ଶିବ ମନ୍ଦିରରେ ଗଞ୍ଜେଇ ନିଷେଧକୁ ନେଇ ଧାର୍ମିକ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଶୈବପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷେଧ କରିବା ଲାଗି ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ଏହି ପ୍ରସଙ୍ଗରେ ଭିନ୍ନ ମତ ଦେଖା ଦେଇଛି। କେତେକ ମହଲରେ ଏହାକୁ ସ୍ବାଗତ କରାଯାଇଥିବା ବେଳେ ଆଉ କେତେକେ ବିରୋଧ କରିଛନ୍ତି। ମନ୍ଦିରଗୁଡ଼ିକରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ଅନନ୍ତ ବଳିଆ ଟ୍ରଷ୍ଟ ତରଫରୁ ସଂସ୍କୃତି ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏ ନେଇ ଚଳିତ ମାସ ୧୦ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରିଥିଲେ। ଏଥିରେ ଶୈବପୀଠଗୁଡ଼ିକରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ଶିବଙ୍କଠାରେ ଗଞ୍ଜେଇ ଭୋଗ ଲାଗିବା ପୁରାତନ କାଳରୁ ରହିଆସିଛି। ହେଲେ ଏହାର ଅଧିକ ବ୍ୟବହାର ଦ୍ୱାରା ଅସାମାଜିକ ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ସରକାରୀ ପଦକ୍ଷେପ ପରେ ଧାର୍ମିକ ରୀତିନୀତିରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ କେତେଜଣଙ୍କ ମତକୁ ଏଠାରେ ସ୍ଥାନିତ କରାଗଲା।
ବ୍ରହ୍ମା ଫଳରସ ପିଅନ୍ତି। ନାରାୟଣ ଭାଙ୍ଗ ଖାଆନ୍ତି। ଶିବ ଗଞ୍ଜେଇ ସେବନ କରନ୍ତି। ତେଣୁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅଦରକାରୀ। ପ୍ରତି ମନ୍ଦିରରେ ଗଞ୍ଜେଇ, ଭାଙ୍ଗ, ଫଳରସ ମାଗଣା ମିଳେ। ଓଡ଼ିଶାରେ ହଠାତ୍‌ ଏଭଳି ନିଷ୍ପତ୍ତି କାହିଁକି। ଯଦି ଗଞ୍ଜେଇ ବ୍ୟବହାର ଦ୍ୱାରା ମନ୍ଦିରର କ୍ଷତି ହେଉଛି କି ବେଶି ଧୂଆଁ କରିବା ଅନୁଚିତ ସେ କଥା କୁହାଯାଉ। କିନ୍ତୁ ବିଲକୁଲ ଖାଇବେ ନାହିଁ ତାହା କେମିତି ହେବ। ଦିଅଁ ତ ଗଞ୍ଜେଇ ଖାଆନ୍ତି। ଏହା ଭୋଗରେ ଯାଏ। ଏହା ସମ୍ପୂର୍ଣ୍ଣ ବନ୍ଦ କରିବା ଠିକ୍‌ ହୋଇନାହିଁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଶିବ ମନ୍ଦିରରେ ଗଞ୍ଜେଇ ନିଷେଧ କରିଛନ୍ତି। ଏହା ଅତ୍ୟନ୍ତ ପଶ୍ଚାତ୍‌ପଦ ପଦକ୍ଷେପ ଏବଂ ଓଡ଼ିଆ ବିରୋଧୀ ମନୋଭାବର ପରିଚୟ ଦେଉଛି। ଆଜିକାଲିର ପ୍ରଶାସକମାନେ ଓଡ଼ିଆ ସଂସ୍କୃତି କ’ଣ ତାହା ଜାଣିନାହାନ୍ତି। ଏଭଳି ବିଜ୍ଞପ୍ତିକୁ ଦୃଢ଼ ନିନ୍ଦା କରିବା ସହ ତତ୍‌କ୍ଷଣାତ୍‌ ଏହାର ପ୍ରତ୍ୟାହାର ଦାବି କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ସତପଥୀ।
ଗଞ୍ଜେଇ ଆୟୁର୍ବେଦ ଉପଚାରରେ ଲାଗେ। ବିଭିନ୍ନ ଦେବାଳୟରେ ବିଶେଷକରି ଶୈବପୀଠରେ ଦେବତାଙ୍କୁ ଲାଗି ହୋଇଥାଏ। ଉତ୍ତର ଭାରତର ବିଭିନ୍ନ ଶୈବପୀଠରେ ଏହାର ମଧ୍ୟ ବ୍ୟବହାର ହେଉଛି। ସରକାରୀ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରୁ ବିକ୍ରୟ ହେଉଛି। ଏହା ଗୋଟିଏ ଗଛରୁ ସୃଷ୍ଟି । ଏହାକୁ କିଏ ଭାଙ୍ଗ, ପତି କୁହେ ତ କିଏ ଗଞ୍ଜେଇ। ତେଣୁ ଏହାକୁ ବେଆଇନ କହି ହେବନାହିଁ। ତେଣୁ ଧାର୍ମିକ ରୀତିନୀତିରେ ବାହ୍ୟ ହସ୍ତକ୍ଷେପ ବିଶୃଙ୍ଖଳା ସୃଷ୍ଟି କରିଥାଏ ବୋଲି ଲିଙ୍ଗରାଜ ମନ୍ଦିରର ପୂଜାପଣ୍ଡା ନିଯୋଗ ସମିତିର ସମ୍ପାଦକ କାଶୀନାଥ ପୂଜାପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ ସରକାରୀ କଟକଣାକୁ ବାବା ବଳିଆ ସ୍ବାଗତ କରିଛନ୍ତିି। ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ସେ ଜାଣି ନ ଥିବା କହିଛନ୍ତି। ଗଞ୍ଜେଇ ବ୍ୟାନ୍‌ ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କୁ ସେ ଚିଠି ଲେଖିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏ ନେଇ ପଦକ୍ଷେପ ଗ୍ରହଣକରି ମନ୍ଦିରରେ ଗଞ୍ଜେଇ ସେବନକୁ ନିଷିଦ୍ଧ କରିଥିବାରୁ ସେ ଖୁସି ବୋଲି କହିଛନ୍ତି।
ଶୈବକ୍ଷେତ୍ରରେ ଗଞ୍ଜେଇ ସେବନ ବନ୍ଦ ହେବା ଆବଶ୍ୟକ। ଗଞ୍ଜେଇ ସେବନ ଦ୍ୱାରା ମନ୍ଦିରର ପରିବେଶ କଳୁଷିତ ହେଉଛି। ଗଞ୍ଜେଇ ଖାଇ ଗାଳିମନ୍ଦ ଦେଉଛନ୍ତି। ଆମେମାନେ ମଧ୍ୟ ମନାକଲେ ଆମକୁ ଛାଡ଼ୁନାହାନ୍ତି। ସା ସମୟରେ ପରିବାର, ଝିଅ, ବୋହୂ, ସ୍ତ୍ରୀ ଲୋକମାନେ କେହି ଯାଇପାରୁନାହାନ୍ତି। କପିଳେଶ୍ୱର ମନ୍ଦିର ପାଖେ ହାଜିରା ମଣ୍ଡପ ରହିଛି। ସେଠି ପ୍ରତ୍ୟେକ ଦିନ କେତେଜଣ ଲୋକ ବସି ଗଞ୍ଜେଇ ଟାଣୁଛନ୍ତି। ଏ ନେଇ ଆମେ ମଧ୍ୟ ବହୁବାର ଲିଙ୍ଗରାଜ ଥାନାରେ ଅନୁରୋଧ କରିଛୁ ଯେ, ଜଣେ ୨ଜଣ ପୋଲିସ ଆସି ବୁଲିଗଲେ ସେମାନଙ୍କ ମନରେ ଭୟ ହୁଅନ୍ତା। ସରକାରଙ୍କ ନିର୍ଦ୍ଦେଶ ଖୁବ୍‌ଶୀଘ୍ର ତ୍ୱରାନ୍ବିତ ହେବା ଆବଶ୍ୟକ ବୋଲି କପିଳେଶ୍ୱର ମନ୍ଦିରର ପୂଜକ ଅରବିନ୍ଦ ମାଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri