ରେମ୍‌ଡେସିଭିର୍‌ କଳାବଜାର

ନୂଆଦିଲ୍ଲୀ, ୧୭।୪: କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଭାଇରାଲ ଡ୍ରଗ୍‌ ରେମ୍‌ଡସିଭିର୍‌ର ଅଭାବ ବିଭିନ୍ନ ରାଜ୍ୟରେ ଦେଖାଦେଇଛି। ଏହି ଇଞ୍ଜେକ୍‌ଶନ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବାବେଳେ ଅସାଧୁ ବ୍ୟବସାୟୀମାନେ ଏହାର କଳାବଜାର ଆରମ୍ଭ କରିଦେଇଛନ୍ତି। ଓଏଲ୍‌ଏକ୍ସ ଓ୍ବେବ୍‌ସାଇଟରେ ଏହି ଇଞ୍ଜେକ୍‌ଶନ ୬ ହଜାର ଟଙ୍କାରେ ଅବାଧରେ ବିକ୍ରି ହେଉଛି। ଗୁଜରାଟ ଓ ମହାରାଷ୍ଟ୍ରର ଅନେକ ଓଏଲ୍‌ଏକ୍ସ ବ୍ୟବହାରକାରୀ ରେମଡେସିଭିର ଇଞ୍ଜେକ୍‌ଶନ ବିକ୍ରି କରୁଥିବା ଜଣାପଡ଼ିଛି। ବ୍ୟବସାୟୀମାନେ ଉକ୍ତ ଇଞ୍ଜେକ୍‌ଶନକୁ ବେଆଇନ ଭାବେ ମହଜୁଦ ରଖି ଓଏଲ୍‌ଏକ୍ସରେ ଉଚ୍ଚ ଦାମ୍‌ରେ ବିକୁଥିବାବେଳେ ଏହାକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

Share