ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ

ଆକାର ପଟେଲ

‘ଲୋକମାନଙ୍କର ଧର୍ମ ଚୟନ କରିବା ପାଇଁ ସ୍ବାଧୀନତା ରହିଛି : ସୁପ୍ରିମକୋର୍ଟ’- ଗତକାଲି ପ୍ରକାଶିତ ଏହି ଶୀର୍ଷକ ଖବରଟି ଏକ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ ସମ୍ପର୍କରେ ଥିଲା। ଭାରତୀୟମାନେ ଯେଉଁ ଧର୍ମରେ ଜନ୍ମ ନେଇଛନ୍ତି ତାହା ପରିବର୍ତ୍ତନ କରିବାକୁ ବନ୍ଦ କରିବା ପାଇଁ ଦାବି କରାଯାଇଥିତ୍ବା ପିଆଇଏଲ୍‌କୁ ନେଇ ବିଚାରପତିମାନେ କ୍ରୋଧ ପ୍ରକାଶ କରିଥିଲେ। ଏହା କି ପ୍ରକାର ପିଟିଶନ ବୋଲି ସେମାନେ କହିଥିଲେ। ୧୮ ବର୍ଷ ଊର୍ଦ୍ଧ୍ୱରୁ ବୟସର ଜଣେ କାହିଁକି ତା’ ଧର୍ମ ପସନ୍ଦ ବା ଚୟନ ନ କରିବ ବୋଲି ସେମାନେ ପ୍ରକାଶ କରିଥିଲେ। ଏହି ପିଟିଶନ ଦାଖଲ କରିଥିଲେ ଭାଜପାର ଅଶ୍ୱିନୀ ଉପାଧ୍ୟାୟ। ଧାର୍ମିକ ସ୍ବାଧୀନତାକୁ ନେଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଏକ ଲମ୍ବା ଇତିହାସ ରହିଆସିଛି। ଏହାକୁ ପୁନର୍ବାର ଚର୍ଚ୍ଚା କରିବା ଉଚିତ୍‌ ହୋଇପାରେ। ପ୍ରଥମତଃ, ପାଠକମାନଙ୍କୁ ଏହା ବୁଝିବାକୁ ଦିଆଯାଉ ଯେ, ତୁମର ଧାର୍ମିକ ସ୍ବାଧୀନତା ନାହିଁ। ତୁମେ ଯେଉଁଥିତ୍ରେ ଜନ୍ମ ହୋଇଥିତ୍ଲ ସେହି ଧର୍ମକୁ ବଦଳାଇବାକୁ ତୁମର ଅଧିତ୍କାର ନାହିଁ। ଏହା ହିଁ ବାସ୍ତବ କଥା । ଆମ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଉଲ୍ଲେଖ ରହିଛି ଯେ, ସବୁ ଲୋକଙ୍କର ଅନ୍ତଃକରଣ ସ୍ବାଧୀନତା ଏବଂ ଧର୍ମକୁ ଅବାଧ ରୂପରେ ମାନିବା, ଆଚରଣ କରିବା ଓ ପ୍ରଚାର କରିବାର ସମାନ ଅଧିତ୍କାର ରହିଛି। ଏହା ସ୍ପଷ୍ଟତଃ ମୌଳିକ ଅଧିକାର। ଏକ ଡିବେଟ ପରେ ମୌଳିକ ଅଧିକାର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ କରାଯାଇଥିଲା ,ଯେଉଁଥିରେ ଭାରତୀୟ ଖ୍ରୀଷ୍ଟିଆନମାନଙ୍କୁ ସ୍ବତନ୍ତ୍ର ଭାବେ ଧର୍ମ ପ୍ରସାର( ଅନ୍ୟ ଲୋକଙ୍କୁ ପରିବର୍ତ୍ତନ କରିବାକୁ) କରିବା ପାଇଁ କୁହାଯାଇଥିଲା।
କେ.ଏମ.ମୁନ୍‌ସିଙ୍କ ସମେତ ଆମର ଅନ୍ୟ ସମ୍ବିଧାନ ପ୍ରଣେତାମାନେ ଖ୍ରୀଷ୍ଟିଆନଙ୍କ ସହ ଏକମତ ହୋଇଥିଲେ। ଆସେମ୍ବ୍ଲିରେ କେବଳ ଓଡ଼ିଶାର ୨୬ ବର୍ଷୀୟ ଲୋକନାଥ ମିଶ୍ର ଧର୍ମ ପରିବର୍ତ୍ତନ ଅଧିକାରକୁ ବିରୋଧ କରିଥିଲେ। ‘ଭାରତକୁ ଧର୍ମନିରପେକ୍ଷ କରି ହିନ୍ଦୁମାନେ ଅନ୍ୟ ସମ୍ପ୍ରଦାୟଗୁଡ଼ିକୁ ସମର୍ଥନ କରିଛନ୍ତି ଏବଂ ଏହି ପରିବର୍ତ୍ତନ ଅଧିକାର ସେମାନଙ୍କୁ ଦେବା ଉଚିତ,କିନ୍ତୁ ମୌଳିକ ଅଧିକାର ଭାବେ ନୁହେଁ ’ବୋଲି ସେ କହଥିଲେ। ବାସ୍ତବରେ ତାଙ୍କର ଏତେ ବ୍ୟସ୍ତ ହେବାର ନ ଥିଲା, କାରଣ ପରେ ଛଳରେ ଏହି ଅଧିକାର କାଢି ନିଆଗଲା ଯେମିତି ଭାରତରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଅନ୍ୟ ଅଧିକାରଗୁୁଡ଼ିକ କ୍ଷେତ୍ରରେ ଘଟିଛି। ଆସନ୍ତୁ ଏ ସଂକ୍ରାନ୍ତରେ ମୋ ନିଜ ରାଜ୍ୟ ଗୁଜରାଟ କଥା ଦେଖିବା।
୨୦୦୩ରେ ଗୁଜରାଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ଆଇନ ପାସ୍‌ କଲେ, ଯାହା ଗୁଜରାଟୀମାନଙ୍କ ପାଇଁ ସବୁ ଧାର୍ମିକ ସ୍ବାଧୀନତାକୁ ଶେଷ କରିଦେଲା। ଧର୍ମ ପରିବର୍ତ୍ତନ ପାଇଁ ସରକାରଙ୍କ ଅନୁମତି ଦରକାର ବୋଲି ଏହି ଆଇନରେ ପ୍ରାବଧାନ ରହିଲା। ସେମାନେ କାହିଁକି ଧର୍ମ ପରିବର୍ତ୍ତନ କରିବାକୁ ଚାହଁୁଛନ୍ତି;ସେମାନଙ୍କ ବୃତ୍ତି ଓ ମାସିକ ଆୟ ସମ୍ପର୍କିତ ବିବରଣୀ; ଯେଉଁ ଧର୍ମରୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଓ ସେଥିରେ କେତେ ବର୍ଷ ରହିଥିଲେ; ଦଳିତ କି ଆଦିବାସୀ; ଧର୍ମ ପରିବର୍ତ୍ତନର ତାରିଖ ଓ ସମୟ ; ସେମାନଙ୍କ ସହ ତାଙ୍କ ପରିବାରର ସମସ୍ତଙ୍କର ନାମ, ଠିକଣା, ବୟସ; ପରିବର୍ତ୍ତନ ସମୟରେ ଉପସ୍ଥିତ ଅତିଥିମାନଙ୍କର ନାମ ଓ ଠିକଣା ସବୁ ଏକ ଫର୍ମରେ ପୂରଣ କରି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କୁ ଦେବାକୁ ପଡ଼ିଲା । ଧର୍ମ ପରିବର୍ତ୍ତନର ୧୦ ଦିନ ଭିତରେ ଏହା ନ କଲେ ସେମାନଙ୍କୁ ବର୍ଷେ ଜେଲରେ ରହିବାକୁ ପଡ଼ିଲା।
ଆଇନରେ ଉଲ୍ଲେଖ ରହିଛି ଯେ,ଯେଉଁ ବ୍ୟକ୍ତି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେ ଧର୍ମାନ୍ତରୀକରଣର ମାସେ ପୂର୍ବରୁ ଆଉ ଏକ ଫର୍ମରେ ଉପର ଲିଖିତ୍ତ ସମସ୍ତ ବିବରଣୀ ପୂରଣ କରି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଅନୁମତି ପାଇଁ ତାଙ୍କ ନିକଟରେ ଦାଖଲ କରିବା ଦରକାର। ପ୍ରଶାସନ ମାସେ ଭିତରେ ଏହାକୁ ଅନୁମୋଦନ କିମ୍ବା ନାକଚ କରିପାରନ୍ତି। ଧର୍ମ ପରିବର୍ତ୍ତନ କରିବାକୁ ଚାହଁୁଥିବା ବ୍ୟକ୍ତିଙ୍କୁ ମନା କରିବା ଅର୍ଥ ତାହା ନିଶ୍ଚିତ ଭାବେ ତାଙ୍କର ସ୍ବାଧୀନତାକୁ ପ୍ରଭାବିତ କରିବା। ଧର୍ମ ପରିବର୍ତ୍ତନକୁ ସରକାର ଅନୁମୋଦନ ନ କରିବା ମାନେ ଜଣଙ୍କୁ ତାଙ୍କ ଜନ୍ମିତ ଧର୍ମରେ ପୂର୍ବଭଳି ରହିବାକୁ ପଡ଼ିଲା। ଗୁଜରାଟ ବିଧାନସଭା ଜାନୁୟାରୀ ୨୦୨୦ରେ ପ୍ରକାଶ କଲା ଯେ, ରାଜ୍ୟରେ ଗତ ୫ ବର୍ଷରେ ଧର୍ମ ପରିବର୍ତ୍ତନ ପାଇଁ ମୋଟରେ ୧,୮୯୫ ଦରଖାସ୍ତ ଦାଖଲ କରାଯାଇଥିଲା। ସେଥିରୁ ସରକାର ୮୮୯ ଜଣଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ। ଧର୍ମ ପରିବର୍ତ୍ତନ ଲାଗି ଅନୁମତି ପାଇଥିତ୍ବା ୧୦୦୬ ଜଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଥିଲେ ସୁରଟର ଦଳିତ ମହିଳା। ସେମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ ଦଳିତମାନେ ବହୁ ସଂଖ୍ୟାରେ ଦରଖାସ୍ତ ପ୍ରଦାନ କରିଥିତ୍ତ୍ଲେ। କାରଣ ୨୦୧୪ରେ ସାମୂହିକ ଉତ୍ସବରେ ଧର୍ମ ପରିବର୍ତ୍ତନ କରିବାକୁ ସେମାନଙ୍କୁ ନିଷିଦ୍ଧ କରାଯାଇଥିଲା। ମୋଦି ସରକାର ବୌଦ୍ଧ ଓ ଜୈନରୁ ହିନ୍ଦୁ ଏବଂ ହିନ୍ଦୁରୁ ସେହି ଦୁଇ ଧର୍ମକୁ ପରିବର୍ତ୍ତନର ବ୍ୟବସ୍ଥାକୁ ରାଜ୍ୟ ଅଧିତ୍ନିୟମରୁ ବାଦ୍‌ ଦେବା ପାଇଁ ଆଇନକୁ ସଂଶୋଧନ କରିବା ନିମନ୍ତେ ଚେଷ୍ଟା କରିଥିତ୍ଲେ। ଅର୍ଥାତ, ଆଇନ ଦୃଷ୍ଟିରୁ ହିନ୍ଦୁଙ୍କ ଭଳି ବୌଦ୍ଧ ଓ ଜୈନଙ୍କୁ ଦେଖାଯିବ କିନ୍ତୁ ବାସ୍ତବରେ ସେମାନେ ଆଉ ଧର୍ମ ପରିବର୍ତ୍ତନ କରିପାରିବେ ନାହିଁିଁ। କିନ୍ତୁ ହିନ୍ଦୁମାନଙ୍କ ସହ ସଂଯୋଜିତ କରିବାକୁ ଗୁଜରାଟର ଜୈନମାନେ ବିରୋଧ କଲେ ଏବଂ ସରକାର ଆଇନର ସଂଶୋଧନରୁ ଓହରିଗଲେ। ମୁଁ କେବଳ ଗୁଜରାଟର ଦୃଷ୍ଟାନ୍ତ ଦେଲି, କିନ୍ତୁ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଏହି ଆଇନ ରହିଛି ଓ ମୌଳିକ ଅଧିକାର କୁହାଯାଉଥିବା ଏହି ଆଇନର ଆପରାଧୀକରଣ କରାଯାଉଛି।
ଧର୍ମ ପରିବର୍ତ୍ତନ ପାଇଁ ଗୁଜରାଟ ଆଇନରେ ୩ ବର୍ଷ ଦଣ୍ଡ ବ୍ୟବସ୍ଥା ରହିଛି (ଯଦି ଜଣେ ମହିଳା, ଦଳିତ କିମ୍ବା ଆଦିବାସୀ ଧର୍ମ ପରିବର୍ତ୍ତନ କରନ୍ତି ତେବେ ଏହାକୁ ୪ ବର୍ଷ କରାଯାଇଛି)। ଧର୍ମ କ୍ଷେତ୍ରରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଅନୁମତି ନ ଦେବା କିଭଳି କାମ କରିବ ତାହା ବୁଝାପଡ଼ୁନାହିଁ। ଏଇ ନିକଟରେ କେତ ମାସ ହେବ ଭାଜପା ଶାସିତ ରାଜ୍ୟ ଉତ୍ତରାଖଣ୍ଡ,ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକ ‘ଲଭ ଜିହାଦ’ ଆଇନ ପାସ କରିଛନ୍ତି,ଯାହା ପୁନଶ୍ଚ ଧାର୍ମିକ ସ୍ବାଧୀନତା ଉପରେ ବୁଣି ରାଜ୍ୟଗୁଡ଼ିକର ହାତମୁଠାକୁ ଟାଣ କରିଛି। ଏଣୁ ଭାରତୀୟଙ୍କର ଧାର୍ମିକ ସ୍ବାଧୀନତା ରହିଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍‌।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri