ବିଧାନସଭାରୁ ହଟିଲା କରୋନା କଟକଣା

ଭୁବନେଶ୍ୱର୨୧।୧୧(ବ୍ୟୁରୋ): ରାଜ୍ୟରୁ କରୋନା କଟାକଣା ହଟିବା ପରେ ଏବେ ସରକାର ବିଧାନସଭାରୁ ମଧ୍ୟ କରୋନା କଟକଣାକୁ ହଟାଇ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଏଥିସହ ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କ କୋଭିଡ଼ ଟେଷ୍ଟ କରାଯାଉଥିଲା । ଏବେ ଏହି ସବୁ କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।