ଆନ୍ଧ୍ରପ୍ରଦେଶରେ ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆନ୍ଧ୍ରପ୍ରଦେଶରେ ୧୦ଗିଗାୱାଟ୍‌ ସୋଲାର ପାୱାର ପ୍ଲାଣ୍ଟରେ ପୁଞ୍ଜିନିବେଶ କରିବ। ଆନ୍ଧ୍ରପ୍ରଦେଶର ଉପତ୍ାଦଗୁଡ଼ିକୁ ସାରା ଦେଶରେ ପହଞ୍ଚାଇବା ଲାଗି ରିଲାଏନ୍ସ ରିଟେଲ ଏହାର କୃଷି ଆଧାରିତ ଉପତ୍ାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର ଏହି ପଦକ୍ଷେପ ଯୋଗୁ ଆନ୍ଧ୍ରପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ‘ଆନ୍ଧ୍ରପ୍ରଦେଶ ଗ୍ଲୋବାଲ ନିବେଶକ ସମ୍ମିଳନୀ-୨୦୨୩’ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି। ଏପରିକି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ରିଟେଲ କ୍ଷେତ୍ର ସମ୍ପର୍କରେ ଉପସ୍ଥାପନା କରି ମୁକେଶ କହିଛନ୍ତି, ଆନ୍ଧ୍ରପ୍ରଦେଶର ୬ହଜାର ଗ୍ରାମର ୧ଲକ୍ଷ ୨୦ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ ସହଯୋଗିତା ସ୍ଥାପନ କରିଛି। ବିଶେଷକରି ଡିଜିଟାଲ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି। ସେହିଭଳି ରିଲାଏନ୍ସ ରିଟେଲ୍‌ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି।
ଅପରପକ୍ଷରେ ରିଲାଏନ୍ସ ଜିଓ ବିଷୟରେ ପ୍ରକାଶକରି ମୁକେଶ କହିଛନ୍ତି ,ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଏପରିକି ୪୦ହଜାର କୋଟି ଟଙ୍କାରୁ ଅଧିକ ନିବେଶକରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ ନେଟ୍‌ୱର୍କ ପ୍ରସ୍ତୁତ କରିଛି, ଯାହା ରାଜ୍ୟର ୯୮% ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ। ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ ସ୍ଥିତି ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କମ୍ପାନୀଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ। ରାଜ୍ୟର କେଜି-ଡି୬ ବେସିନ୍‌ ଓ ତାହାର ପାଇପ୍‌ଲାଇନରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍‌ ଉପତ୍ାଦନରେ କେଜି-ଡି୬ର ପ୍ରାୟ ୩୦% ଯୋଗଦାନ ରହିଛି। ସେହିପରି ଆନ୍ଧ୍ରପ୍ରଦେଶରରେ ଫାର୍ମା ଓ ଭିତ୍ତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି, ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri