ପରୀକ୍ଷାଗାରରେ ଯାଞ୍ଚ ପାଇଁ ଅନାଗ୍ରହ

ଯାଜପୁର,୧୪ା୫(ହର୍ଷବର୍ଦ୍ଧନ ବେହେରା):ରାସ୍ତା ଓ ଗୃହ (ଆର୍‌ ଏଣ୍ଡ ବି) ନିର୍ମାଣ ବା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ସେଣ୍ଟ୍ରାଲ ଓ ଜୋନାଲ ଲାବରେଟୋରି (ପରୀକ୍ଷାଗାର) ରହିଛି। ସେଥିରୁ ପାଣିକୋଇଲି ଏବଂ ଚାରବାଟିଆ ଡିଭିଜନ ଅଧୀନରେ ଚାଲିଥିବା ଯାଜପୁର ଜିଲାର ଶତାଧିକ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ଚଣ୍ଡିଖୋଲରେ ଏକ ଜୋନାଲ ଲାବରେଟୋରି କାର୍ଯ୍ୟ କରୁଛି। ଏହି ବିଭାଗରେ ଜଣେ ଆଞ୍ଚଳିକ ଅଧିକାରୀ(ଆରଓ) ଦାୟିତ୍ୱରେ ରହିଛନ୍ତି। ତେବେ ଜାଲିଆତି କରାଯାଇ କେତେକ ପ୍ରକଳ୍ପର ନିମ୍ନମାନର ପ୍ରକଳ୍ପ କାର୍ଯ୍ୟର ଠିକ୍‌ ଯାଞ୍ଚ ହେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆବଶ୍ୟକ ଅନୁଯାୟୀ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ନମୁନା ପଠାଉ ନ ଥିବା ଅଭିଯୋଗ ହେଉଛି। ଏଠାରେ ଚଣ୍ଡିଖୋଲ ଜୋନାଲ ଲାବରେଟୋରିରେ ଗତ ଏପ୍ରିଲ ସୁଦ୍ଧା ୮୩ଟି ନମୁନା ପରୀକ୍ଷା ନ କରି ବାକି ରଖିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାବାଦ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଦୁର୍ବଳ ପାଚେରି କାନ୍ଥର ମାନ ପରୀକ୍ଷା ନ କରି ସେଥିରେ ନୂତନ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ବିଭାଗୀୟ ଅବହେଳାର ଅନ୍ୟ ଏକ ଦୃଷ୍ଟାନ୍ତ ବୋଲି ମତପ୍ରକାଶ ପାଇଛି। ଏଭଳି ଅନେକ ପ୍ରକଳ୍ପର ମାନ ପରୀକ୍ଷା ହେଉ ନଥିବାରୁ କାମ ନ ସରୁଣୁ ସେଥିରୁ ପିଚୁ କିମ୍ବା କଂକ୍ରିଟ ଉଠିଯାଉଥିବା ନଜିର ରହିଛି।
ଜଣେ ଠିକାଦାରଙ୍କ କହିବା ଅନୁସାରେ, ଏହି ବିଭାଗରେ ମଞ୍ଜୁର ଅର୍ଥରୁ ୧୫ ପ୍ରତିଶତ କମ୍‌(ଲେସ)ରେ ଟେଣ୍ଡର ଭରିଲେ ଯାଏ କାମ ମିଳେ। ଏହାବାଦ ରାଜନୈତିକ ନେତୃବର୍ଗ ୫%, ଅଧୀକ୍ଷଣ ଯନ୍ତ୍ରୀ ୧%, ସହକାରୀ ନିର୍ବାହୀ ଯନ୍ତ୍ରୀ ୧%, କନିଷ୍ଠ ଯନ୍ତ୍ରୀ ୧.୫%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଫଳରେ ଉପରୋକ୍ତ ଯନ୍ତ୍ରୀମାନେ ଉପୁରିଆ ଭାବେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଭିଜିଲାନ୍ସ ଚଢାଉରେ ଅଧିକାଂଶ ଯନ୍ତ୍ରୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ମିଳୁଥିବା ନଜିର ରହିଛି। ଏଭଳି ଭାବେ ନିରୂପିତ ଅର୍ଥରୁ ପ୍ରାୟ ୩୦% ପିସି ଆକାରରେ ଯାଉଥିବାରୁ ନିମ୍ନମାନର କାର୍ଯ୍ୟ ହେଉଛି। ଏହାର ଅନେକ ଉଦାହରଣ ରହିଛି। ଦଶରଥପୁର ବ୍ଲକ ରାମବାଗଠାରୁ ଛତ୍ରପଡ଼ା ରାସ୍ତା କାମ ଚାଲିଥିବାବେଳେ ଗୋଟିଏ ସ୍ଥାନରୁ ପିଚୁ ଉଠିଯାଇଥିବାର ଭିଡିଓ ହେବା ଭାଇରାଲ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ହେଲେ ଏହାର ନମୁନା ପରୀକ୍ଷା ନ କରି ଏହାକୁ ଯେନତେନ ପ୍ରକାରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମ୍ଭାଳି ନେଇଥିଲେ। ସେହିପରି ଯାଜପୁରଠାରୁ ବିଞ୍ଝାରପୁର ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ୪ ବର୍ଷ ହେଲା ସରିପାରୁନି। ବାଇପାସ୍‌ ରାସ୍ତା ନିର୍ମାଣ ନ କରି ଯେନତେନ ପ୍ରକାରେ କାମ ସାରିବାକୁ ଠିକାଦାର ଯୋଜନା କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଶତାଧିକ ନିର୍ମାଣ କାର୍ଯ୍ୟର ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଉପଯୁକ୍ତ ଭାବେ ପରୀକ୍ଷାନିରୀକ୍ଷା ହେଉ ନଥିବାରୁ ସେଗୁଡିକର ଦୀର୍ଘସ୍ଥାୟୀ ହୋଇ ପାରୁ ନ ଥିବା ଉଦାହରଣ ରହିଛି। ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଣ୍ଡିଖୋଲ ଜୋନାଲ ଲାବରେଟୋରିରେ ଏପ୍ରିଲ ସୁଦ୍ଧା ବିଭିନ୍ନ ନିର୍ମାଣ କାର୍ଯ୍ୟର ୫୮୨ଟି ନମୁନା ପରୀକ୍ଷା ନ କରି ବାକି ପଡିଥିଲା। ଏହାସହ ଏପ୍ରିଲରେ ୨୫୦ଟି ପୁଣି ନମୁନା ସଂଗ୍ରହ କରାଯାଇଥିଲା। ତଦନୁସାରେ ସମୁଦାୟ ବାକି ରହିଥିବା ୮୩୨ଟି ନମୁନାରୁ ଏପ୍ରିଲରେ ୭୪୯ଟି ନମୁନା ପରୀକ୍ଷା କରାଯାଇ ଚୂଡାନ୍ତ ହୋଇଥିଲା। ତେବେ ଉକ୍ତ ନମୁନା ପରୀକ୍ଷା ଅନୁସାରେ ଏଯାଏ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବିଭାଗୀୟ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ନିର୍ମାଣ ସାମଗ୍ରୀର ମାନ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇ ଥାଉ। ସେହିପରି ଆବଶ୍ୟକ ପଡିଲେ ନିର୍ମାଣ ପରେ ବି ପରୀକ୍ଷା ହୋଇଥାଏ। ବରାହ ପ୍ରକଳ୍ପରେ ସେମିତି ଯାଞ୍ଚର କୌଣସି ଆବଶ୍ୟକତା ନ ଥିଲା। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହମତିରେ ପୁରୁଣା କାନ୍ଥରେ ନୂଆ କାମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri