ଜିଏସ୍‌ଟି ଦାତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ:  କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍‌ଟି ଆଇନ ପରିସର ମଧ୍ୟରେ ଟିକସଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି। ଟିକସଦାତା ଜିଏସ୍‌ଟି ପଇଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ୨୦୨୧ ମଇ ପହିଲାରେ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିକସ ପଇଠ କ୍ଷେତ୍ରରେ ବିଳମ୍ବ ଲାଗି ବାର୍ଷିକ ଯେଉଁ ୧୮% ହାରରେ ସ୍ବାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ବର୍ଷକୁ ମୋଟ ୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ଲାଗି ଟିକସ ପୈଠର ଧାର୍ଯ୍ୟ ତାରିଖଠାରୁ ୧୫ ଦିନ ପର୍ଯ୍ୟନ୍ତ ୧୮% ପରିବର୍ତ୍ତେ ୯% ସୁଧ ଆଦାୟ କରାଯିବ। ଏହି ୧୫ ଦିନ ପରେ ଟିକସ ଦାଖଲ କଲେ ପୂର୍ବଭଳି ୧୮% ସୁଧ ଦେବାକୁ ପଡ଼ିବ। ୨୦୨୧ ମାର୍ଚ୍ଚରୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଟିକସ ଆଦାୟ ସମୟ ପାଇଁ ଏଭଳି ସୁବିଧା କରାଯାଇଛି।
୨୦୨୧ ମାର୍ଚ୍ଚର ଟିକସ ଏପ୍ରିଲ ୨୦୨୧ ଏବଂ ୨୦୨୧ ଏପ୍ରିଲ ମାସର ଟିକସ ମଇ ୨୦୨୧ରେ ଆଦାୟ କରାଯିବ। ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଧାର୍ଯ୍ୟ ଟିକସ ଆଦାୟ ତାରିଖର ୧୫ ଦିନ ପରବର୍ତ୍ତୀ ସମୟ ଲାଗି ଟିକସ ଉପରେ କୌଣସି ସୁଧ ଦେବାକୁ ପଡିବ ନାହିଁ। ଏହାର ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଟିକସ ଦାଖଲ କଲେ ୯% ଏବଂ ଏହା ପରେ ୧୮% ସୁଧ ଲାଗିବ। ଏହା ଉଭୟ ନିୟମିତ ଟିକସଦାତା ଏବଂ କ୍ୟୁଆର୍‌ଏମ୍‌ପି ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ୨୦୨୧ ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଆଦାୟ ସମୟ ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଟିକସଦାତା ମାର୍ଚ୍ଚର ଟିକସ ଏପ୍ରିଲରେ ଏବଂ ଏପ୍ରିଲ ଟିକସ ମଇ ମାସରେ ପ୍ରଦାନ କରିପାରିବେ।
କମ୍ପୋଜିସନ ସ୍କିମରେ ଟିକସ ପ୍ରଦାନ ଲାଗି ପଞ୍ଜୀକୃତ ଟିକସଦାତାଙ୍କ ନିମନ୍ତେ ଧାର୍ଯ୍ୟ ତାରିଖର ୧୫ ଦିନ ପରବର୍ତ୍ତୀ ସମୟ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ। ରିହାତି ସମୟ ୧୫ ଦିନ ପରେ ଟିକସ ଦେଲେ ୯% ସୁଧ ଦେବାକୁ ପଡିବ। ଏହି ସମୟ ପରେ ଟିକସ ପଇଠ ପରେ ୧୮% ସୁଧ ଲାଗିବ। ଏମାନଙ୍କ ପାଇଁ ମଧ୍ୟ ଟିକସ ପଇଠ ସୀମା ସମାନ ରଖାଯାଇଛି। ବାର୍ଷିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଥିବା ଟିକସଦାତାଙ୍କ ଲାଗି ୧୫ ଦିନ ପର୍ଯ୍ୟନ୍ତ ଜିଏସ୍‌ଟିଆର୍‌ ୩ବି ଫର୍ମରେ ରିଟର୍ନ ଦାଖଲ କ୍ଷେତ୍ରରେ ଲେଟ୍‌ ଫି’କୁ ଛାଡ଼ କରାଯାଇଛି। ଅର୍ଥାତ ସେମାନେ ଧାର୍ଯ୍ୟ ତାରିଖର ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ। ମାର୍ଚ୍ଚ ଏବଂ ଏପ୍ରିଲ ମାସର ଟିକସ ଦାଖଲ ଲାଗି ଏହି ସୁବିଧା କରାଯାଇଛି। ବାର୍ଷିକ କାରବାର ୫ କୋଟି ଟଙ୍କା ମଧ୍ୟରେ ରହିଥିଲେ ଜିଏସ୍‌ ଟିଆର୍‌ ୩ବି ଫର୍ମରେ ରିଟର୍ନ ଦାଖଲ ସମୟ ଧାର୍ଯ୍ୟ ଶେଷ ତାରିଖଠାରୁ ୧୫ ଦିନ ଅଧିକ ବଢାଯାଇଛି। ଏହା ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୧ ଟିକସ ସୀମା ପାଇଁ ଉଦ୍ଦିଷ୍ଟ। ସେହିଭଳି ମାସିକ ରିଟର୍ନ ଦାଖଲ କରୁଥିବା ଟିକସଦାତା ଏହି ସୁବିଧା ଜାନୁୟାରୀ-ମାର୍ଚ୍ଚ ୨୦୨୧ କ୍ୟୁଆର୍‌ଏମ୍‌ପି ସ୍କିମର ଟିକସଦାତା ଏପ୍ରିଲ ମାସ ପାଇଁ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri