Categories: ବାଣିଜ୍ୟ

ଫ୍ୟୁଚର ଗ୍ରୁପ୍‌ କ୍ରୟ ଲାଗି ରିଲାଏନ୍ସ ଦେବ ୨୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ କିଶୋର ବିୟାନୀଙ୍କ ରିଟେଲ ଚେନ୍‌ ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଯୋଜନା କରୁଛି। ଏଥିଲାଗି ମୁକେଶ ଅମ୍ବାନୀ ୨୪ରୁ ୨୭ ହଜାର କୋଟି ଟଙ୍କା ପ୍ରଦାନ କରିବେ ବୋଲି ପ୍ରକ୍ରିୟା ସହ ଜଡିତ ୨ ଜଣ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦେଶର ରିଟେଲ କ୍ଷେତ୍ରରେ ନିଜର ଉପସ୍ଥିତିକୁ ଦୃଢ କରିବା ଲାଗି ରିଲାଏନ୍ସ ଏଭଳି ଯୋଜନା କରୁଛି। ଡିଲ୍‌ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ବର୍ତ୍ତମାନ ରିଲାଏନ୍ସ ରିଟେଲରେ ସାରା ଦେଶରେ ପ୍ରାୟ ୧୨ ହଜାର ଷ୍ଟୋର ରହିଛି। ଏହା ସହ ଗ୍ରୁପ କ୍ୟାଶ ଆଣ୍ଡ କ୍ୟାରି ହୋଲ୍‌ସେଲ ବିଜ୍‌ନେସ ମଧ୍ୟ କରୁଛି। ଦେଶର ୬୭୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏହା ଉପସ୍ଥିତି ଜାହିର କରିଛି। ସାରା ଦେଶରେ ବିଗ୍‌ ବଜାରର ମଧ୍ୟ ଉପସ୍ଥିତି ରହିଛି। ଏହି ଡିଲ ଦ୍ୱାରା ରିଲାଏନ୍ସ ଏହାର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ସୂଚନା ରହିଛି।

Share