ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ପୁଅଙ୍କ ମଧ୍ୟରେ ଧର୍ମାନ୍ତର ବିବାଦକୁ ନେଇ ବୃଦ୍ଧ ବାପାଙ୍କ ଶବ ସତତ୍କାର ହୋଇପାରୁନି । ବଡ଼ପୁଅ ହିନ୍ଦୁ ରୀତିନୀତି ଅନୁସାରେ ବାପାଙ୍କ ଶବ ସତ୍କାର କରିବେ ବୋଲି କହୁଥିବା ବେଳେ ସାନପୁଅ ଖ୍ରୀଷ୍ଟଧର୍ମ ଅନୁଯାୟୀ ଅନ୍ତେଷ୍ଟିକ୍ରିୟା କରିବେ ବୋଲି ଜିଦ୍‌ ଧରିଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି।
ଛୁଟା ହାଁସଦା(୯୫)ଙ୍କ ବାର୍ଦ୍ଧକ୍ୟଜନିତ କାରଣରୁ ବୁଧବାର ରାତିରେ ମୃତ୍ୟୁ ହୋଇଥିଲା। ମାତ୍ର ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ସେ ନିଜ ବାପାଙ୍କୁ ବାଡ଼ିରେ କବର ଦେବା ଓ ଖ୍ରୀଷ୍ଟଧର୍ମ ଅନୁଯାୟୀ ଅନ୍ତେଷ୍ଟିକ୍ରିୟା କରିବେ ବୋଲି ଜିଦ୍‌ ଧରିଛନ୍ତି। ବଡ଼ପୁଅ ଭରତ ଘଟଣା ସମ୍ପର୍କରେ ଗ୍ରାମରେ ଜଣାଇଥିଲେ। ଗ୍ରାମସଭା ସଭାପତି ମାସାଂଗ ହାଁସଦା, ସାମରାୟ ହାଁସଦା, ମୋହନ ମାରାଣ୍ଡି, ବିରାମ ସୋରେନ, ରଳିଆ ମୁର୍ମୁ, ନାଇକେ ବାବା, ମଙ୍ଗଲ ମାଝୀଙ୍କ ସହ ବହୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।

ଏ ନେଇ ଭୀମ ରାଇବଣିଆ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଥାନାରୁ ଫେରି ନିଜ ବାଡ଼ିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ରାଜସ୍ବ ଅଧିକାରୀ ଓଲମରାକୁ ମଧ୍ୟ ପଠାଇଥିଲେ। ମାତ୍ର ଖବର ଲେଖା ଶେଷ ହେବା ପର୍ଯ୍ୟନ୍ତ ସୁଦ୍ଧା ଶବ ସକତ୍ାର ହୋଇପାରି ନ ଥିବାବେଳେ ପ୍ରଶାସନ ମଧ୍ୟ ପହଞ୍ଚି ନ ଥିବାର ଜଣାପଡ଼ିଛି । ମୃତ୍ୟୁର ୨୫ ଘଣ୍ଟା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶବ ସତ୍କାର ହୋଇପାରୁ ନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: ଆଗୁଆ…

ଭୁବନେଶ୍ୱର,୨୫।୨ (ରବିନାରାୟଣ ଜେନା):ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି,…

ଟାରିଫ୍‌ ଅନିଶ୍ଚିତ, ବଜାର ଧରାଶାୟୀ: ପୁଣି ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ଓ୍ବାଶିଂଟନ୍‌/ମୁମ୍ବାଇ,୨୫ା୨:(ବ୍ଲୁମ୍‌ବର୍ଗ/ଏଜେନ୍ସି):ଆମେରିକା ସହ ଭାରତର ଟ୍ରେଡ୍‌ ଡିଲ୍‌କୁ ନେଇ ଅନିଶ୍ଚିତତା ସାଙ୍ଗକୁ ଦୁର୍ବଳ ବୈଶ୍ୱିକ ସଙ୍କେତ ଯୋଗୁ ମଙ୍ଗଳବାର ସେନ୍‌ସେକ୍ସ ଓ ନିଫ୍ଟି ୫୦ ଯଥାକ୍ରମେ ୧.୨୮% ଏବଂ…

ଭାରତରେ ବିଶ୍ୱର ଏକ-ତୃତୀୟାଂଶ ସର୍ଭାଇକାଲ କ୍ୟାନ୍‌ସର

ନୂଆଦିଲ୍ଲୀ,୨୫ା୨: ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍‌ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍‌ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର…

ଜୋର୍‌ ଧରିଲା ଜୀରାନଦୀରେ ବ୍ୟାରେଜ୍‌ ନିର୍ମାଣ ଦାବି: ଏକଜୁଟ୍‌ ହେଲେ କୃଷକ ସଂଗଠନ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଜୀରାନଦୀରେ ବ୍ୟାରେଜ ନିର୍ମାଣ ଦାବି ଜୋର୍‌ ଧରି ବସିଛି। ଏହି ଦାବି ନେଇ ମଙ୍ଗଳବାର ଜିଲାର ବୀର ସୁରେନ୍ଦ୍ର…

ପାରାଦୀପ ବେଳାଭୂମିରେ ବିଶାଳ ମୃତ ତିମି ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ

ପାରାଦୀପ, ୨୫।୨(ଶରତ ରାଉତ): ପାରାଦୀପ ଷଣ୍ଢକୁଦ ବସ୍ତି ପାଖ ସମୁଦ୍ର କୂଳରେ ମଙ୍ଗଳବାର ଏକ ବିଶାଳକାୟ ମୃତ ତିମି ମାଛ ପଡିଥିବା ଦେଖିବାକୁ ମିଳିଛି । ୨୫…

ବଢୁଛି ଭାଜପାର ଶକ୍ତି: ଦଳରେ ମିଶିଲେ ଏନ୍‌ଏସି ଅଧ୍ୟକ୍ଷ, କାଉନ୍‌ସିଲର

ନୂଆପଡ଼ା,୨୫ା୨(ମକାରୁ ବେମାଲ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟଠାରେ ପଣ୍ଡିତ ଦୀନ୍‌ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିରରେ…

ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା: ବିକ୍ରି ହେଉନି ଧାନ, ମଣ୍ଡିରୁ ହେଉଛି ଚୋରି

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ତେବେ ଧାନଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri