ଘରର ଜଗୁଆଳିଙ୍କୁ କ୍ଷମା ମାଗିଥିଲେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ, ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ ପିଲାମାନଙ୍କୁ ସବୁବେଳେ ଉଚିତ୍‌ ଶିକ୍ଷା ଦେଇଥାନ୍ତି। ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପିଲା ହୋଇଥିବାରୁ କେବେ ଗର୍ବ ଅନୁଭବ ନ କରନ୍ତୁ ସେଥିପ୍ରତି ମଧ୍ୟ ଏହି ଦମ୍ପତି ଧ୍ୟାନ ଦେଇଥାନ୍ତି। ନିଜର ୩ ପିଲା ଈଶା, ଆକାଶ ଏବଂ ଅନନ୍ତଙ୍କୁ ସବୁବେଳେ ଡାଉନ୍‌ ଟୁ ଆର୍ଥ ଏବଂ ବିନମ୍ର ରହିବାର ଶିକ୍ଷା ଦେଇଥାନ୍ତି। ଏକଦା ପୁଅ ଆକାଶଙ୍କ ଏକ କାମରେ ମୁକେଶ ବହୁତ ରାଗିଯାଇଥିଲେ। ଏଥିପାଇଁ ସେ ଆକାଶଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସେ ଆକାଶଙ୍କୁ ଜଗୁଆଳିଙ୍କଠାରୁ କ୍ଷମା ମଧ୍ୟ ମାଗାଇଥିଲେ।
କିଛି ବର୍ଷ ପୂର୍ବେ ଟିଭିରେ ପ୍ରସାରିତ ହେଉଥିବା ‘ରେଣ୍ଡେଜ୍‌ଭୋସ୍‌ ଓ୍ବିଥ୍‌ ସିମି ଗ୍ରଓ୍ବୋଲ’ ନାମକ ଟକ୍‌ ଶୋ’ ମୁକେଶ ଏବଂ ନୀତା ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ନିଜ ଜୀବନ ସହ ଜଡିତ ଅନେକ ବ୍ୟକ୍ତିଗତ କଥା ଶେୟାର କରିଥିଲେ। ନୀତା କହିଥିଲେ, ମୁକେଶ ଜଣେ ବହୁତ ଭଲ ବାପା। କିନ୍ତୁ ସଂସ୍କାର କଥା ଆସିଲେ ସେ ନିଜ ପିଲାମାନଙ୍କୁ ଗାଳି କରିବାକୁ ମଧ୍ୟ ପଛାଇ ନ ଥାନ୍ତି।


ଏକଦା ବଡ଼ ପୁଅ ଆକାଶ ଘରର ଜଣେ ଜଗୁଆଳିଙ୍କ ସହ ବଡ଼ ପାଟିରେ କଥା ହୋଇଥିଲେ। ଏହା ମୁକେଶ ଘରର ବାଲକୋନୀରୁ ଛିଡାହୋଇ ଦେଖୁଥିଲେ। ଉକ୍ତ ସମୟରେ ମୁକେଶ ପୁଅକୁ କିଛି କହି ନ ଥିଲେ। ହେଲେ ଆକାଶ ଘର ଭିତରକୁ ଆସିବା ପରେ ମୁକେଶ ତାଙ୍କୁ ଗାଳିଗୁଲଜ କରିବା ସହ ବଡ଼ ଲୋକଙ୍କ ସହ କିପରି କଥା ହେବା ଉଚିତ୍‌ ତାହା ପୁଅକୁ ବୁଝାଇଥିଲେ। ଖାଲି ସେତିକି ନୁହେଁ, ଉକ୍ତ ଜଗୁଆଳିଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ ମୁକେଶ ପୁଅକୁ କହିଥିଲେ। ଆକାଶ ମଧ୍ୟ ନିଜ ଭୁଲ ବୁଝିପାରି ଉକ୍ତ ଜଗୁଆଳିଙ୍କୁ କ୍ଷମା ମାଗିଥିଲେ ଏବଂ ଆଗକୁ ଏମିତି ଭୁଲ କେବେ କରିବେ ନାହିଁ ବୋଲି ବାପା ମୁକେଶଙ୍କୁ କଥା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri