ପ୍ରମାଣ ସତ୍ତ୍ୱେ ତଦନ୍ତ ପାଇଁ ପଛଘୁଞ୍ଚା

ଖୋର୍ଦ୍ଧା,୧୦ା୭(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନ(ଏନସିଆଇଏସଏମ)କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ଜୁନ ୧୧ରେ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ମୁଞ୍ଜିପାରା ମହେନ୍ଦ୍ର ଭାଇ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିନା ଏନ୍‌ଇଇଟିରେ ଆୟୁର୍ବେଦ ଡାକ୍ତରୀ ପାଠ ସମ୍ପର୍କିତ ଏକ ଖବର ଧରିତ୍ର୍ରୀରେ ଗତ ଜାନୁୟାରୀ ୧୦ରେ ପ୍ରକାଶ ପାଇଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତତ୍କାଳୀନ ଆୟୁଷ ନିର୍ଦ୍ଦେଶକ ଭୂପେଶ ବେହେରା କହିଥିଲେ। ପରବର୍ତ୍ତି ସମୟରେ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥଙ୍କ ନିକଟରେ ଗତ ମେ’ ୨ରେ ୬୮ପୃଷ୍ଠା ଏବଂ ୧୯ମେ’ରେ ୧୨ପୃଷ୍ଠା ସମ୍ବଳିତ ତଥ୍ୟ ପ୍ରମାଣ ଯୁକ୍ତ ଅଭିଯୋଗ ଦାଖଲ କରାଯାଇଥିଲା। ରଥ ଏହାର ତଦନ୍ତ ଲାଗି ଆୟୁଷ ବିଭାଗର ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଗତ ମେ’ ୧୬ରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ମହାପାତ୍ର ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରିଥିଲେ। ଏହା ପରେ ଜୁନ ୨୨ରେ ରଥଙ୍କ ଅନ୍ୟତ୍ର ବଦଳି ହୋଇଥିଲା। ପରେ ପ୍ରେମଜିତ ନାୟକ ନୂତନ ଆୟୁଷ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ସମସ୍ତ ତଥ୍ୟ ପ୍ରମାଣ ସତ୍ତ୍ୱେ ଆୟୁଷ ନିର୍ଦ୍ଦେଶକ ନାୟକ ତଦନ୍ତ ଚାଲିଛି, ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ଦିନ ଗଡାଇ ଚାଲିଛନ୍ତି। ସେପଟେ ଅଫିସର ବଦଳିଲେ ତଦନ୍ତ ବାଟବଣା।
ପ୍ରକାଶ ଯେ, ଗତ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚରେ ବିନା ଯୋଗ୍ୟତାରେ ବାହାର କଲେଜ(କୌଣସି ଆୟୁର୍ବେଦ କଲେଜରେ ନାମଲେଖାଇ ନ ଥିବା ଛାତ୍ରୀଛାତ୍ର)ଙ୍କ ଠାରୁ ମୋଟା ଅଙ୍କ ନେଇ ସେମାନଙ୍କୁ ପାଠପଢା ସୁଯୋଗ ଦିଆଯାଇଛି। ସେଥିରୁ ୨୦୧୬ରେ ବିନା ଏନ୍‌ଇଇଟିରେ ଜଣେ ଛାତ୍ରୀ ପାସ କରିସାରିଛନ୍ତି। ୨୦୧୭ରେ ଦୁଇଜଣ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଜୁନ ମାସ ଶେଷ ସୁଦ୍ଧା ଉଭୟଙ୍କ ଏକ ବର୍ଷିଆ ହାଉସ ସର୍ଜନ ସରିବ।
ବେଆଇନ ଭାବେ ଡାକ୍ତରୀପାଠ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପାଠପଢା ସୁଯୋଗ ଦିଆଯାଉଥିବା ଏବଂ ଛାତ୍ରୀଛାତ୍ରଙ୍କ ଠାରୁ ମୋଟା ଅଙ୍କ ନେଇ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର, ର଼୍ୟାଙ୍କ କାର୍ଡ ଓ ଓଜେଇ ଆଲାଟମେଣ୍ଟ ଲେଟର, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ(ସିଏଲସି) ଓ ମାଇଗ୍ରେସନ ସାର୍ଟିଫିକେଟ, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ନାମଲେଖା ସୁଯୋଗ ଦିଆଯାଇଥିବା ନେଇ ଜନୈକ ଅଭିଯୋଗକାରୀ ୨୦୨୦-୨୧ ବ୍ୟାଚରେ ବିନା ଏନଇଇଟିରେ ଡାକ୍ତରୀ ପାଠ ପଢୁଥିବା ନେଇ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୨ ମସିହାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୧୦ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୬-୧୭ ଏବଂ ୨୦୧୭-୧୮ ବ୍ୟାଚରେ ମଧ୍ୟ ଅନୁରୂପ ଭାବେ ୩ଜଣ ନାମଲେଖାଇଥିବା ନେଇ ଜଣାପଡିଥିଲା। ଏ ସଂକ୍ରାନ୍ତରେ ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଠପଢା ନେଇ ଧରିତ୍ରୀରେ ଗତ ମେ’ ୧ତାରିଖରେ ଖବର ପ୍ରକାଶ ପାଇଥିଲା।
ପର୍ଯ୍ୟାୟରେ ଏହି ନାମଲେଖାରେ କେଳେଙ୍କାରୀ ସମ୍ପର୍କରେ ଅନ୍ୟ ଜଣେ ଅଭିଯୋଗକାରୀ ଗତ ମେ’ ୨ତାରିଖରେ ସମ୍ପର୍କରେ ତଥ୍ୟ ସମ୍ବଳିତ ୬୮ପୃଷ୍ଠାର ରିପୋର୍ଟ ଦାଖଲ କରିଥିଲେ। ତେବେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଏବଂ ଏନ୍‌ସିଆଇଏସଏମର ତଦନ୍ତରେ ଶୀଥିଳତାକୁ ନେଇ ପୁଣି ଥରେ ଅଭିଯୋଗକାରୀ ମେ’ ୯ତାରିଖରେ ଆୟୁଷ ମନ୍ତ୍ରଣାଳୟ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ କଲେଜ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହାର ଆଗାମୀ ନାମଲେଖା ପ୍ରକ୍ରିୟାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱର ସହିତ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଏନ ଏନ୍‌ସିଆଇଏସଏମକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତେବେ ୨୦୧୬/୨୦୧୭ ଏବଂ ୨୦୨୦ ବ୍ୟାଚରେ ନାମଲେଖାରେ ବ୍ୟାପକ ଅନିୟମିତା ହୋଇଥିବା ଏବଂ ମୋଟା ଅଙ୍କ ନେଇ ବାହାର କଲେଜ ପିଲାଙ୍କୁ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଧରିତ୍ରୀରେ ଏକାଧିକ ଖବର ପରିବେଷଣ କରାଯାଇଛି। ଏହି ନାମଲେଖା କେଳେଙ୍କାରୀ ସଂକ୍ରାନ୍ତରେ ଆମ ପ୍ରତିନିଧି ଖୋର୍ଦ୍ଧା ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଡ.ମୁଞ୍ଜିପରା ମହେନ୍ଦ୍ର ଭାଇ ଆଶ୍ଚାର୍ଯ୍ୟାନ୍ବିତ ହେବା ସହ ଏହାର ବିଧିବଦ୍ଧ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୦-୨୧ ବ୍ୟାଚରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌ରେ ଟ୍ରାନ୍ସଫର ବେସିସ୍‌ରେ ନାମଲେଖା ଲାଗି ୧୨ଜଣ ଆବେଦନ କରିଥିବା ନେଇ କଲେଜ କର୍ତ୍ତୃପକ୍ଷ ଆୟୁଷ ବିଭାଗକୁ ଚିଠି କରିଥିଲେ। କଲେଜ ଚିଠି ପ୍ରକାରେ ଆୟୁଷ ନିର୍ଦ୍ଦେଶକଙ୍କ ସମେତ ୫ଜଣକୁ ନେଇ ଗଠିତ ଟିମ୍‌ ୫ଜଣଙ୍କୁ ନାମଲେଖା ପାଇ ଅନୁମୋଦନ କରିଥିଲେ। ତେବେ ଆୟୁଷ ବିଭାଗ ପକ୍ଷରୁ ଆସିଥିବା ନାମଲେଖା ଅନୁମୋଦିତ ଚିଠିକୁ ନକଲ କରାଯାଇ ଏହି ବ୍ୟାଚରେ ୫ଜଣ ଛାତ୍ରୀଛାତ୍ର ପରିବର୍ତ୍ତେ ୭ଜଣଙ୍କୁ ନାମ ଲେଖା ପାଇଁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri