ଅନ୍ତିମ ରଣକୌଶଳ ଉପରେ ଭରସା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୨୨ା୩:ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି । ସେଥିପାଇଁ ସହରର ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ନୂଆ ରଣକୌଶଳ ଆପଣାଇଛନ୍ତି। ଦୁଇ ସହରରେ ବିଜେଡି ଦଳୀୟ ଷ୍ଟାର ପ୍ରଚାରକଙ୍କୁ ନେଇ ନିର୍ବାଚନ ପ୍ରଚାରରେ ବହୁ ଆଗରେ ରହିଥିବାବେଳେ ଭାଜପା ଓ କଂଗ୍ରେସ ନିର୍ବାଚନ ପୂର୍ବରୁ ହାତ ଟେକି ଦେଲା ଭଳି ମନେ ହେଉଛି। ଭାଜପା ଓ କଂଗ୍ରେସ ପକ୍ଷରୁ ଏଯାଏ କୌଣସି ହେଭିୱେଟ ନେତା କିମ୍ବା ଷ୍ଟାର ପ୍ରଚାରକ ପ୍ରଚାର ମଇଦାନରେ ଓହ୍ଲାଇ ପାରିନାହାନ୍ତି। ତେବେ ଭାଜପା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ କେବଳ ଭରସା ରଖିଥିବାବେଳେ କଂଗ୍ରେସ ଉଭୟ ଦଳର ଦୁର୍ନୀତି ଉପରେ ପ୍ରଚାର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।
୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗରରେ ଭାଜପା ପ୍ରଥମ କରି ଅଧ୍ୟକ୍ଷା ପଦବୀ ହାତେଇବା ଉଦ୍ୟମରେ ପ୍ରଚାର ଅଭିଯାନରେ କମେଡିଆନ ହରିହର ମହାପାତ୍ରଙ୍କୁ ସାମିଲ କରିଛି। ତେବେ ଏହି ପ୍ରଚାରରେ କୌଣସି ହେଭିୱେଟ ନେତାଙ୍କ ଦେଖା ମିଳିନି। ଅନ୍ୟପକ୍ଷେ କଂଗ୍ରେସରୁ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡା ପ୍ରଚାରର ନେତୃତ୍ୱ ନେଉଛନ୍ତି। ବିଜେଡିରୁ କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ରସାନନ୍ଦ ମହାନ୍ତିଙ୍କ ସମେତ ନାରାୟଣ ରାଉତ, ମହେଶ ଧଳ, ମାଧବ କୁମାର ସାହୁ, ଗୋବର୍ଦ୍ଧନ ସ୍ବାଇଁ, ବିଜୟ କୁମାର ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି। ବ୍ୟାସନଗର ପୌର ପରିଷଦରେ ପ୍ରାୟ ୧୯ ଜଣ ବିଜେଡି ଅସନ୍ତୁଷ୍ଟ ନେତା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବାରୁ ତାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ କଣ୍ଟା ହୋଇପାରେ ବୋଲି ମତପ୍ରକାଶ ପାଇଛି। ଏଠାରେ ବିଜେଡି ଯାଜପୁର ଭଳି ସଫଳତା ପାଇ ନ ପାରେ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
୧୮ ୱାର୍ଡ ବିଶିଷ୍ଟ ଯାଜପୁରରେ ବିଜେଡି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ। ସୋମବାର ଯାଜପୁରର ପ୍ରଶାସନିକ ଭବନଠାରୁ ଏକ ବିରାଟ ବାଇକ୍‌ ରାଲି ଆରମ୍ଭ କରାଯାଇ ୧୮ ୱାର୍ଡ ପରିକ୍ରମା କରିଥିଲା। ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ପୂର୍ବତନ ପୌରପାଳ ଭବପ୍ରସାଦ ଦାସ, ଯୁବ ବିଜେଡି ସଭାପତି ମନୋଜ ସାହୁ, ସନ୍ତୋଷ ମଲ୍ଲିକ, କର୍ନାଟକେଶରୀ ଦାସ ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜୁଲତା ହୋତାଙ୍କ ସମେତ ୧୮ ୱାର୍ଡର କାଉନସିଲର ପ୍ରାର୍ଥୀ ଓ ପ୍ରାର୍ର୍ଥିନୀ ଉପସ୍ଥିତ ଥିଲେ।
କଂଗ୍ରେସ ମଧ୍ୟ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିଛି। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥତ୍ନୀ ପ୍ରିୟଦର୍ଶିନୀ ସାମନ୍ତ ଓ ସମସ୍ତ କାଉନ୍‌ସିଲର ପ୍ରାର୍ଥୀମାନେ ଭୋଟରଙ୍କ ହୃଦୟ ଜିଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଯାଜପୁର ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ, ଜିଲା କଂଗ୍ରେସ ସଭାପତି ମନୋଜ ରାଉତ, ବଳଭଦ୍ର ଦାସ, ବିଭୂତି ମହାପାତ୍ର, ଶେଖ ସଲିମ, ନାରାୟଣ ସାମନ୍ତ ପ୍ରମୁଖ ନେତୃ ମଣ୍ଡଳୀମାନେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରୁଛନ୍ତି। ତେବେ ଭାଜପା ପ୍ରାର୍ଥୀମାନେ ସ୍ଥାନୀୟ ନେତୃବର୍ଗଙ୍କ ଉପରେ ଭରସା କରିଛନ୍ତି। ଯାଜପୁର ମଣ୍ଡଳ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସଞ୍ଜୟ ମିଶ୍ର, ଦୀପ୍ତିରେଖା ମିଶ୍ର, ସୁଦୀପ୍ତ ପଣ୍ଡା, ପରମେଶ୍ୱର ଦ୍ୱିବେଦୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି। ଏଠାରେ ମଧ୍ୟ ଭାଜପାର ହେଭିୱେଟ ନେତା ଭାବେ ପରିଚିତ କୌଣସି ନେତୃବର୍ଗଙ୍କ ଦେଖା ମିଳିନାହିଁ। ଜିଲାର ଉଭୟ ମ୍ୟୁନିସିପାଲିଟୀରେ ବିଜେଡି ପ୍ରଚାରରେ ଆଗରେ କଂଗ୍ରେସ ଓ ଭାଜପା ହାର ମାନି ଯାଇଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।
ବ୍ୟାସନଗର ସହରରେ ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର ସେତେଟା ପ୍ରଭାବୀ ପରିଲକ୍ଷିତ ହେଉ ନ ଥିବାବେଳେ କେତୋଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କଠାରୁ ମଧ୍ୟ ଆଗୁଆ ରହିଛନ୍ତି। ଧୂଆଁଧାର ପ୍ରଚାର ଅଭିଯାନ ପରେ କେତେକ ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲାଖୋଲି ମତ ପ୍ରକାଶ କରୁଛନ୍ତି ା ଅଧିକାଂଶ ୱାର୍ଡରେ ଭୋଟରମାନେ ଏବେ ବି ନୀରବ ରହି ସ୍ଥିତି ସମୀକ୍ଷା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri