Categories: ଫୁରସତ

ଯିଶୁଙ୍କ ବଳିଦାନକୁ ମନେପକାଇ ଶୂଳିରେ ଚଢ଼ିଲେ ଲୋକେ

ମାନିଲା: ଗୁଡ୍‌ ଫ୍ରାଇଡେକୁ ଯିଶୁଙ୍କ ବଳିଦାନ ଦିବସ ଭାବେ ଲୋକେ ପାଳନ କରିଥା’ନ୍ତି। ଏହି ଦିନ ଯିଶୁଙ୍କୁ ଏକ କାଠରେ କଣ୍ଟା ବାଡ଼େଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ସୋସିଆଲ ମିଡିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ଯିଶୁଙ୍କ ପ୍ରତି ଥିବା ଭକ୍ତିକୁ ଜାହିର କରିବାକୁ ଯାଇ ନିଜକୁ ଶୁଳିରେ ଚଢ଼ାଇଛନ୍ତି। ଯିଶୁଙ୍କ ଦେହରେ କଣ୍ଟା ବାଡ଼ାଯାଇଥିବା ଭଳି ନିଜ ଦେହରେ ମଧ୍ୟ କଣ୍ଟା ବାଡ଼ଉଛନ୍ତି। ଏହି ଘଟଣା ଫିଲିପାଇନ୍ସରେ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି। ରିପୋର୍ଟ ମୁତାବକ, ଚଳିତ ବର୍ଷର ଗୁଡ୍‌ ଫ୍ରାଇଡେରେ ଫିଲିପାଇନ୍ସର ୮ ଜଣ ଲୋକ ନିଜକୁ ହିଁ ଶୂଳିରେ ଚଢ଼ାଇ ଦେଇଛନ୍ତି। ସେମାନେ ଯିଶୁଙ୍କ କଷ୍ଟକୁ ମନେପକାଇ ନିଜ ହାତ, ଗୋଡ଼ ଏବଂ ଦେହରେ କଣ୍ଟା ବାଡ଼େଇଲେ। ଫଳରେ ସେମାନଙ୍କ ଦେହରୁ ରକ୍ତ ବାହାରିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ପ୍ରଥାକୁ କ୍ୟାଥୋଲିକ୍‌ ଚର୍ଚ୍ଚ ପକ୍ଷରୁ ରଦ୍ଦ କରାଯାଇଛି। ତେବେ ଶୂଳିରେ ଚଢ଼ିଥିବା ଜଣେ ୬୨ ବର୍ଷୀୟ ରୁବେନ ଇନାଜେ କହିଛନ୍ତି, ସେ ୩୪ଥର ଏପରି କରିସାରିଲେଣି। ସେ ଆସନ୍ତା ବର୍ଷ ମଧ୍ୟ ନିଜକୁ ଏପରି କଷ୍ଟ ଦେବାକୁ ଇଚ୍ଛା ରଖିଛନ୍ତି। ରୁବେନଙ୍କ ଏପରି ସାହସକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି। ରିପୋର୍ଟ ମୁତାବକ, ରୁବେନ ଥରେ ୩ ତାଲା ବିଲ୍ଡିଂରୁ ଗଳିପଡ଼ିଥିଲେ। ହେଲେ ତାଙ୍କର କିଛି ହୋଇ ନ ଥିଲା। ସେବେଠାରୁ ସେ ଏହି ପ୍ରଥା କରିଆସୁଛନ୍ତି। କୁହାଯାଏ, ଗୁଡ୍‌ ଫ୍ରାଇଡେର ୩ୟ ଦିନ ରବିବାର ଯିଶୁ ପୁଣିଥରେ ଜୀବିତ ହୋଇଥିଲେ। ସେଥିପାଇଁ ଲୋକେ ଏହି ଇଷ୍ଟର ପର୍ବ ମନାଉଥିବା କହିଛନ୍ତି।

Share