ହଟୁଛି ବେଆଇନ ପୋଷ୍ଟର, ସାଇନ୍‌ ବୋର୍ଡ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ସହରକୁ ସ୍ବଚ୍ଛ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଶେଷକରି ବ୍ୟବସାୟ ସ୍ଥଳରେ ସ୍ବଚ୍ଛତାରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଏମ୍‌ସି। ଲଗାତାର ସହରର ବିଭିନ୍ନ ଦୋକାନ, ମଲ୍‌, ଫୁଡ୍‌ ଷ୍ଟଲକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଉଛି। ଏହି କ୍ରମରେ ବୁଧବାର ପଟିଆ ଅଞ୍ଚଳରେ ଥିବା ଶୋ’ରୁମ୍‌ ‘ପିଟର ଇଂଲଣ୍ଡ’ ସିଲ୍‌ କରାଯାଇଛି। ଶୋ’ରୁମର ୫ ମିଟର ପରିମିତ ଅଞ୍ଚଳରେ ପରିଚ୍ଛନ୍ନତା ଅଭାବରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ସମ୍ପୃକ୍ତ ଅଞ୍ଚଳ ତୁରନ୍ତ ସଫେଇ କରିବା ସହ ଆଗାମୀ ଦିନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ବିଏମ୍‌ସି ପକ୍ଷରୁ ତାଗିଦା କରାଯାଇଛି। ଏଥିସହ କାନ୍ଥବାଡ଼, ଇଲେକ୍ଟ୍ରି ପୋଲ, ଗଛ ଆଦିରେ ପୋଷ୍ଟର ଲଗାଇବାକୁ ବାରଣ କରାଯାଇଛି। ଏହି କ୍ରମରେ ୬ ନଂ. ଓ ୭ନଂ. ୱାର୍ଡରୁ ସଫେଇକର୍ମୀ ପୋଷ୍ଟର କାଢ଼ିଦେଇଛନ୍ତି। ସେହିପରି କାନ୍ଥରେ କିମ୍ବା ଗଛରେ ପୋଷ୍ଟର ଲଗାଇଲେ ଭାରି ଜରିମାନା ଦେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ବ୍ୟତୀତ ବେଆଇନ ଭାବେ ଏଣେତେଣେ ହୋର୍ଡିଂ ଲଗାଇବାକୁ ମଧ୍ୟ ବାରଣ ହୋଇଛି। ଜନପଥରେ ନୀଳାଚଳ ହସ୍ପିଟାଲ ପକ୍ଷରୁ ଲଗାଯାଇଥିବା ସାଇନ ବୋର୍ଡ଼କୁ ବିଏମ୍‌ସି ପକ୍ଷରୁ କଢାଯାଇଛି।

ସୂଚନାନୁଯାୟୀ, ମଙ୍ଗଳବାର ଉକତ୍ଳ କନିକା ଗ୍ୟାଲେରିଆରେ ଚଢ଼ାଉ କରାଯିବା ସହ ୩ଟି ଦୋକାନ ସିଲ୍‌ କରାଯାଇଥିଲା। ସେହିପରି ନିଗମାଞ୍ଚଳର ଉତ୍ତର ଜୋନ୍‌ର ୬ଟି ଷ୍ଟୋର ବିଏମ୍‌ସି ସିଲ୍‌ କରିଥିଲା। ଧ୍ରୁତିଶ୍ରୀ ଏଣ୍ଟରପ୍ରାଇଜେସ୍‌ ପଞ୍ଚମୁଖୀ ଭେରାଇଟି ଷ୍ଟୋର, ଲ୍ୟାଣ୍ଡମାର୍କ କମ୍ୟୁନିକେଶନ, ଜୁସ୍‌ ସେଣ୍ଟର, ଜି ମାର୍ଟ ଭେରାଇଟି ଷ୍ଟୋର ଓ ତାରିଣୀ ଭେରାଇଟି ଷ୍ଟୋରକୁ ପରିମଳରେ ଖିଲାପ କାରଣରୁ ସିଲ୍‌ କରାଯାଇଛି। ଏହାବ୍ୟତୀତ ସହରର ବିଭିନ୍ନ କାନ୍ଥରେ ଲଗାଯାଇଥିବା ବିଜ୍ଞାପନ ପୋଷ୍ଟରର ସଫେଇ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri