Categories: ବାଣିଜ୍ୟ

ଦିନକୁ ୩ ଜିବି ଡାଟା ଦେଉଥିବା ଜିଓର ଶସ୍ତା ପ୍ଲାନ୍‌, ଜାଣନ୍ତୁ…

ନୂଆଦିଲ୍ଲୀ, ୨୭।୬: ରିଲାଏନ୍ସ ଜିଓ ଆଣିଛି ୩ଜିବି ଡାଟା ପ୍ୟାକ୍‌ ଅଫର। ଏଥିରେ ବ୍ୟବହାରକାରୀଙ୍କୁ ଦୈନିକ ୩ଜିବି ଡାଟା ସହ କଲ, ଏସ୍‌ଏମ୍‌ଏସ୍‌ ଏବଂ ଅନ୍ୟ ସୁବିଧା ମିଳିବ। ଏଥିପାଇଁ ସର୍ବନିମ୍ନ ପ୍ୟାକ୍‌ର ମୂଲ୍ୟ ୩୪୯ଟଙ୍କା ରହିଛି। ଏଥିରେ ଜିଓରୁ ଜିଓକୁ ମାଗଣା କଲ୍‌, ଅନ୍ୟ ନେଟଓ୍ବାକ୍‌ ପାଇଁ ୧୦୦୦ ମିନିଟ୍‌ ମିଳିବ। ଏହାଛଡ଼ା ୧୦୦ ଏସ୍‌ଏମ୍‌ଏସ୍‌ ଦିଆଯିବ।

ଏହି ପ୍ୟାକ୍‌ର ଅନ୍ୟାନ୍ୟ ସୁବିଧା ବିଷୟରେ ଯଦି କଥା ହେବା ତେବେ ଗ୍ରାହକ/ବ୍ୟବହାରକାରୀ ଜିଓ ସିନେମାରୁ ଆରମ୍ଭ କରି ଅନ୍ୟାନ୍ୟ ଜିଓ ଆପ୍‌ର ମାଗଣା ବ୍ୟବହାର କରିପାରିବେ। ପ୍ୟାକ୍‌ର ଅବଧି ରହିଛି ୨୮ ଦିନ। ଅର୍ଥାତ ଏହି ପ୍ଲାନ ମୋଟ ୮୪ଜିବି ଡାଟା ସହ ଆସୁଛି।

Share