସ୍ବର୍ଣ୍ଣଲତା ରାଉତରାୟଙ୍କୁ ୧୮ ଖଣ୍ଡ ଭୋଟରେ ହରାଇ ପ୍ରାର୍ଥୀ ସାଗରିକା ବଡ଼ଜେନା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସାଗରିକା ୧୫୨୫ ଖଣ୍ଡ ପାଇଥିବା ବେଳେ ସ୍ବର୍ଣ୍ଣଲତା ୧୫୦୭ ଖଣ୍ଡ ଭୋଟ ପାଇଥିଲେ। ତେବେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ନମ୍ବର ୬ରୁ ୧୨ ପର୍ଯ୍ୟନ୍ତ ଭୋଟ ଗ୍ରହଣରେ ଅନିୟମିତତା, ମୁକ୍ତ ଓ ଅବାଧ ଗଣତି ହୋଇ ନ ଥିବା ଦର୍ଶାଇ ପୁନଃ ଗଣତି ପାଇଁ ୨୦୨୨ ଫେବୃଆରୀ ୨୭ରେ ଡେଲାଙ୍ଗ ବିଡିଓଙ୍କୁ ସ୍ବର୍ଣ୍ଣଲତା ଆବେଦନ କରିଥିଲେ। ମୃତ ଓ ଅନୁପସ୍ଥିତ ଭୋଟ ଗ୍ରହଣ କରାଯାଇଥିବା ଆବେଦନକାରୀ ଏଥିରେ ଦର୍ଶାଇଥିଲେ। ବିଡିଓ ପୁନଃଗଣତି କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରୀ ସ୍ବର୍ଣ୍ଣଲତା ପରବର୍ତ୍ତୀ ସମୟରେ ପିପିଲିସ୍ଥିତ ନିର୍ବାଚନ ଟ୍ରିବ୍ୟୁନାଲ ତଥା ସିଭିଲ ଜଜ୍‌ ଜୁନିୟରଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ବିଚାର କରି ନିର୍ବାଚନ ଟ୍ରିବ୍ୟୁନାଲ ତଥା ସିଭିଲ ଜଜ୍‌ ନିର୍ବାଚନ ମାମଲା ସଂଖ୍ୟା ୧/୨୨ ଅନୁସାରେ ଡେଲାଙ୍ଗ ବିଡିଓ ପଞ୍ଚାୟତର ଓ୍ବାର୍ଡ ନମ୍ବର ୬ରୁ ୧୨ର ବ୍ୟବହୃତ ଏବଂ ଅବ୍ୟବହୃତ ବାଲଟ ପେପର, ଫଳାଫଳ କାଗଜପତ୍ର, ଗଣତି ଫୋଲିଓ ଏବଂ ସମସ୍ତ ନିର୍ବାଚନ କାଗଜପତ୍ର ଡିସେମ୍ବର ୬ରେ କୋର୍ଟରେ ଦାଖଲ କରିଥିଲେ। ଉଭୟ ପକ୍ଷଙ୍କ ଉପସ୍ଥିତିରେ ଡିସେମ୍ବର ୮ରେ ସିଭିଲ ଜଜ୍‌ ତଥା ପିପିଲି ନିର୍ବାଚନ ଟ୍ରିବ୍ୟୁନାଲ ପିପିଲି କୋର୍ଟରେ ଉକ୍ତ ପଞ୍ଚାୟତର ସରପଞ୍ଚ ପଦବୀର ଭୋଟ ବାଲଟ ପେପର ଓ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପୁନଃ ତନଖି କରାଯାଇଥିଲା। ପରେ ସାକ୍ଷ୍ୟ ନିଆଯାଇ ରାୟ ସଂରକ୍ଷିତ ଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନିଲ ଦଳେଇ, ବିନାୟକ ପ୍ରଧାନ ଓ ରସିଦ ଖାଁ ମାମଲା ପରିଚାଳନା କରୁଥିବାବେଳେ ପ୍ରତିବାଦୀଙ୍କ ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ଗୈରିଗଞ୍ଜନ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri