ଜିଏସ୍‌ଟି ଦାତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ:  କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍‌ଟି ଆଇନ ପରିସର ମଧ୍ୟରେ ଟିକସଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି। ଟିକସଦାତା ଜିଏସ୍‌ଟି ପଇଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ୨୦୨୧ ମଇ ପହିଲାରେ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିକସ ପଇଠ କ୍ଷେତ୍ରରେ ବିଳମ୍ବ ଲାଗି ବାର୍ଷିକ ଯେଉଁ ୧୮% ହାରରେ ସ୍ବାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ବର୍ଷକୁ ମୋଟ ୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ଲାଗି ଟିକସ ପୈଠର ଧାର୍ଯ୍ୟ ତାରିଖଠାରୁ ୧୫ ଦିନ ପର୍ଯ୍ୟନ୍ତ ୧୮% ପରିବର୍ତ୍ତେ ୯% ସୁଧ ଆଦାୟ କରାଯିବ। ଏହି ୧୫ ଦିନ ପରେ ଟିକସ ଦାଖଲ କଲେ ପୂର୍ବଭଳି ୧୮% ସୁଧ ଦେବାକୁ ପଡ଼ିବ। ୨୦୨୧ ମାର୍ଚ୍ଚରୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଟିକସ ଆଦାୟ ସମୟ ପାଇଁ ଏଭଳି ସୁବିଧା କରାଯାଇଛି।
୨୦୨୧ ମାର୍ଚ୍ଚର ଟିକସ ଏପ୍ରିଲ ୨୦୨୧ ଏବଂ ୨୦୨୧ ଏପ୍ରିଲ ମାସର ଟିକସ ମଇ ୨୦୨୧ରେ ଆଦାୟ କରାଯିବ। ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଧାର୍ଯ୍ୟ ଟିକସ ଆଦାୟ ତାରିଖର ୧୫ ଦିନ ପରବର୍ତ୍ତୀ ସମୟ ଲାଗି ଟିକସ ଉପରେ କୌଣସି ସୁଧ ଦେବାକୁ ପଡିବ ନାହିଁ। ଏହାର ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଟିକସ ଦାଖଲ କଲେ ୯% ଏବଂ ଏହା ପରେ ୧୮% ସୁଧ ଲାଗିବ। ଏହା ଉଭୟ ନିୟମିତ ଟିକସଦାତା ଏବଂ କ୍ୟୁଆର୍‌ଏମ୍‌ପି ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ୨୦୨୧ ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଆଦାୟ ସମୟ ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଟିକସଦାତା ମାର୍ଚ୍ଚର ଟିକସ ଏପ୍ରିଲରେ ଏବଂ ଏପ୍ରିଲ ଟିକସ ମଇ ମାସରେ ପ୍ରଦାନ କରିପାରିବେ।
କମ୍ପୋଜିସନ ସ୍କିମରେ ଟିକସ ପ୍ରଦାନ ଲାଗି ପଞ୍ଜୀକୃତ ଟିକସଦାତାଙ୍କ ନିମନ୍ତେ ଧାର୍ଯ୍ୟ ତାରିଖର ୧୫ ଦିନ ପରବର୍ତ୍ତୀ ସମୟ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ। ରିହାତି ସମୟ ୧୫ ଦିନ ପରେ ଟିକସ ଦେଲେ ୯% ସୁଧ ଦେବାକୁ ପଡିବ। ଏହି ସମୟ ପରେ ଟିକସ ପଇଠ ପରେ ୧୮% ସୁଧ ଲାଗିବ। ଏମାନଙ୍କ ପାଇଁ ମଧ୍ୟ ଟିକସ ପଇଠ ସୀମା ସମାନ ରଖାଯାଇଛି। ବାର୍ଷିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଥିବା ଟିକସଦାତାଙ୍କ ଲାଗି ୧୫ ଦିନ ପର୍ଯ୍ୟନ୍ତ ଜିଏସ୍‌ଟିଆର୍‌ ୩ବି ଫର୍ମରେ ରିଟର୍ନ ଦାଖଲ କ୍ଷେତ୍ରରେ ଲେଟ୍‌ ଫି’କୁ ଛାଡ଼ କରାଯାଇଛି। ଅର୍ଥାତ ସେମାନେ ଧାର୍ଯ୍ୟ ତାରିଖର ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ। ମାର୍ଚ୍ଚ ଏବଂ ଏପ୍ରିଲ ମାସର ଟିକସ ଦାଖଲ ଲାଗି ଏହି ସୁବିଧା କରାଯାଇଛି। ବାର୍ଷିକ କାରବାର ୫ କୋଟି ଟଙ୍କା ମଧ୍ୟରେ ରହିଥିଲେ ଜିଏସ୍‌ ଟିଆର୍‌ ୩ବି ଫର୍ମରେ ରିଟର୍ନ ଦାଖଲ ସମୟ ଧାର୍ଯ୍ୟ ଶେଷ ତାରିଖଠାରୁ ୧୫ ଦିନ ଅଧିକ ବଢାଯାଇଛି। ଏହା ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୧ ଟିକସ ସୀମା ପାଇଁ ଉଦ୍ଦିଷ୍ଟ। ସେହିଭଳି ମାସିକ ରିଟର୍ନ ଦାଖଲ କରୁଥିବା ଟିକସଦାତା ଏହି ସୁବିଧା ଜାନୁୟାରୀ-ମାର୍ଚ୍ଚ ୨୦୨୧ କ୍ୟୁଆର୍‌ଏମ୍‌ପି ସ୍କିମର ଟିକସଦାତା ଏପ୍ରିଲ ମାସ ପାଇଁ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?