ପିଲାମାନଙ୍କ କଥା ଶୁଣି ପୁରା ସ୍କୁଲର ଟାଇମ୍‌ଟେବୁଲ ବଦଳାଇ ଦେଇଥିଲେ ନୀତା ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବ୍ୟବସାୟରେ ଦୂରଦର୍ଶିତା ପାଇଁ ବେଶ୍‌ ଜଣାଶୁଣା। ଆଗାମୀ ସମୟ ଯୁବକଙ୍କର। ତେଣୁ ଆମକୁ ସେମାନଙ୍କ ପରି ଭାବିବାକୁ ହେବ ବୋଲି ଉଭୟ ଅନେକ ଥର ସାକ୍ଷାତକାରରେ କହି ସାରିଛନ୍ତି।
ନୀତା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ନିଜ ପିଲାମାନଙ୍କ କଥା ମାନି କାମ କରିଥାନ୍ତି। ଏକଦା ପିଲାମାନଙ୍କ କଥା ଶୁଣି ସ୍କୁଲର ପୁରା ଟାଇମ୍‌ଟେବୁଲ ବଦଳାଇ ଦେଇଥିଲେ।
ଏକ ସାକ୍ଷାତକାରରେ ନୀତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣକୁ ଯେତେବେଳେ ଉପଦେଶର ଆବଶ୍ୟକତା ପଡ଼େ କାହାର ନେବାପୁ ପସନ୍ଦ କରନ୍ତି। ଏହାର ଉତ୍ତରରେ ସେ କହିଥିଲେ, ସର୍ବପ୍ରଥମେ ମୁଁ ମୋ ସ୍ବାମୀ ମୁକେଶ ଅମ୍ବାନୀଙ୍କ ଉପଦେଶ ଦେଇଥାଏ। ସେ ମୋ’ର ଗାଇଡ୍‌, ବନ୍ଧୁ, ମେଣ୍ଟର, ଫିଲୋସଫର ସବୁକିଛି।
ଆହୁରି ମଧ୍ୟ ସେ କହିଥିଲେ, ସେ ନିଜ ପିଲାମାନଙ୍କ ଉପଦେଶ ମଧ୍ୟ ନେଇଥାନ୍ତି। କାରଣ ପିଲାମାନ ଚିନ୍ତାଧାରା ଭିନ୍ନ ପ୍ରକାରର। ସେମାନଙ୍କ ଭାବନାରେ ଏକ ସ୍ବତନ୍ତ୍ର ଉର୍ଜା ରହିଥାଏ। ଏକ ପୂରୁଣା କଥା ଶେୟାର କରି ସେ କହିଥିଲେ ଯେ, ଈଶା ଏବଂ ଆକାଶ ୭-୮ କ୍ଲାସ୍‌ ପଢ଼ୁଥିବା ବେଳେ ସେ ଧୀରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ଟାଇମ୍‌ଟେବୁଲ ତିଆରି କରୁଥିଲେ। ପ୍ରତି ବିଷୟ ପାଇଁ ୧ ଘଣ୍ଟାର ପିରିୟଡ୍‌ ରଖିବାକୁ ଚାହୁଁଥିଲେ। ଏହି ସମୟରେ ଈଶା ଏବଂ ଆକାଶ ମା’ଙ୍କୁ କହିଥିଲେ, ପ୍ରତି ପିରିୟଡ୍‌ର ଶେଷ ୨୦ ମିନିଟ୍‌ ନିଦ ଲାଗିଥାଏ। ସବୁ ପିଲାମାନେ କ୍ଲାସ୍‌ରେ ଶୋଇପଡ଼ନ୍ତି। ୪୦ ମିନିଟ ପରେ ଆଉ ପାଠ ପ୍ରତି ଧ୍ୟାନ ନ ଥାଏ। ଏହା ଶୁଣିବା ପରେ ନୀତା ବହୁତ ଭାବିଥିଲେ। ପିଲାମାନଙ୍କ କଥା ରଖି ସବୁ ପିରିୟଡ୍‌କୁ ସେ ୪୦ ମିନିଟ ଲେଖାଏ କରିଥିଲେ। ଛୋଟ ପିଲାମାନଙ୍କ ପାଇଁ ଏହି ଅବଧିକୁ ୩୦ ମିନିଟ ରଖଖିଥିଲେ ବୋଲି ନୀତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri