ଏହି ଯୋଗାସନ ଦ୍ୱାରା ଦୂର ହୁଏ ରକ୍ତଚାପ

ଆଜିକାଲି ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଏଥିପାଇଁ କେତେ ଔଷଧ ଖାଇବାକୁ ପଡ଼ିଥାଏ। ମାତ୍ର ଏହାକୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ। ଯୋଗ ଡାକ୍ତର ସୋନିକା ଶର୍ମା କହିଛନ୍ତି, ଫିଟ୍‌ ରହିବାକୁ ଚାହୁଁଥିଲେ ଶିଶୁ ଆସନ, ବଜ୍ରାସନ, ପଶ୍ଚିମୋତାନାସନ, ଜାନୁଶିରାସନ ଏବଂ ବଧକୋନାସନ ଜରିଆରେ ରକ୍ତଚାପ ନିୟନ୍ତ୍ରଣ କରାଯାଇ ପାରିବ। ସୋନିକା ଏକ ଭିଡିଓ ଜରିଆରେ ଏସବୁ ଆସନ ବିଷୟରେ କହିଛନ୍ତି। ଖାଲି ଯେ, ରକ୍ତଚାପ କଣ୍ଟ୍ରୋଲ ହେବ ତାହା ନୁହେଁ, ଏହି ଆସନଗୁଡ଼ିକ ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସହଜ ହୋଇଥାଏ। ମେଦବହୁଳତା ଦୂର ହୁଏ ବୋଲି କହିଛନ୍ତି।