ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଏବେ ମଧ୍ୟ ମଣ୍ଡିରୁ ଧାନ ଉଠାଣରେ ଆଶାନୁରୂପ ତପତ୍ରତା ପରିଲକ୍ଷିତ ହୋଇ ନାହିଁ। ଧାନ ଉଠାଣ ଏବେ ମଧ୍ୟ ମନ୍ଥର ଗତିରେ ଚାଲିଛି। ବିଭିନ୍ନ ମଣ୍ଡିର ସ୍ଥିତିରୁ ମଧ୍ୟ ତାହା ବାରି ହୋଇ ପଡୁଛି। ଧାନ ଉଠାଣରେ ଏଭଳି ମନ୍ଥରତା ଯୋଗୁ ସେମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଜିଲାରେ ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧିନରେ ୨୩୦ଟି ମଣ୍ଡି ଏଥର ଖୋଲାଯାଇଛି। ଗତବର୍ଷ ନଭେମ୍ବର ୧୮ତାରିଖରୁ ଏହି ମଣ୍ଡି ଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଛି। ମାତ୍ର ଆରମ୍ଭରୁ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଠିକ୍‌ଭାବେ ଧାନ ବିକ୍ରି ହୋଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେତେବେଳେ ମିଲର୍ସଙ୍କ ଆନ୍ଦୋଳନ ତ ଆଉକେବେ ଟୋକନ ସମସ୍ୟାରୁ ଚାଷୀଙ୍କ ଧାନବିକ୍ରି ବିଳମ୍ବ ହେଉଛି। ସେହିପରି ଧାନ ଉଠାଣରେ ପୂର୍ବଭଳି ମିଲର୍ସଙ୍କୁ ଆଲଟମେଣ୍ଟ ଦିଆ ନଯାଇ ଦିନିକିଆ କମ୍‌ ପରିମାଣର ଆଲଟମେଣ୍ଟ ଦିଆଯିବା ମଧ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି।
ସେହିପରି ବର୍ତ୍ତମାନ ଯେଭଳି ଢଙ୍ଗରେ ଧାନ ଉଠାଣ ଚାଲିଛି, ଯଦି ଆଗକୁ ମଧ୍ୟ ସେହି ଧାରା ଜାରି ରହେ, ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବାର ଆଶଙ୍କା ରହିଛି। ଗୁରୁବାର ସୁଦ୍ଧା ଅତାବିରା ଆରଏମସି ଅଧୀନରେ ରହିଥିବା ମଣ୍ଡି ଗୁଡ଼ିକୁ ୩୨ଲକ୍ଷ ୫୬ହଜାର ପକେଟ୍‌ ଧାନ ଆସିଥିବା ବେଳେ ୨୮ଲକ୍ଷ ୭୮ହଜାର ପକେଟ୍‌ ଧାନ ଉଠି ସାରିଥିବା ଆର୍‌ଏମ୍‌ସି ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ଗୁରୁବାର ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକୁ ୮୯ହଜାର ୫୦୯ପକେଟ୍‌ ଧାନ ଆସିଥିବା ବେଳେ ୯୬ହଜାର ୭୮୪ପକେଟ୍‌ ଧାନ ଉଠିଥିବା ଜଣାପଡ଼ିଛି। ସେହିପରି ବରଗଡ଼ ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକୁ ଗୁରୁବାର ୭୩୮୫ ପକେଟ୍‌ ଧାନ ଆସି ଥିବାବେଳେ ୪୮୮୬ ପକେଟ୍‌ ଧାନ ଉଠିଥିବା ଆର୍‌ଏମ୍‌ସି ସମ୍ପାଦକ ଗୋବିନ୍ଦ ନାଗ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?