କରୋନା ସଂକ୍ରମିତଙ୍କୁ ବଞ୍ଚାଇବାରେ ଅସଫଳ ହେଲା ରେମଡେସିଭିର!

ଜେନେଭା,୧୬ ।୧୦: ଆମେରିକା କମ୍ପାନୀ ଗିଲିଏଡର ରେମଡେସିଭିର ଔଷଧ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ନିକଟରେ ଏକ କ୍ଲିନିକାଲ ଟେଷ୍ଟରେ ପାଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅବା ସେମାନଙ୍କର ଜୀବନ ବଞ୍ଚାଇବାରେ ରେମଡେସିଭିର ଆଦୌ ସଫଳ ନୁହେଁ କହିଲେ ଚଳେ । କରୋନା ସଂକ୍ରମଣ ଆରମ୍ଭରେ ପ୍ରଥମେ ଏହି ଆଣ୍ଟି ଭାଇରାଲ ମେଡିସିନର ବ୍ୟବହାର କରାଯାଇଥିଲା । ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତିଙ୍କ ଚିକିତ୍ସାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୪ଟି ସମ୍ଭାବିତ ଔଷଧ ବ୍ୟବସ୍ଥାକୁ ନେଇ ପରୀକ୍ଷଣ କରିଥିଲା । ଯେଉଁଥିରେ ରେମଡିସିଭିର, ହାଇଡ୍ରୋକ୍ଲୋରୋକୁଇନ୍‌, ଆଣ୍ଟି ଏଚ୍‌ଆଇଭି ଡ୍ରଗ୍ କମ୍ବିନେଶନ ଲୋପିନାଭିର-ରିଟୋନାଭିର ଓ ଇଣ୍ଟରଫୋରନ ସାମିଲ ହୋଇଥିଲା । ଏହି ପରୀକ୍ଷଣରେ ୩୦ ଦେଶର ପାଖାପାଖି ୧୧,୨୬୬ ବୟସ୍କ ରୋଗୀଙ୍କୁ ସାମିଲ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଲମ୍ବା ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କଠାରେ ଏହି ଔଷଧ କିଛି କାମ କରୁନାହିଁ । ସୂଚନାଯୋଗ୍ୟ, ମେ’ ୧ରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ପ୍ରଶାସନ ରେମଡେସିଭିରକୁ ଆମେରିକା ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜରୀ ପ୍ରଦାନ କରିଥିଲା । ଏହାପରେ କିଛି ଦେଶ ଏହାକୁ ବ୍ୟବହାର କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri