ଭୋଗରେ ଧର୍ମୀୟ ଭାବନା

ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର ତରଳ ଚର୍ବି ବ୍ୟବହାର ହେବା ଆରମ୍ଭ ହୋଇଛି ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡିଙ୍କ ସମୟରୁ। ସୁପ୍ରିମକୋର୍ଟ ୩୦ ତାରିଖରେ ତାଗିଦକଲେ ନାଇଡୁ ଧର୍ମକୁ ରାଜନୀତିର ଊର୍ଦ୍ଧ୍ୱରେ ରଖନ୍ତୁ। ଇତିମଧ୍ୟରେ ମନ୍ଦିରର ଶୋଧନ ସହ ଘିଅକୁଣ୍ଡ, ଭଣ୍ଡାରଘର, ରୋଷେଇଶାଳା ତଥା ବାସନକୁସନ ଆଦିର ଶୁଦ୍ଧୀକରଣ କରାଯାଇଛି। ଧର୍ମରେ ବ୍ୟବସାୟ ପଶିଲେ ଧନ ଆଗରେ ଭକ୍ତି ମାଡ଼ ଖାଇଯାଏ। ବସ୍ତୁ ଓ ମନ ଭିତରେ ଅପମିଶ୍ରଣ ପଶେ, ଭଗବାନ୍‌ ଓ ଭକ୍ତଙ୍କ ଭିତରେ ପୂଜକ ଏବଂ ବ୍ୟବସାୟୀ ଏପରି ପରିସ୍ଥିତି ଆଣନ୍ତି। ସବୁ କାଳେ ମଧ୍ୟସ୍ଥ ନିଜର ଧନଲାଭକୁ ସର୍ବୋଚ୍ଚ ସ୍ତରରେ ରଖେ।
ଶ୍ରୀମଦ୍‌ ଭଗବଦ୍‌ ଗୀତା ରଚନା ସମୟରେ ଭାରତ ଭୂଖଣ୍ଡରେ ‘କୁଳଧର୍ମାଃ ସନାତନାଃ’ (ଅଧ୍ୟାୟ ୧, ଶ୍ଲୋକ ୪୦: ସଂକ୍ଷେପରେ ୧.୪୦) ଛଡ଼ା ଆଉ କୌଣସି ଧର୍ମ ନ ଥିଲା। ଯେଉଁ ଯୁଦ୍ଧରେ ବଂଶର ଗୁରୁଜନମାନଙ୍କୁ ହତ୍ୟାକରିବାକୁ ପଡ଼ିବ ଓ ସେମାନଙ୍କ ଅବର୍ତ୍ତମାନରେ କୁଳଧର୍ମ ଉଚ୍ଛନ୍ନ ହେଲେ ନରକବାସ ନିଶ୍ଚିତ (୧.୪୪) ବୋଲି କହି ଅର୍ଜୁନ ଅସ୍ତ୍ର ତ୍ୟାଗ କରିବାରୁ ଶ୍ରୀକୃଷ୍ଣ ତାଙ୍କୁ ଯାହା ସବୁ ବୁଝାଇଥିଲେ ତାହା ହିଁ ଗୀତାରେ ବର୍ଣ୍ଣିତ ହୋଇଛି। ସେହି କ୍ରମରେ ୯ମ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି, ତାଙ୍କୁ କ’ଣ ଦେଇ ପୂଜା କରିବ। ଭକ୍ତି ସହକାରେ ପତ୍ର, ପୁଷ୍ପ, ଫଳ ତଥା ଜଳ ଅର୍ପଣ କଲେ ସେ ଗ୍ରହଣ କରିବେ। ”ପତ୍ରଂ ପୁଷ୍ପଂ ଫଳଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି: ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ।“ ୯.୨୬। ଯାହା କିଛି କରୁଛ, ଯାହା କିଛି ଖାଉଛ, ଯାହା କିଛି ଦେଉଛ ସେସବୁ ତାଙ୍କଠାରେ ଅର୍ପଣକର (୯.୨୭), ତା’ ହେଲେ ଉପାସକ ଉପରେ ଅଶୁଭ ଫଳ ପଡ଼ିବ ନାହିଁ (୯.୨୮)। (ରକ୍ଷଣଶୀଳ ପରିବାରରେ ବୟସ୍କମାନେ ବଢ଼ାହୋଇଥିବା ଖାଦ୍ୟଥାଳି ଚାରିପଟେ ପାଣି ଛଡ଼ାଇ ଠାକୁରଙ୍କୁ ଅର୍ପଣକରନ୍ତି, ପରେ ହିଁ ପାଟିକୁ ନିଅନ୍ତି।) ଯିଏ ତାଙ୍କୁ ଭକ୍ତି ନ କରେ ତା’ ଉପରେ ରାଗନ୍ତି ନାହିଁ, ସର୍ବଭୂତାନି (ସବୁ ଲୋକଙ୍କୁ) ସେ ସମଦୃଷ୍ଟିରେ ଦେଖନ୍ତି, ଭକ୍ତ ବୋଲି ତାହାକୁ ବେଶି ଅନୁଗ୍ରହ ଦେଖାନ୍ତି ନାହିଁ। (୯.୨୯); ଅଧର୍ମୀ ବି ତାଙ୍କର ପ୍ରିୟ। (ଗୀତା ରଚନା ସମୟରେ ଗୀତା ରଚୟିତା ଭାରତରେ ଦୁଇ ରକମର ମଣିଷ ଦେଖିଛନ୍ତି, ଭଗବାନ୍‌ଙ୍କ ଠାରେ ସମର୍ପିତ ଲୋକ ଓ ଭଗବାନ୍‌ଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ। ଏହି କାରଣରୁ ସନାତନ ଧର୍ମ ଅନ୍ୟ ଧର୍ମ ପ୍ରତି ଅସୂୟା ଭାବ ରଖେ ନାହିଁ, ଭକ୍ତ ଓ ଅଭକ୍ତ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ, ଭୋଗ କି ପ୍ରକାର ହେବ ତା’ ଉପରେ ଜୋର୍‌ ନ ଦେଇ ଅର୍ପଣ କରୁଥିବା ଲୋକର ଭକ୍ତି ଉପରେ ଜୋର୍‌ ଦିଏ। ଭୋଗ ଦେଉଥିବା ଲୋକକୁ ଭଲପାଇବେ ଆଉ ଭୋଗରାଗ ନ ଦେଉଥିବା ଲୋକକୁ ଘୃଣା କରିବେ ବା ସେମାନଙ୍କ ଉପରେ ଶ୍ରୀକୃଷ୍ଣ ରାଗିବେ ଏ କଥା ଭାବିବା ଭୁଲ୍‌। ହୃଦୟ ବା ମନ ଯାହା କହୁଛି ତା’ ଦେଲେ, ବଦଳରେ କିଛି ଆଶା କରୁ ନ ଥିଲେ, ଭଗବାନ୍‌ ତା’ ଗ୍ରହଣ କରନ୍ତି। ଏତେ ସବୁ ବୁଝାଇ ସାରିଲା ପରେ ଶ୍ରୀକୃଷ୍ଣ କହିନାହାନ୍ତି, ମୋତେ କେବଳ ପୂଜା କର। ୟଥେଚ୍ଛାସି ତଥା କୁରୁ, ତୁମେ କ’ଣ କରିବ ଠିକ୍‌ କର। (୧୮.୬୩)। ଯେଉଁମାନେ ଅନ୍ୟ ଦେବଦେବୀଙ୍କୁ ପୂଜା କରନ୍ତି ସେମାନେ ପ୍ରକୃତରେ ଭଗବାନ୍‌ଙ୍କୁ ପୂଜା କରନ୍ତି, କିନ୍ତୁ ଭୁଲ୍‌ ବାଟରେ, ଅବିଧିପୂର୍ବକଂ (୯.୨୩) ବୋଲି ସେ କହିଛନ୍ତି।
ଘର ଅପେକ୍ଷା ମନ୍ଦିରରେ ପୂଜାକରିବା ବେଶି ଫଳ ଦିଏ ବୋଲି ଲୋକବିଶ୍ୱାସ ଆସିଯାଇଛି କାହିଁକି? ସବୁବେଳେ ପୂଜାପାଠ ଚାଲିଥାଏ ବୋଲି ମନ୍ଦିର ବେଶି ପବିତ୍ର ଲାଗେ। ଘର ଭିତରେ ଥିବା ମନ୍ଦିର ଭଳି ସ୍ଥାନରେ ସଦାସର୍ବଦା ପୂଜାପାଠ ହୁଏ ନାହିଁ, ତେଣୁ ମନ୍ଦିରଠାରୁ ଅଳ୍ପ ଶାନ୍ତ ପରିବେଶ। ପୂଜାପୂଜି ଏକ ସାମ୍ପ୍ରଦାୟିକ – ସାମୂହିକ ପଙ୍‌କ୍ତି ଭିତରେ – ହେଉଥିବାରୁ ବାତାବରଣ ତ୍ୟାଗ ଓ ପବିତ୍ରତା ଆଣିଦିଏ। କିନ୍ତୁ ପୂଜକମାନେ ସେହି ବାତାବରଣକୁ ଏକ ପାରିବାରିକ ବ୍ୟବସାୟ ରୂପେ ଗ୍ରହଣ କରିନେଇଛନ୍ତି। ସେମାନଙ୍କ ପାଖରେ ଗ୍ରାହକର ଧର୍ମଭାବ ତୁଚ୍ଛ। ଧର୍ମରେ ଭଗବତ୍‌ ପ୍ରାପ୍ତି, ବ୍ୟବସାୟରେ ଧନ ପ୍ରାପ୍ତି – ତେଣୁ ବିପରୀତ ଦିଗରେ ମଣିଷର ଆଚରଣ! ପୁରୀ ଶ୍ରୀମନ୍ଦିରରେ ୫୦ରୁ ୬୦ହଜାର ଲୋକଙ୍କ ପାଇଁ ମହାପ୍ରସାଦ ରାନ୍ଧିବାରେ ଓ ଦୀପ ଜାଳିବାରେ ହାରାହାରି ୪୦୦ରୁ ୫୦୦ ପନ୍ଦରକିଲିଆ ଘିଅ ଟିଣ କିଣାଯାଏ। ତିରୁପତି ତିରୁମାଲାରେ ପ୍ରତିଦିନ ପ୍ରାୟ ଲକ୍ଷେ ଲଡୁ ତିଆରି କରିବା ପାଇଁ (୪ରୁ ୬ ଲଡୁ କିଲେ ଘିଅ ଖାଏ) ୨୫ ହଜାର କିଲୋ ଗାଈଘିଅ ଦରକାର। ପ୍ରାୟ ୫ ଲିଟର କ୍ଷୀରରୁ କିଲେ ଘିଅ ବାହାରେ, ଦୁଧିଆଳି ଗାଈଟିଏ ୧୦ ଲିଟର କ୍ଷୀର ଦେଉଥିଲେ, ଘିଅ ବରାଦ ନେଇଥିବା ଠିକାଦାର ୧୨,୫୦୦ ଦୁଧିଆଳି ଗାଈଙ୍କୁ ଖୋଜିବ, ତା’ ଅସମ୍ଭବ ହେଲେ ଅଭାବକୁ ଅପମିଶ୍ରଣ ଦ୍ୱାରା ପୂରଣ କରିବ, ନ ହେଲେ ତା’ ବ୍ୟବସାୟ ଭୁଶୁଡ଼ି ପଡ଼ିବ। (ପୁଣି ଦୀପ ଜାଳିବାର ଘିଅ କଥା ଅଛି।) ପ୍ରସାଦର ଗୁଣ ପରୀକ୍ଷା କରିବା ଅଧିକାରୀମାନେ ଏ ସତ୍ୟର ସାମ୍ନା କରିବେ। ଟଙ୍କା ଯେ ସମସ୍ତଙ୍କର ମୁହଁ ବଙ୍କା କରିପାରେ! (ମନ୍ଦିରାଧିକାରୀଙ୍କ, ତେଣୁ ପୂଜକର ବି!)
ଯଦି ଈଶ୍ୱର ନିରାକାର ତେବେ ଜମିବାଡ଼ି ନଷ୍ଟକରି ମନ୍ଦିର, ମସ୍‌ଜିଦ, ଗିର୍ଜା ତିଆରି କରିବା କ’ଣ ଦରକାର? ଆଲ୍ଲା ବା ମେସିହା ଦେବଦୂତ ବା ଆଞ୍ଜେଲ କାହିଁକି ତିଆରି କଲେ, ସେମାନଙ୍କୁ ତ ଭଗବାନ୍‌ ଯାହା ବତାଇଥିବେ ସେମାନେ ସେଇୟା କରିବେ, ସେମାନଙ୍କ ଇଚ୍ଛା ନାହିଁ କି ଭୋକ ନାହିଁ। ଯଦି ଭଗବାନ୍‌ ମଣିଷକୁ ଜନ୍ମକଲେ କେବଳ ତାଙ୍କୁ ପୂଜା କରିବା ପାଇଁ, ତେବେ ମଣିଷ ତ ଗୋଟିଏ ରୋବଟ୍‌ ହୋଇଗଲା, ତା’ର ବୁଦ୍ଧି କାହିଁକି ଦରକାର? ଲୋକେ ଆରତି ଥାଳିରେ ଟଙ୍କା ପଇସା ପକାନ୍ତି ପୂଜକ ନେବା ପାଇଁ, ହୁଣ୍ଡିରେ ବହୁ ମୂଲାବାନ୍‌ ଜିନିଷ ପକାନ୍ତି, ତାହା ତ ଭଗବାନ ନେବେ ନାହିଁ। ସୁନା ରୁପା ଟଙ୍କା ଭୋଗ ଥାଳିରେ ପକାଇ ପୂଜା କରିବାକୁ ଦିଆଯାଏ ଜାଣିଶୁଣି ଯେ କେବଳ ଭୋଗଟା ଫେରିଆସିବ ପ୍ରସାଦ ହୋଇ; ଯାହାକୁ ଯିଏ ଦେଇଥିଲା ସିଏ ବା ତା’ ପରିବାର ଲୋକେ ଓ ପଡ଼ିଶାମାନେ ଖାଇବେ। ଭକ୍ତମାନେ ଲଡୁ ଦେଇ ନ ଥାନ୍ତି, ପୂଜକମାନେ ଦେଇଥାନ୍ତି, ସେପରି ସାମଗ୍ରୀ କିପରି ପ୍ରସାଦ ହେବ! ଭକ୍ତ ତ ଲଡୁ ଅର୍ପଣ କରିନାହିଁ! ପୂଜକମାନେ ଅଜଣା ଲୋକମାନଙ୍କ ପାଇଁ ଲଡୁ କାହିଁକି ତିଆରି କରନ୍ତି – ବ୍ୟବସାୟ ପାଇଁ ଓ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ, ପୂଜକମାନେ ବଂଶାନୁକ୍ରମେ ରୋଜଗାର ପାଇ ପାରିବେ ବୋଲି। ବେଶି ପଇସା ମିଳିଲେ କମ୍ପାନୀ (କର୍ପୋରେଟ୍‌ ହାଉସ୍‌) ଭଳି ମନ୍ଦିରର ପରିଚାଳନା ହେବ, ଲୋକଙ୍କ ଦାନ ମ୍ୟୁଚୁଆଲ ଫଣ୍ଡ ଭଳି ମିଶି ମିଶି ବହୁ କୋଟି ଟଙ୍କା ହେବ, ମନ୍ଦିରର ପରିଚାଳକମାନେ ମ୍ୟୁଚୁଆଲ ଫଣ୍ଡର ମ୍ୟାନେଜର ଭଳି ବଡ଼ ବଡ଼ ପ୍ରକଳ୍ପରେ ସେ ଟଙ୍କା ଲଗାଇବେ। ବେଶିରୁ ବେଶି ଲଡୁ କଲେ ଉପାଦାନଗୁଡ଼ିକର ଅଭାବ ହେବ ହିଁ ହେବ, ଅପମିଶ୍ରଣ ନ କଲେ ଯଥେଷ୍ଟ ଯୋଗାଇ ହେବନାହିଁ। ନିଜ ରୂପରେ ଗଢ଼ିଥିବା ମଣିଷକୁ ଈଶ୍ୱର ହିଁ ତ ଏ ବୁଦ୍ଧି ଦେଇଛନ୍ତି, ସେ ମାନବୀୟ ଲୀଳା କରୁଥିଲେ ଅପମିଶ୍ରିତ ଲଡୁ ସବୁକୁ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଫୋପାଡ଼ିଦିଅନ୍ତେ!
sahadevas@yahoo.com
ମୋ: ୯୩୩୭୧୦୩୫୪୨


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri