ଶିବ ମନ୍ଦିରରେ ଗଞ୍ଜେଇ ନିଷେଧକୁ ନେଇ ଧାର୍ମିକ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଶୈବପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷେଧ କରିବା ଲାଗି ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ଏହି ପ୍ରସଙ୍ଗରେ ଭିନ୍ନ ମତ ଦେଖା ଦେଇଛି। କେତେକ ମହଲରେ ଏହାକୁ ସ୍ବାଗତ କରାଯାଇଥିବା ବେଳେ ଆଉ କେତେକେ ବିରୋଧ କରିଛନ୍ତି। ମନ୍ଦିରଗୁଡ଼ିକରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ଅନନ୍ତ ବଳିଆ ଟ୍ରଷ୍ଟ ତରଫରୁ ସଂସ୍କୃତି ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏ ନେଇ ଚଳିତ ମାସ ୧୦ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରିଥିଲେ। ଏଥିରେ ଶୈବପୀଠଗୁଡ଼ିକରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ଶିବଙ୍କଠାରେ ଗଞ୍ଜେଇ ଭୋଗ ଲାଗିବା ପୁରାତନ କାଳରୁ ରହିଆସିଛି। ହେଲେ ଏହାର ଅଧିକ ବ୍ୟବହାର ଦ୍ୱାରା ଅସାମାଜିକ ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ସରକାରୀ ପଦକ୍ଷେପ ପରେ ଧାର୍ମିକ ରୀତିନୀତିରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ କେତେଜଣଙ୍କ ମତକୁ ଏଠାରେ ସ୍ଥାନିତ କରାଗଲା।
ବ୍ରହ୍ମା ଫଳରସ ପିଅନ୍ତି। ନାରାୟଣ ଭାଙ୍ଗ ଖାଆନ୍ତି। ଶିବ ଗଞ୍ଜେଇ ସେବନ କରନ୍ତି। ତେଣୁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅଦରକାରୀ। ପ୍ରତି ମନ୍ଦିରରେ ଗଞ୍ଜେଇ, ଭାଙ୍ଗ, ଫଳରସ ମାଗଣା ମିଳେ। ଓଡ଼ିଶାରେ ହଠାତ୍‌ ଏଭଳି ନିଷ୍ପତ୍ତି କାହିଁକି। ଯଦି ଗଞ୍ଜେଇ ବ୍ୟବହାର ଦ୍ୱାରା ମନ୍ଦିରର କ୍ଷତି ହେଉଛି କି ବେଶି ଧୂଆଁ କରିବା ଅନୁଚିତ ସେ କଥା କୁହାଯାଉ। କିନ୍ତୁ ବିଲକୁଲ ଖାଇବେ ନାହିଁ ତାହା କେମିତି ହେବ। ଦିଅଁ ତ ଗଞ୍ଜେଇ ଖାଆନ୍ତି। ଏହା ଭୋଗରେ ଯାଏ। ଏହା ସମ୍ପୂର୍ଣ୍ଣ ବନ୍ଦ କରିବା ଠିକ୍‌ ହୋଇନାହିଁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଶିବ ମନ୍ଦିରରେ ଗଞ୍ଜେଇ ନିଷେଧ କରିଛନ୍ତି। ଏହା ଅତ୍ୟନ୍ତ ପଶ୍ଚାତ୍‌ପଦ ପଦକ୍ଷେପ ଏବଂ ଓଡ଼ିଆ ବିରୋଧୀ ମନୋଭାବର ପରିଚୟ ଦେଉଛି। ଆଜିକାଲିର ପ୍ରଶାସକମାନେ ଓଡ଼ିଆ ସଂସ୍କୃତି କ’ଣ ତାହା ଜାଣିନାହାନ୍ତି। ଏଭଳି ବିଜ୍ଞପ୍ତିକୁ ଦୃଢ଼ ନିନ୍ଦା କରିବା ସହ ତତ୍‌କ୍ଷଣାତ୍‌ ଏହାର ପ୍ରତ୍ୟାହାର ଦାବି କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ସତପଥୀ।
ଗଞ୍ଜେଇ ଆୟୁର୍ବେଦ ଉପଚାରରେ ଲାଗେ। ବିଭିନ୍ନ ଦେବାଳୟରେ ବିଶେଷକରି ଶୈବପୀଠରେ ଦେବତାଙ୍କୁ ଲାଗି ହୋଇଥାଏ। ଉତ୍ତର ଭାରତର ବିଭିନ୍ନ ଶୈବପୀଠରେ ଏହାର ମଧ୍ୟ ବ୍ୟବହାର ହେଉଛି। ସରକାରୀ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରୁ ବିକ୍ରୟ ହେଉଛି। ଏହା ଗୋଟିଏ ଗଛରୁ ସୃଷ୍ଟି । ଏହାକୁ କିଏ ଭାଙ୍ଗ, ପତି କୁହେ ତ କିଏ ଗଞ୍ଜେଇ। ତେଣୁ ଏହାକୁ ବେଆଇନ କହି ହେବନାହିଁ। ତେଣୁ ଧାର୍ମିକ ରୀତିନୀତିରେ ବାହ୍ୟ ହସ୍ତକ୍ଷେପ ବିଶୃଙ୍ଖଳା ସୃଷ୍ଟି କରିଥାଏ ବୋଲି ଲିଙ୍ଗରାଜ ମନ୍ଦିରର ପୂଜାପଣ୍ଡା ନିଯୋଗ ସମିତିର ସମ୍ପାଦକ କାଶୀନାଥ ପୂଜାପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ ସରକାରୀ କଟକଣାକୁ ବାବା ବଳିଆ ସ୍ବାଗତ କରିଛନ୍ତିି। ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ସେ ଜାଣି ନ ଥିବା କହିଛନ୍ତି। ଗଞ୍ଜେଇ ବ୍ୟାନ୍‌ ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କୁ ସେ ଚିଠି ଲେଖିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏ ନେଇ ପଦକ୍ଷେପ ଗ୍ରହଣକରି ମନ୍ଦିରରେ ଗଞ୍ଜେଇ ସେବନକୁ ନିଷିଦ୍ଧ କରିଥିବାରୁ ସେ ଖୁସି ବୋଲି କହିଛନ୍ତି।
ଶୈବକ୍ଷେତ୍ରରେ ଗଞ୍ଜେଇ ସେବନ ବନ୍ଦ ହେବା ଆବଶ୍ୟକ। ଗଞ୍ଜେଇ ସେବନ ଦ୍ୱାରା ମନ୍ଦିରର ପରିବେଶ କଳୁଷିତ ହେଉଛି। ଗଞ୍ଜେଇ ଖାଇ ଗାଳିମନ୍ଦ ଦେଉଛନ୍ତି। ଆମେମାନେ ମଧ୍ୟ ମନାକଲେ ଆମକୁ ଛାଡ଼ୁନାହାନ୍ତି। ସା ସମୟରେ ପରିବାର, ଝିଅ, ବୋହୂ, ସ୍ତ୍ରୀ ଲୋକମାନେ କେହି ଯାଇପାରୁନାହାନ୍ତି। କପିଳେଶ୍ୱର ମନ୍ଦିର ପାଖେ ହାଜିରା ମଣ୍ଡପ ରହିଛି। ସେଠି ପ୍ରତ୍ୟେକ ଦିନ କେତେଜଣ ଲୋକ ବସି ଗଞ୍ଜେଇ ଟାଣୁଛନ୍ତି। ଏ ନେଇ ଆମେ ମଧ୍ୟ ବହୁବାର ଲିଙ୍ଗରାଜ ଥାନାରେ ଅନୁରୋଧ କରିଛୁ ଯେ, ଜଣେ ୨ଜଣ ପୋଲିସ ଆସି ବୁଲିଗଲେ ସେମାନଙ୍କ ମନରେ ଭୟ ହୁଅନ୍ତା। ସରକାରଙ୍କ ନିର୍ଦ୍ଦେଶ ଖୁବ୍‌ଶୀଘ୍ର ତ୍ୱରାନ୍ବିତ ହେବା ଆବଶ୍ୟକ ବୋଲି କପିଳେଶ୍ୱର ମନ୍ଦିରର ପୂଜକ ଅରବିନ୍ଦ ମାଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri