ଆଶ୍ରୟ ନେବାକୁ ହୀନସ୍ତା ହେଉଛନ୍ତି ଖଲାସୀ

ପାରାଦୀପ,୧୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ଦର ଓ ଶିଳ୍ପସଂସ୍ଥାରେ ପଣ୍ୟ ପରିବହନ କରୁଥିବା ପ୍ରାୟ ୨୦ ହଜାରରୁ ଅଧିକ ଭାରିଯାନର ଖଲାସୀ ଆଶ୍ରୟ ନେବା ପାଇଁ ହୀନସ୍ତା ହେଉଛନ୍ତି। ଏପରି କି ପାରାଦୀପର ମୁଖ୍ୟ ପ୍ରବେଶ ପଥ ଅଠରବାଙ୍କୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥଳ ଖୋଲା ଆକାଶ ତଳେ ପ୍ରତ୍ୟେକ ରାତିରେ ଶତାଧିକ ଖଲାସୀ ଶୋଇବା ପାଇଁ ବାଧ୍ୟ ହେଉଛନ୍ତି। ଏପରି ହେବା ପଛରେ ବନ୍ଦର ପ୍ରଶାସନର ପରିବର୍ତ୍ତିତ ବ୍ୟବସ୍ଥା ବୋଲି କୁହାଯାଉଛି।
ସୂଚନା ମୁତାବକ, ବନ୍ଦର ନିଷିଦ୍ଧାଞ୍ଚଳକୁ ପ୍ରତିଦିନ ୨ରୁ ଅଢ଼େଇ ହଜାର ଟ୍ରକ୍‌ ପଣ୍ୟ ନେଇ ପ୍ରବେଶ ଓ ପ୍ରସ୍ଥାନ କରିଥାନ୍ତି। ପ୍ରତି ଟ୍ରକ୍‌ରେ ଜଣେ ଚାଳକ ଓ ଜଣେ ଖଲାସୀ ଥାଆନ୍ତି। ସେମାନଙ୍କ ପାଇଁ ଗେଟ ପାସ୍‌ କରିବା ଏବଂ ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ଗାଡ଼ିରେ କେବଳ ଜଣେ ଚାଳକଙ୍କୁ ଯାତାୟାତ କରିବାକୁ ନିୟମ ରହିଛି। ଫଳରେ ଖଣି ଅଞ୍ଚଳରୁ ଗାଡ଼ିରେ ଆସିଥିବା ଖଲାସୀ ଅଠରବାଙ୍କୀଠାରେ ରହିଥାନ୍ତି। ଗାଡି ପଣ୍ୟ ଖଲାସ କିମ୍ବା ବୋଝେଇ କରି ବନ୍ଦରରୁ ବାହାରିବା ପରେ ପୁଣି ସେମାନେ ଯାଇଥାନ୍ତି। ବନ୍ଦର ଭିତରୁ ବାହାରିବା ପାଇଁ ଗୋଟିଏ ଗାଡିକୁ ଅନ୍ୟୁନ ୪ରୁ ୮ଘଣ୍ଟା ସମୟ ଲାଗିଥାଏ। ସେତିକି ସମୟ ପାଇଁ ଖଲାସୀମାନେ ଅଠରବାଙ୍କି ଗୋଲେଇ ଛକ ଚତୁପାଶର୍‌ବରେ ଥିବା ଫୁଟପାଥ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମଣ୍ଡପରେ ଶୋଇପଡନ୍ତି ବୋଲି ମନୋଜ ନାୟକ ନାମକ ଟ୍ରକ ମାଲିକ କୁହନ୍ତି। ଏମିତି ଶୋଇବା ବେଳେ ପ୍ରତିରାତିରେ କେତେକ ଲୁଟେରା ସେମାନଙ୍କଠାରୁ ମୋବାଇଲ ଓ ଟଙ୍କା ଚୋରି କରୁଛନ୍ତି ବୋଲି ଖଲାସୀ କିଟୁ ମଜୁମ୍‌ଦାର ଅଭିଯୋଗ କରିଛନ୍ତି। ଏଭଳି ଖଲାସୀଙ୍କ ଅସୁବିଧା ସମ୍ପର୍କରେ ୩ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି)ର ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କୁମାର ଜେନା କହଛନ୍ତି, ଆମ୍ଭେ ଏକ ଆଶ୍ରୟ କେନ୍ଦ୍ର ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛୁ। ଖୁବଶୀଘ୍ର ଏହି କେନ୍ଦ୍ର କରିବା ପାଇଁ ସହମତି ମିଳିଛି। ଏହା ନିର୍ମାଣ ହେଲେ ସେମାନେ ଭଲରେ ବିଶ୍ରାମ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri