ସୁସ୍ଥ ହେଲେ ରେମୋ

ମୁମ୍ବାଇ: ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ କୋକିଳାବେନ ହସ୍ପିଟାଲରୁ ଛୁଟି ମିଳିଯାଇଛି । ହାର୍ଟ ଆଟାକ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଥିବା କୁହାଯାଉଛି । ରେମୋ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେ ସୁସ୍ଥ ଥିବା ଦର୍ଶାଇଛନ୍ତି । ଏହାସହ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସଙ୍କୁ ଧନ୍ୟବାଦ ଦେଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ସ୍ଲୋ ମୋଶନ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ଦେଖାଯାଇଛି ହସ୍ପିଟାଲରୁ ଛୁଟି ମିଳିବା ପରେ ବହୁତ ଗୁଡିଏ ବେଲୁନ ମାଧ୍ୟମରେ ତାଙ୍କୁ ସ୍ୱାଗତ କରାଯାଉଛି । ଏଥିରେ ଗଣପତି ବାବାଙ୍କ ଗୀତ ମଧ୍ୟ ଶୁଭୁଛି । ଡିସଚାର୍ଜ ପରେ ନାଚିନାଚି ସମସ୍ତ ଶୁଭାକାଂକ୍ଷୀଙ୍କୁ ଧନ୍ୟବାଦ ଦେଉଛନ୍ତି ରେମୋ । ସୋସିଆଲ ମିଡିଆରେ ଏବେ ରେମୋଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ସେ ସାମାନ୍ୟ ଦୁର୍ବଳ ଥିବାରୁ ସାଙ୍ଗେ ସାଙ୍ଗେ କାମରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।

Share