ଶାନ୍ତି ପ୍ରାର୍ଥନାରେ ଗୁଟେରସଙ୍କ ସହ ସାମିଲ ହେଲେ ଅନେକ ଧର୍ମର ନେତା

ଜେନେଭା,୧୫।୪: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ ଯୁଦ୍ଧ ଓ ରାଜନୈତିକ ଧ୍ରୁବିକରଣ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ବିଶ୍ୱ ପାଇଁ ଏକତାର ଆହ୍ବାନ କରିଛନ୍ତି। ମିଳିତ ଜାତିସଂଘ କହିଛି ଯେ ହିନ୍ଦୁ ଧର୍ମ ଓ ଶିଖ ଧର୍ମ ସହିତ ଅନେକ ଧର୍ମର ନେତାମାନେ ‘ଆମର ସବୁଠାରୁ ମୂଲ୍ୟବାନ ଲକ୍ଷ୍ୟ’ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଗୁଟେରସ କହିଛନ୍ତି ଏଠାରେ ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟାଳୟରେ ଭିଜିଟର୍ସ ପ୍ଲାଜାରେ ପ୍ରତିଷ୍ଠିତ ‘ନଟେଡ ଗମ’ ମୂର୍ତ୍ତିକଳା ସାମ୍ନାରେ ରମଜାନର ଶେଷ ଶୁକ୍ରବାର ଏକ ବିଶେଷ ମୁହୂର୍ତ୍ତରେ ସଭା ହୋଇଛି। ଏପଟେ ଇସାଇ ଇଷ୍ଟର ପାଳନ କରୁଛନ୍ତି, ୟହୁଦି ଫସହର ଶେଷ(ମିଶ୍ରର ଗୁଲାମିରେ ଇସ୍ରାଏଲବାସୀଙ୍କ ମୁକ୍ତି)ର ଉତ୍ସବ ପାଳନ କରୁଛନ୍ତି ଆଉ ଶିଖ ବୈଶାଖି ଉତ୍ସବର ମଜା ନେଉଛନ୍ତି।
ଗୁଟେରସ କହିଛନ୍ତି ଭୟଙ୍କର ବିଭାଜନ ସମୟରେ ଆଜି ଆମେ ଏଠି ସମାନ କାରଣ ପାଇଁ ଏକାଠି ହୋଇଛେ। କ୍ୟାଲେଣ୍ଡର ବି ଏକତାର ବାର୍ତ୍ତା ଦେଉଛି। ଲୋକଙ୍କ ପାଇଁ ଏକଜୁଟ ହୁଅ ପୃଥିବୀ ପାଇଁ ଏକଜୁଟ ହୁଅ। ଆଉ ଶାନ୍ତି ପାଇଁ ଏକ ହୋଇଯାଆନ୍ତୁ।

Share