ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଆଭାର’

ମୁମ୍ବାଇ,୧୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ତା’ର ୧୫ତମ ଆନିଭର୍ସାରି ମହୋତ୍ସବ ପାଳନ କରୁଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆନିଭର୍ସାରିରେ କିଛି ନୂତନ ଡିଜାଇନ୍‌ ସହ ଆକର୍ଷଣୀୟ ସୁବିଧା ପ୍ରଦାନ କରୁଛି। ଏହି ଅବସରରେ ନୂତନ ସଂଗ୍ରହ ସହ ଆଧୁନିକ ଜିଓ ମେଟ୍ରିକ୍‌ ଓ ଏକଲେକଟିକ୍‌ ଅନୁପ୍ରେରିତ ଅପ୍‌ଟିକାଲ ଇଲ୍ୟୁଜନ ଭଳି ବ୍ୟବସ୍ଥା, ଯାହାକି ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ଆପଣଙ୍କୁ ପ୍ରେରଣା ଯୋଗାଇଥାଏ। ସେହିପରି ରିସ୍ତୋଁ କି ଡୋର୍‌, ନୟେ କଲ୍‌ କି ଔର ଅଭିଯାନ ସହ ଆକର୍ଷଣୀୟ ଡିଜାଇନ୍‌ ଦ୍ୱାରା ଏକ ସୁନ୍ଦର ନୂତନ ଭବିଷ୍ୟତ ନିମନ୍ତେ ଅନୁପ୍ରେରିତ କରିଥାଏ। ଏହି କଲେକ୍ସନ ଉଭୟ ସୁନା ଓ ଡାଏମଣ୍ଡ ବିକଳ୍ପରେ ୩୦୦+ ରିଲାଏନ୍ସ ଜୁଏଲ୍‌ ଶୋ’ରୁମ୍‌ ଓ ସାରା ଭାରତରେ ଥିବା ୧୫୦+ ସହରରେ ଶପ୍‌-ଇନ୍‌-ଶପ୍‌ରେ ମଧ୍ୟ ଉପଲବ୍ଧ ରହିଛି। ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ପ୍ରତି ବର୍ଷ ଆମର ଆନିଭର୍ସାରିରେ ଆଭାର କଲେକ୍ସନର ଶୁଭାରମ୍ଭ କରାଯାଇଥାଏ। ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ପାଇଁ କୃତଜ୍ଞତା ସ୍ବରୂପ ବ୍ରାଣ୍ଡର ଲୟାଲିଟି ଓ ଭଲ ପାଇବାର ଏକ ନିଦର୍ଶନ ସ୍ବରୂପ ସବୁଠାରୁ ଆକର୍ଷଣୀୟ ଡିଜାଇନ୍‌ ପ୍ରସ୍ତୁତ କରିବା। ଏହା ମଧ୍ୟ ସେମାନଙ୍କୁ ସେମାନଙ୍କର କୃତଜ୍ଞତାକୁ ନିଜର ପ୍ରିୟଜନଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥାଏ। ସେହିଭଳି ରିଲାଏନ୍ସ ଜୁଏଲ୍ସ ତା’ର ଗ୍ରାହକମାନଙ୍କ ଜୀବନରେ ଅନେକ ଖୁସିର ସମୟକୁ ପାଳନ କରିବା ସହ ପର୍ବପର୍ବାଣି ଅବସରରେ ନୂତନ କଲେକ୍ସନ ଓ ଅଫର ନେଇ ଆସିଥାଏ। ଏପରିକି ରିଲାଏନ୍ସ ଜୁଏଲ୍ସର ସମଗ୍ର କଲେକ୍ସନରେ ୨୫% ରିହାତି ଗ୍ରାହକଙ୍କୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri