ରାଜ୍ୟରୁ ହଟିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାର ଶନିବାର ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ରାଜ୍ୟରେ ଆଉ କୋଭିଡ୍‌ କଟକଣା କିମ୍ବା ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସାଧାରଣ ଲୋକେ ଚାହିଁଲେ ସ୍ବେଚ୍ଛାକୃତ ଭାବେ ନିୟମ ପାଳନ କରିପାରିବେ। କୋଭିଡ୍‌-୧୯ ନିୟମାବଳୀ ରାଜ୍ୟରେ ବଳବତ୍ତର ଥିବାବେଳେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଛେପ ପକାଇବା, ଭିଡ଼ ଜମାଇବା ଉପରେ କଟକଣା ରହିଥିଲା । ଏହି ନିୟମ ଭଙ୍ଗ କଲେ ଜରିମାନା ରୁଜୁ ହେଉଥିଲା । ତେବେ ରାଜ୍ୟ ସରକାର ଏହି କୋଭିଡ୍‌ -୧୯ ରେଗୁଲେଶନକୁ ଉଚ୍ଛେଦ କରିଛନ୍ତି ।