Categories: ବାଣିଜ୍ୟ

ପିଲାମାନଙ୍କ କଥା ଶୁଣି ପୁରା ସ୍କୁଲର ଟାଇମ୍‌ଟେବୁଲ ବଦଳାଇ ଦେଇଥିଲେ ନୀତା ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବ୍ୟବସାୟରେ ଦୂରଦର୍ଶିତା ପାଇଁ ବେଶ୍‌ ଜଣାଶୁଣା। ଆଗାମୀ ସମୟ ଯୁବକଙ୍କର। ତେଣୁ ଆମକୁ ସେମାନଙ୍କ ପରି ଭାବିବାକୁ ହେବ ବୋଲି ଉଭୟ ଅନେକ ଥର ସାକ୍ଷାତକାରରେ କହି ସାରିଛନ୍ତି।
ନୀତା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ନିଜ ପିଲାମାନଙ୍କ କଥା ମାନି କାମ କରିଥାନ୍ତି। ଏକଦା ପିଲାମାନଙ୍କ କଥା ଶୁଣି ସ୍କୁଲର ପୁରା ଟାଇମ୍‌ଟେବୁଲ ବଦଳାଇ ଦେଇଥିଲେ।
ଏକ ସାକ୍ଷାତକାରରେ ନୀତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣକୁ ଯେତେବେଳେ ଉପଦେଶର ଆବଶ୍ୟକତା ପଡ଼େ କାହାର ନେବାପୁ ପସନ୍ଦ କରନ୍ତି। ଏହାର ଉତ୍ତରରେ ସେ କହିଥିଲେ, ସର୍ବପ୍ରଥମେ ମୁଁ ମୋ ସ୍ବାମୀ ମୁକେଶ ଅମ୍ବାନୀଙ୍କ ଉପଦେଶ ଦେଇଥାଏ। ସେ ମୋ’ର ଗାଇଡ୍‌, ବନ୍ଧୁ, ମେଣ୍ଟର, ଫିଲୋସଫର ସବୁକିଛି।
ଆହୁରି ମଧ୍ୟ ସେ କହିଥିଲେ, ସେ ନିଜ ପିଲାମାନଙ୍କ ଉପଦେଶ ମଧ୍ୟ ନେଇଥାନ୍ତି। କାରଣ ପିଲାମାନ ଚିନ୍ତାଧାରା ଭିନ୍ନ ପ୍ରକାରର। ସେମାନଙ୍କ ଭାବନାରେ ଏକ ସ୍ବତନ୍ତ୍ର ଉର୍ଜା ରହିଥାଏ। ଏକ ପୂରୁଣା କଥା ଶେୟାର କରି ସେ କହିଥିଲେ ଯେ, ଈଶା ଏବଂ ଆକାଶ ୭-୮ କ୍ଲାସ୍‌ ପଢ଼ୁଥିବା ବେଳେ ସେ ଧୀରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ଟାଇମ୍‌ଟେବୁଲ ତିଆରି କରୁଥିଲେ। ପ୍ରତି ବିଷୟ ପାଇଁ ୧ ଘଣ୍ଟାର ପିରିୟଡ୍‌ ରଖିବାକୁ ଚାହୁଁଥିଲେ। ଏହି ସମୟରେ ଈଶା ଏବଂ ଆକାଶ ମା’ଙ୍କୁ କହିଥିଲେ, ପ୍ରତି ପିରିୟଡ୍‌ର ଶେଷ ୨୦ ମିନିଟ୍‌ ନିଦ ଲାଗିଥାଏ। ସବୁ ପିଲାମାନେ କ୍ଲାସ୍‌ରେ ଶୋଇପଡ଼ନ୍ତି। ୪୦ ମିନିଟ ପରେ ଆଉ ପାଠ ପ୍ରତି ଧ୍ୟାନ ନ ଥାଏ। ଏହା ଶୁଣିବା ପରେ ନୀତା ବହୁତ ଭାବିଥିଲେ। ପିଲାମାନଙ୍କ କଥା ରଖି ସବୁ ପିରିୟଡ୍‌କୁ ସେ ୪୦ ମିନିଟ ଲେଖାଏ କରିଥିଲେ। ଛୋଟ ପିଲାମାନଙ୍କ ପାଇଁ ଏହି ଅବଧିକୁ ୩୦ ମିନିଟ ରଖଖିଥିଲେ ବୋଲି ନୀତା କହିଥିଲେ।

Share