Categories: ଜାତୀୟ

ବାକି ରହିଲା ୬୦ ମିଟର ମାଟି ଖୋଳା: ଆଶା ଆଶଙ୍କାରେ ପରିବାର ବର୍ଗ

ଡେରାଡୁନ,୧୦।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ତପୋବନ ଟନେଲରେ କେତେକ ଲୋକ ଅଟକି ରହିଛନ୍ତି। ମୋନଙ୍କ ପାଖରେ ପହଞ୍ଚିବା ପାଇଁ ୧୮୦ ମିଟର ବାଟ ଅତିକ୍ରମ କରିବାକୁ ଉଦ୍ଧାରକାରୀ ଦଳଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଇତିମଧ୍ୟରେ ୧୨୦ ମିଟର ବବାଟରୁ କାଦୁଅ ପାଣି ସଫା କରାଯାଇଛି। ଅବଶିଷ୍ଟ ୬୦ ମିଟର ବାଟର ମାଟି ଖୋଳା କାମ ଜାରି ରହିଛି। ହିମସ୍ଖଳନକୁ ୭୨ ଘଣ୍ଟାରୁ ଅଧିକ ସମୟ ବିିତିଛି। ଏତେ ସମୟ ଧରି ଟନେଲରେ କେତେ ଜଣ ଜୀବିତ ଥିବେ ସେ ନେଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିବାର ବର୍ଗ ଆଶା ଆଶଙ୍କାରେ ରହିଛନ୍ତି। ତେବେ ବି ଆଶାର କିରଣ ନେଇ ଉଦ୍ଧାରକାରୀଦଳ ଯୁଦ୍ଧକାଳୀନ ଭିତ୍ତିରେ ଅଟକି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଅଟକି ଥିବା ଲୋକେ ଜୀବନ ସହିତ ବଞ୍ଚିବା ଲଢ଼େଇ ଜାରି ରଖିଛନ୍ତି। ଆଇଟିବିପି, ଏନ୍‌ଡ଼ିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତିି। ଇତିମଧ୍ୟରେ ୩୨ ମୃତଦେହ ଉଦ୍ଧାର କରାଯାଇଛି। ୧୭୫ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କର ସନ୍ଧାନ କରାଯାଉଛି।

Share