ପ୍ରତିକାର ଛାଟ

ପର୍ବତାରୋହଣ ଦୁଃସାହସିକ କ୍ରୀଡ଼ା ପର୍ଯ୍ୟାୟଭୁକ୍ତ। କିନ୍ତୁ ସେଥିରେ ପ୍ରତିଦ୍ୱନ୍ଦ୍ୱିତା ଶୀର୍ଷ ଛୁଇଁଥିବାରୁ ଗିରିଶୃଙ୍ଗରେ ପହଞ୍ଚତ୍ବାର ରୋମାଞ୍ଚ ପୂର୍ବଭଳି ଆକର୍ଷଣ ସୃଷ୍ଟି କରୁନାହିଁ। ବରଂ ଏହା ଅନେକ ଅନଭିଜ୍ଞଙ୍କ କୋଳାହଳ ଯୋଗୁ ଏକ ଫ୍ୟାଶନ ପାଲଟି ଯାଇଛି। କେବଳ ସେତିକିରେ ଅଟକି ଯାଉନାହିଁ ଯାତ୍ରା। ଠିକ୍‌ ପ୍ରଶିକ୍ଷିତ ହୋଇ ନ ଥିବା ବହୁ ପର୍ବତ ଚଢ଼ାଳିଙ୍କୁ ଉପରକୁ ଉଠିବା ପାଇଁ ଅନୁମତି ଦିଆଯାଉଥିବାରୁ ଅନେକ ଦୁର୍ଘଟଣା ଘଟୁଛି ଓ ସ୍ଥଳବିଶେଷରେ ସେମାନଙ୍କ ସୁରକ୍ଷା ପ୍ରଶ୍ନବାଚୀରେ ରହିଲାଣି। ଏ ସବୁକୁ ଦେଖି ନେପାଳ ସରକାର ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ନିୟମକୁ କଡ଼ା କରିବାକୁ ଯାଉଛନ୍ତି। ମିଳିଥିବା ଖବର ଅନୁଯାୟୀ ହିମାଳୟବ୍ୟାପ୍ତ ଦେଶରେ ଥିବା କୌଣସି ଗିରିଶୃଙ୍ଗରେ ପୂର୍ବରୁ ୭ ହଜାର ମିଟର ବା ୨୨ ହଜାର ୯୬୫ ପୁଟ ଚଢ଼ିବାର ଅଭିଜ୍ଞତା ରଖିଥିବା ପର୍ବତାରୋହୀଙ୍କୁ ଏଭରେଷ୍ଟ ଯିବାର ସୁଯୋଗ ମିଳିବ। ଉଲ୍ଲେଖଯୋଗ୍ୟ, ଏଭରେଷ୍ଟର ଉଚ୍ଚତା ୮ ହଜାର ୮୪୮ ମିଟର ବା ୨୯,୦୩୨ ଫୁଟ। ଏଥିସହିତ ଗାଇଡ୍‌ ବା ସେର୍ପାମାନେ ନେପାଳୀ ନାଗରିକ ହୋଇଥିବା ବାଞ୍ଛନୀୟ। ନେପାଳ ସରକାର ଏଭଳି ଚିଠା ଆଇନ ପ୍ରସ୍ତୁତ କରିବା ପଛରେ ରହିଛି ଏଭରେଷ୍ଟରେ ଗହଳି ହ୍ରାସ ଓ ସୁରକ୍ଷା ଦିଗକୁ ଧ୍ୟାନଦେବା। ସୂଚନା ଦିଆଯାଇପାରେ ଯେ ୨୦୨୩ରେ ଏଭରେଷ୍ଟ ଚଢ଼ାଳିଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ହୋଇଥିଲେ। ଗତବର୍ଷ ମଧ୍ୟ ୮ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା।
ନେପାଳ ସରକାର ଆଣିବାକୁ ଯାଉଥିବା ନୂଆ ଆଇନ ଆଉ ଗୋଟେ ଦୃଷ୍ଟିରୁ ପରିବେଶ ଅନୁକୂଳ ହେବ ବୋଲି କୁହାଯାଇପାରେ। ଅନେକ ପର୍ବତାରୋହୀଙ୍କୁ ଚଢ଼ିବା ଲାଗି ଅନୁମତି ଦିଆଯିବା ପଛରେ ଅଧିକ ଅର୍ଥ ଉପାର୍ଜନର ଚିନ୍ତା ରହିଛି। କାରଣ ଯେଉଁମାନେ ପର୍ବତ ଚଢ଼ନ୍ତି ସେମାନଙ୍କୁ ଅନୁମତି ପାଇବା ନିମନ୍ତେ ଋତୁକାଳୀନ ସ୍ଥିରୀକୃତ ଆମେରିକୀୟ ଡଲାର ଦେବାକୁ ପଡ଼ିଥାଏ, ଯାହା ନେପାଳ ସରକାରଙ୍କ ପାଖକୁ ଯାଇଥାଏ। ତେବେ ଯେଉଁଭଳି ହାରରେ ଚଢ଼ାଳିଙ୍କ ସଂଖ୍ୟା ବଢ଼ିଛି, ତାହା ଦ୍ୱାରା ସେହି ଅଞ୍ଚଳ ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଗଦାଗଦା ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ହିମାଳୟର ଏହି ଅଞ୍ଚଳରୁ ଜନ୍ମ ନେଇଥିବା ଅନେକ ନଦୀର ଜଳ ମଧ୍ୟ ଦୂଷିତ ହେଉଛି। ଏଥିସହିତ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ମାଟି ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି। କହିବାକୁ ଗଲେ ବିସ୍ତୃତ ହିମାଳୟ ଆସ୍ତେ ଆସ୍ତେ ଜୈବ ବିବିଧତା ହରାଉଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସିଧାସଳଖ ଅନୁଭବ କରୁଥିବା ବେଳେ ଜୈବ ବିବିଧତାର ଗନ୍ତାଘର ଭାବେ ଦଣ୍ଡାୟମାନ ହିମାଳୟ ଭଳି ମେରୁ ପ୍ରଦୂଷଣ ଯୋଗୁ ଦୋହଲି ଗଲେ ବିପଦ ଆଗକୁ ଆହୁରି ବଡ଼ ରୂପ ଧାରଣ କରିବ। ନେପାଳ ସରକାର ପର୍ବତାରୋହୀଙ୍କ ପାଇଁ କରିଥିବା କଡ଼ା ନିୟମକୁ ପ୍ରତିକାରର ଏକ ଛାଟ ରୂପେ ବିବେଚନା କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri